କେଜରିୱାଲଙ୍କ ଓକିଲ CJIଙ୍କୁ ପଠାଇଲେ E-mail, ଜାଣନ୍ତୁ କ’ଣ ମିଳିଲା ଜବାବ?

ନୂଆଦିଲ୍ଲୀ ୧୦।୪:  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୨୪ ଘଣ୍ଟାରେ ବ୍ୟାକ୍ ଟୁ ବ୍ୟାକ୍‌ କୋର୍ଟରୁ ୩ଟି ଝଟକା ଲାଗିଛି। ଏଥିରୁ ଗୋଟିଏ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରୁ ଲାଗିଥିବା ବେଳେ ଦ୍ୱିତୀୟଟି ବୁଧବାର ରାଉଜ ଏଭେନ୍ୟୁ କୋର୍ଟରୁ ଲାଗିଥିଲା। ପରେ ତୃତୀୟଟି ସୁପ୍ରିମକୋର୍ଟ ମାମଲାର ତୁରନ୍ତ ଶୁଣାଣି କରିପାରିବେନି ବୋଲି ସଫାସଫା ଶୁଣାଇ ଦେଇଥିଲେ। ତେବେ ଏହା ପରେ କେଜରିୱାଲଙ୍କ ଓକିଲ ଡ.ଅଭିଷେକ ମନୁ ସିଂଘଭୀ ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କୁ ଏକ ଇ-ମେଲ କରିଥିଲେ। ଲୁଚାଯାଇଥିବା ଡକ୍ୟୁମେଣ୍ଟ ଉପରେ ଦିଆଯାଇଛି ରାୟ!ଇଡିଙ୍କ ଗିରଫକୁ ବୈଧ ବୋଲି କହିଥିବା ହାଇକୋର୍ଟଙ୍କ ନିଷ୍ପତ୍ତିକୁ କେଜରିୱାଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ‘ଲାଇଭ ଲ’ ରିପୋର୍ଟ ଅନୁସାରେ ଓକିଲ ଡ. ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ମୁଁ ତତ୍କାଳ ଏହି ମାମଲାକୁ ସୂଚୀବଦ୍ଧ କରିବା ପାଇଁ ଭାରତର ମୁଖ୍ୟ ନ୍ୟାୟାଧୀଶ (ସିଜେଆଇ)ଙ୍କୁ ଏକ ଇ-ମେଲ୍ କରିଛି। ଏଥିରେ ହାଇକୋର୍ଟ ଦ୍ୱାରା ଗୃହୀତ ଆଦେଶ ଏକ ଅବିଶ୍ୱସନୀୟ ଡକ୍ୟୁମେଣ୍ଟ ଆଧାରିତ, ଯାହାକୁ ଆମଠାରୁ ଲୁଚା ଯାଇଥିଲା ବୋଲି ଉଲ୍ଲେଖ କରିଛନ୍ତି। ଜବାବ ଦେଲେ ସିଜେଆଇକେଜରିୱାଲଙ୍କ ଓକିଲଙ୍କ ଇ-ମେଲର ସିଜେଆଇ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଅନୁରୋଧକୁ ତୁରନ୍ତ ଦେଖିବୁ ଓ ଏଥିଲାଗି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ମଧ୍ୟ କରିବୁ। ଏଣୁ ମନେ କରାଯାଉଛି ଏହି ମ

କେଜରିୱାଲଙ୍କ ଓକିଲ CJIଙ୍କୁ ପଠାଇଲେ E-mail, ଜାଣନ୍ତୁ କ’ଣ ମିଳିଲା ଜବାବ?

ନୂଆଦିଲ୍ଲୀ ୧୦।୪:  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୨୪ ଘଣ୍ଟାରେ ବ୍ୟାକ୍ ଟୁ ବ୍ୟାକ୍‌ କୋର୍ଟରୁ ୩ଟି ଝଟକା ଲାଗିଛି। ଏଥିରୁ ଗୋଟିଏ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରୁ ଲାଗିଥିବା ବେଳେ ଦ୍ୱିତୀୟଟି ବୁଧବାର ରାଉଜ ଏଭେନ୍ୟୁ କୋର୍ଟରୁ ଲାଗିଥିଲା। ପରେ ତୃତୀୟଟି ସୁପ୍ରିମକୋର୍ଟ ମାମଲାର ତୁରନ୍ତ ଶୁଣାଣି କରିପାରିବେନି ବୋଲି ସଫାସଫା ଶୁଣାଇ ଦେଇଥିଲେ। ତେବେ ଏହା ପରେ କେଜରିୱାଲଙ୍କ ଓକିଲ ଡ.ଅଭିଷେକ ମନୁ ସିଂଘଭୀ ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କୁ ଏକ ଇ-ମେଲ କରିଥିଲେ। 

ଲୁଚାଯାଇଥିବା ଡକ୍ୟୁମେଣ୍ଟ ଉପରେ ଦିଆଯାଇଛି ରାୟ!
ଇଡିଙ୍କ ଗିରଫକୁ ବୈଧ ବୋଲି କହିଥିବା ହାଇକୋର୍ଟଙ୍କ ନିଷ୍ପତ୍ତିକୁ କେଜରିୱାଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ‘ଲାଇଭ ଲ’ ରିପୋର୍ଟ ଅନୁସାରେ ଓକିଲ ଡ. ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ମୁଁ ତତ୍କାଳ ଏହି ମାମଲାକୁ ସୂଚୀବଦ୍ଧ କରିବା ପାଇଁ ଭାରତର ମୁଖ୍ୟ ନ୍ୟାୟାଧୀଶ (ସିଜେଆଇ)ଙ୍କୁ ଏକ ଇ-ମେଲ୍ କରିଛି। ଏଥିରେ ହାଇକୋର୍ଟ ଦ୍ୱାରା ଗୃହୀତ ଆଦେଶ ଏକ ଅବିଶ୍ୱସନୀୟ ଡକ୍ୟୁମେଣ୍ଟ ଆଧାରିତ, ଯାହାକୁ ଆମଠାରୁ ଲୁଚା ଯାଇଥିଲା ବୋଲି ଉଲ୍ଲେଖ କରିଛନ୍ତି। 

ଜବାବ ଦେଲେ ସିଜେଆଇ
କେଜରିୱାଲଙ୍କ ଓକିଲଙ୍କ ଇ-ମେଲର ସିଜେଆଇ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଅନୁରୋଧକୁ ତୁରନ୍ତ ଦେଖିବୁ ଓ ଏଥିଲାଗି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ମଧ୍ୟ କରିବୁ। ଏଣୁ ମନେ କରାଯାଉଛି ଏହି ମାମଲାରେ ସୁପ୍ରିମକୋର୍ଟ ଖୁବ୍ ଶୀଘ୍ର ଶୁଣାଣି କରିବେ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ହାଇକୋର୍ଟ ବେଆଇନ ଗିରଫ ନେଇ କେଜରିୱାଲଙ୍କ ପିଟିସନକୁ ଅଗ୍ରାହ୍ୟ କରିଦେଇଥିବା ବେଳେ କହିଥିଲେ ଯେ ବାରମ୍ବାର ସମନ ପଠାଇବା ପରେ ହାଜର ନ ହେବାରୁ ଇଡି ସମ୍ମୁଖରେ ଅନ୍ୟ କୌଣସି ବିକଳ୍ପ ନଥିଲା।  

ସେପଟେ ବିଜେପି ଦିଲ୍ଲୀ ୟୁନିଟ୍ ବୁଧବାର କଥିତ ଅବକାରୀ ଦୁର୍ନୀତିକୁ ନେଇ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି କରି ଡିଡିୟୁ ମାର୍ଗସ୍ଥିତ ଆମଆଦମୀ ପାର୍ଟି (ଆପ) କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛି। କେଜରିୱାଲଙ୍କ ଗିରଫକୁ ଚ୍ୟାଲେଞ୍ଜ କରୁଥିବା ପିଟିସନକୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ। ଏଣୁ ବିଜେପି ହାଇକୋର୍ଟଙ୍କ ରାୟ ଦୃଷ୍ଟିରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

ଦିଲ୍ଲୀ ହାଇକୋର୍ଟ ପିଏମଏଲଏ ମାମଲାରେ ଗିରଫ କୁ ଚ୍ୟାଲେଞ୍ଜ କରୁଥିବା ଓ ଏହାର ସମୟକୁ ନେଇ ପ୍ରଶ୍ନ ଉଠାଉଥିବା କେଜରିୱାଲଙ୍କ ପିଟିସନକୁ ଖାରଜ କରି କହିଥିଲେ ଯେ ‘ସାଧାରଣ ଓ ଅସାଧାରଣ’ ବ୍ୟକ୍ତିଙ୍କ ନିମନ୍ତେ ଯାଞ୍ଚ ଅଲଗା ଅଲଗା ହୁଏ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଇଡି ମାର୍ଚ୍ଚ ୨୧ ତାରିଖ ଦିନ ସର୍ଚ୍ଚ ଅପରେସନ ପରେ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା। ସେ ଏବେ ତିହାର ଜେଲ ନମ୍ବର ୨ରେ ବନ୍ଦୀ ଅଛନ୍ତି। କୋର୍ଟ ତାଙ୍କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।