କେଜରିଓ୍ବାଲଙ୍କ ମାତା ପିତାଙ୍କୁ ପଚରା ଉଚରା କରିବ ନାହିଁ ପୋଲିସ

ନୂଆଦିଲ୍ଲୀ,୨୩।୫: ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସ୍ବାତି ମାଲିୱାଲଙ୍କୁ ଆକ୍ରମଣ ଓ ନିର୍ଯ୍ୟାତନା ମାମଲାର ତଦନ୍ତରେ ଦିଲ୍ଲୀ ପୋଲିସ ବ୍ୟସ୍ତ ଅଛି। ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ ଟିମ ଗୁରୁବାର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସ୍ତ୍ରୀ ସୁନୀତା ଏବଂ ତାଙ୍କ ମାତାପିତାଙ୍କୁ ପଚରାଉଚରା କରିବାକୁ ଯିବେ ବୋଲି କୁହାଯାଉଥିଲା। ହେଲେ ଗୁରୁବାର ସେମାନଙ୍କୁ ପଚରା ଉଚରା କରାଯିବ […] The post କେଜରିଓ୍ବାଲଙ୍କ ମାତା ପିତାଙ୍କୁ ପଚରା ଉଚରା କରିବ ନାହିଁ ପୋଲିସ appeared first on Dharitri Odia News.

କେଜରିଓ୍ବାଲଙ୍କ ମାତା ପିତାଙ୍କୁ ପଚରା ଉଚରା କରିବ ନାହିଁ ପୋଲିସ

ନୂଆଦିଲ୍ଲୀ,୨୩।୫: ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସ୍ବାତି ମାଲିୱାଲଙ୍କୁ ଆକ୍ରମଣ ଓ ନିର୍ଯ୍ୟାତନା ମାମଲାର ତଦନ୍ତରେ ଦିଲ୍ଲୀ ପୋଲିସ ବ୍ୟସ୍ତ ଅଛି।
ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ ଟିମ ଗୁରୁବାର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସ୍ତ୍ରୀ ସୁନୀତା ଏବଂ ତାଙ୍କ ମାତାପିତାଙ୍କୁ ପଚରାଉଚରା କରିବାକୁ ଯିବେ ବୋଲି କୁହାଯାଉଥିଲା। ହେଲେ ଗୁରୁବାର ସେମାନଙ୍କୁ ପଚରା ଉଚରା କରାଯିବ ନାହିଁ ବୋଲି ଜଣାପଡିଛି।
ଏହାପୂର୍ବରୁ ଗୁରୁବାର ଆମ ଆଦମୀ ପାର୍ଟିର ନେତାମାନେ ପଚରାଉଚରା ସମ୍ପର୍କରେ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଘରେ ପହଞ୍ଚିବା ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ, ସ୍ବାତି ମାଲିୱାଲ ଅରବିନ୍ଦ କେଜରିୱାଲଙ୍କ ପିଏ ବିବଭ କୁମାରଙ୍କଠାରୁ ଆକ୍ରମଣ ଏବଂ ନିଯର୍‌ୟାତନା ପାଇଥିବା ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ସ୍ତ୍ରୀ ସୁନୀତା ଏବଂ ତାଙ୍କ ମାତାଙ୍କୁ ପଚରାଉଚରା ବେଳେ ସତ୍ୟ ପଦାକୁ ଆସିବ ବୋଲି ପୋଲିସ ଆଶା କରିଥିଲା।

The post କେଜରିଓ୍ବାଲଙ୍କ ମାତା ପିତାଙ୍କୁ ପଚରା ଉଚରା କରିବ ନାହିଁ ପୋଲିସ appeared first on Dharitri Odia News.