କେଜରିୱାଲଙ୍କ ଗିରଫ ପରେ ‘ଆପ୍’ର ପ୍ରଥମ ବଡ଼ ବୈଠକ, ନିର୍ବାଚନ ନିମନ୍ତେ ବିଧାୟକ ଓ କାଉନସିଲର ବନେଇଲେ ରଣନୀତି

ନୂଆଦିଲ୍ଲୀ ୨୪।୩: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ପରେ ଆମଆଦମୀ ପାର୍ଟି (ଆପ୍) ରବିବାର ପ୍ରଥମ ଥର ଦିଲ୍ଲୀର ସବୁ ପଦାଧିକାରୀ, ବିଧାୟକ ଓ କାଉନସିଲରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିଛି। ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ ଦୃଷ୍ଟିରୁ ରଣନୀତି ଉପରେ ଆଲୋଚନା କରାଯାଇଛି ଓ କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ବୃଦ୍ଧି ନିମନ୍ତେ ମନ୍ତ୍ର ବି ଦିଆଯାଇଛି। ଏହି ବୈଠକରେ ପାର୍ଟି ନିର୍ବାଚନ ନିମନ୍ତେ ଖାସ ରଣନୀତି ବି ପ୍ରସ୍ତୁତ କରିଛି। ଅରବିନ୍ଦ କେଜରିୱାଲ ଗିରଫ ହୋଇଯିବା ପରେ କାର୍ଯ୍ୟକର୍ତ୍ତାଙ୍କୁ ଏହା ସନ୍ଦେହ ହେବା ଉଚିତ ନୁହେଁ ଯେ ପାର୍ଟି କିପରି ଚାଲିବ? ଏ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପୂର୍ବରୁ କେଜରିୱାଲ ଯେଉଁପରି ନିର୍ଦ୍ଦେଶ ଦେଉଥିଲେ ପାର୍ଟି ଠିକ୍ ସେହିପରି ଚାଲୁଥିଲା। ଏବେ କେଜରିୱାଲ ଇଡି ହାଜତରୁ ଯେଉଁପରି ଆଦେଶ ଦେବେ ପାର୍ଟି ଓ ସରକାର ସେହିପରି ଚାଲିବ ବୋଲି ବୈଠକରେ କୁହାଯାଇଛି। କେଜରିୱାଲ ନିର୍ବାଚନରେ ପାର୍ଟିର ଷ୍ଟାର ପ୍ରଚାରକ ଥିଲେ। ହେଲେ ଏବେ ସେ ଇଡି ହେପାଜତରେ ଅଛନ୍ତି। ଅରବିନ୍ଦ  କେଜରିୱାଲ ବାହାରେ ଥାଇ ଯେପରି ମଜଭୁତ ଥିଲେ ଏବେ ଇଡି ହାଜତରେ ତାଠାରୁ ଅନେକ ଗୁଣ ମଜଭୁତ ବୋଲି ବୈଠକରେ କୁହାଯାଇଛି। ଏହି ଗିରଫ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଟିର ପ୍ରଚାର କରୁଥିବା କୁହାଯାଇଛି। ଆଜି ଦିଲ୍ଲୀ ସଡ଼କରେ ଲୋକେ କେଜରିୱାଲ-କେଜରିୱାଲ ହେଉଥିବା ଦେଖାଯାଉଛନ୍ତି। ଏଣ

କେଜରିୱାଲଙ୍କ ଗିରଫ ପରେ ‘ଆପ୍’ର ପ୍ରଥମ ବଡ଼ ବୈଠକ, ନିର୍ବାଚନ ନିମନ୍ତେ ବିଧାୟକ ଓ କାଉନସିଲର ବନେଇଲେ ରଣନୀତି

ନୂଆଦିଲ୍ଲୀ ୨୪।୩: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ପରେ ଆମଆଦମୀ ପାର୍ଟି (ଆପ୍) ରବିବାର ପ୍ରଥମ ଥର ଦିଲ୍ଲୀର ସବୁ ପଦାଧିକାରୀ, ବିଧାୟକ ଓ କାଉନସିଲରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିଛି। ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ ଦୃଷ୍ଟିରୁ ରଣନୀତି ଉପରେ ଆଲୋଚନା କରାଯାଇଛି ଓ କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ବୃଦ୍ଧି ନିମନ୍ତେ ମନ୍ତ୍ର ବି ଦିଆଯାଇଛି। ଏହି ବୈଠକରେ ପାର୍ଟି ନିର୍ବାଚନ ନିମନ୍ତେ ଖାସ ରଣନୀତି ବି ପ୍ରସ୍ତୁତ କରିଛି। 

ଅରବିନ୍ଦ କେଜରିୱାଲ ଗିରଫ ହୋଇଯିବା ପରେ କାର୍ଯ୍ୟକର୍ତ୍ତାଙ୍କୁ ଏହା ସନ୍ଦେହ ହେବା ଉଚିତ ନୁହେଁ ଯେ ପାର୍ଟି କିପରି ଚାଲିବ? ଏ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପୂର୍ବରୁ କେଜରିୱାଲ ଯେଉଁପରି ନିର୍ଦ୍ଦେଶ ଦେଉଥିଲେ ପାର୍ଟି ଠିକ୍ ସେହିପରି ଚାଲୁଥିଲା। ଏବେ କେଜରିୱାଲ ଇଡି ହାଜତରୁ ଯେଉଁପରି ଆଦେଶ ଦେବେ ପାର୍ଟି ଓ ସରକାର ସେହିପରି ଚାଲିବ ବୋଲି ବୈଠକରେ କୁହାଯାଇଛି। କେଜରିୱାଲ ନିର୍ବାଚନରେ ପାର୍ଟିର ଷ୍ଟାର ପ୍ରଚାରକ ଥିଲେ। ହେଲେ ଏବେ ସେ ଇଡି ହେପାଜତରେ ଅଛନ୍ତି। ଅରବିନ୍ଦ  କେଜରିୱାଲ ବାହାରେ ଥାଇ ଯେପରି ମଜଭୁତ ଥିଲେ ଏବେ ଇଡି ହାଜତରେ ତାଠାରୁ ଅନେକ ଗୁଣ ମଜଭୁତ ବୋଲି ବୈଠକରେ କୁହାଯାଇଛି। ଏହି ଗିରଫ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଟିର ପ୍ରଚାର କରୁଥିବା କୁହାଯାଇଛି। ଆଜି ଦିଲ୍ଲୀ ସଡ଼କରେ ଲୋକେ କେଜରିୱାଲ-କେଜରିୱାଲ ହେଉଥିବା ଦେଖାଯାଉଛନ୍ତି। ଏଣୁ ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ ଆଉ ଦଳ ପ୍ରଚାର ଆବଶ୍ୟକ କରୁନଥିବା କାର୍ଯ୍ୟକର୍ତ୍ତାମାନେ କହିଛନ୍ତି।    

ବୈଠକରେ ମୁଖ୍ୟମନ୍ତ୍ରୀ ବାହାରେ ଥିବା ବେଳେ ବ୍ୟସ୍ତ ରହୁଥିଲେ। ହେଲେ ଏବେ ଇଡି ହଜାତରେ ଏକ୍ସକ୍ଲୁସିଭଲି ଅଧିକ ଚିନ୍ତନ ଓ ମନନ କରିବେ ଯାହା ବିରୋଧୀଙ୍କ ଲାଗି ମହଙ୍ଗା ପଡିବ ବୋଲି କୁହାଯାଇଛି। ଏଣୁ ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ଖାସ କରି ଯୁବକମାନଙ୍କୁ ନିଜର ଛୋଟମୋଟ ସମସ୍ୟାକୁ ଦୂରରେ ରଖି ଏକାଠି ହେବାର ଏହା ସମୟ ବୋଲି କୁହାଯାଇଛି। ଏଣୁ ପାର୍ଟିର ପ୍ରଚାର ନିମନ୍ତେ ୧୦ ଗୁଣା ଅଧିକ ମେହନତ କରିବାକୁ କୁହାଯାଇଛି। 

ରାଜଧାନୀ ଦିଲ୍ଲୀରେ ୩୧ ମାର୍ଚ୍ଚରେ ମେଗା ରାଲି ପ୍ଲାନ କରାଯାଇଛି। ଏହି ମହାରାଲି ପରେ ଆମଆଦମୀ ପାର୍ଟି ଲୋକଙ୍କ ଘରକୁ ଘର ଯାଇ ପରିବାରମାନଙ୍କୁ କେଜରିୱାଲଙ୍କ କ୍ୟାମ୍ପେନ ସହ ସଂଯୁକ୍ତ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଆପ ନୂଆ ରଙ୍ଗରେ ନିର୍ବାଚନ କ୍ୟାମ୍ପେନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଆଜି ଜନତା ଯାହା କହୁଛି ପାର୍ଟିର କ୍ୟାମ୍ପେନ ତାହା ଉପରେ ପର୍ଯ୍ୟବେସିତ ହେବ ବୋଲି କୁହାଯାଇଚି। କାରଣ ଏହା ବିଜେପି ଦ୍ୱାରା ଡିଜାଇନ କରାଯାଇଥିବା ଷଡ଼ଯନ୍ତ୍ର ଯେଉଁଥିରେ ଗିରଫଦାରୀ ପାଇଁ କେଜରିୱାଲ ପ୍ରଥମେ ଇସ୍ତଫା ଦେବେ, ତା ପରେ ବିଜେପି ପାର୍ଟି ଭାଙ୍ଗିବାକୁ ଉଦ୍ୟମ କରିବ। ତେବେ ଏହା ଏବେଏପରି ହେବ ନାହିଁ ଓ ଜନତା ଯେଉଁପରି ଚାହିଁବେ ସେହିପରି ନିର୍ବାଚନ ପ୍ରଚାର କରାଯିବ ବୋଲି କୁହାଯାଇଛ। 

କେଜରିୱାଲ ଗିରଫ ହେବା ପରେ ତାଙ୍କ ପ୍ରତି ଲୋକଙ୍କ ଭଲପାଇବା ଏବେ ଦିନକୁ ଦୁଇଗୁଣା ରାତିକୁ ଚାରିଗୁଣା ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ହାଜତରୁ ପ୍ରଥମ ନିର୍ଦ୍ଦେଶ ଜାରିକରିଛନ୍ତି। ସେ ଏହିପରି ଆଦେଶ ଜାରି କରିବେ ଓ ସେହି ଅନୁସାରେ କାର୍ଯ୍ୟ ଚାଲିବ ବୋଲି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି। ତେବେ ଏହା ଦ୍ୱାରା ନିର୍ବାଚନ ପ୍ରଚାର ଉପରେ ଫୋକସ କମ ହେବନିତ ବୋଲି ପଚରା ଯିବାରେ ଯେଉଁମାନେ ଜନତାଙ୍କ ପାଖକୁ ଯିବେ ସେମାନେ କୋର୍ଟ ଯିବେନି ଓ ଯେଉଁମାନେ କୋର୍ଟ କାମରେ ଯିବେ ସେମାନଙ୍କ ଦାୟିତ୍ୱରେ ନିର୍ବାଚନ ପ୍ରଚାର ହେବନି ବୋଲି କହିଛନ୍ତି।