କେଜରିୱାଲଙ୍କ ବିରୋଧରେ ଆକ୍ସନ ଲାଗି କ’ଣ କରିଛି ED ? ବିପଦରେ ଆମ ଆଦମୀ ପାର୍ଟିର ମାନ୍ୟତା
ନୂଆଦିଲ୍ଲୀ ୨୪।୩: ଅବକାରୀ ଦୁର୍ନୀତି ମାମଲା ମନିଷ ସିସୋଦିଆ, ସଞ୍ଜୟ ସିଂହଙ୍କ ପରେ ନା କେବଳ ଅରବିନ୍ଦ କେଜରିୱାଲଙ୍କୁ ସମସ୍ୟାରେ ପକାଇଛି, ବରଂ ଆମ ଆଦମୀ ପାର୍ଟି (ଆପ) ଉପରକୁ ଏବେ ସଂକଟ ଘନେଇଛି। କଥିତ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୋକଦ୍ଦମାରେ ଇଡି ଆପର ତୁଳନା ଏକ ‘କମ୍ପାନୀ’ ସହ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏହାର ଡାଇରେକ୍ଟର ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବୋଲି କହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର କେଜରିୱାଲଙ୍କ ରିମାଣ୍ଡ ଦାବି କରି ସ୍ପେଶାଲ କୋର୍ଟଙ୍କୁ କହିଥିଲେ ଯେ ‘ଏହି ଉପାୟରେ ଆମ ଆଦମୀ ପାର୍ଟି ଅରବିନ୍ଦ କେଜରିୱାଲଙ୍କ ନିମନ୍ତେ ମନିଲଣ୍ଡ୍ରିଂ ଅପରାଧ କରିଛି ଓ ଏଥି ଲାଗି ପ୍ରିଭେନସନ ଅଫ ମନିଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ)ର ଧାରା ୭୦ ଅନୁସାରେ ଏହା ମାମଲା ବନୁଛି’। ପିଏମଏଲଏର ଏହି ଧାରା କମ୍ପାନୀ ସମ୍ପର୍କିତ ମାମଲାରେ ଲାଗୁ ହୋଇଥାଏ। ଏଜେନ୍ସୀର କହିବା କଥା ହେଉଛି ‘କମ୍ପାନୀ’ର ଅର୍ଥ କୌଣସି କର୍ପୋରେଟ, ଫାର୍ମ ଅଥବା ଏଭଳି ବ୍ୟକ୍ତିଙ୍କ ସମୂହର ସଙ୍ଗଠନ ସହ ରହିଛି। ଇଡି କହିଛି ଯେ ‘ଅରବିନ୍ଦ କେଜରିୱାଲ ଆମ ଆଦମୀ ପାର୍ଟିର ବଡ ଗତିବିଦ୍ଧି ନିୟନ୍ତ୍ରିତ କରନ୍ତି। ସେ ପାର୍ଟିର ସଂସ୍ଥାପକ ସଦସ୍ୟ ଓ ନୀତି ନିର୍ଦ୍ଧାରକ । ସେ ଲାଞ୍ଚ ମାଗିବାରେ ମଧ୍ୟ ସାମିଲ। ପିଏମଏଲଏ ରେ ଅପରାଧ ସମୟରେ ‘କମ୍ପାନୀ’ ଯାହାକ
ନୂଆଦିଲ୍ଲୀ ୨୪।୩: ଅବକାରୀ ଦୁର୍ନୀତି ମାମଲା ମନିଷ ସିସୋଦିଆ, ସଞ୍ଜୟ ସିଂହଙ୍କ ପରେ ନା କେବଳ ଅରବିନ୍ଦ କେଜରିୱାଲଙ୍କୁ ସମସ୍ୟାରେ ପକାଇଛି, ବରଂ ଆମ ଆଦମୀ ପାର୍ଟି (ଆପ) ଉପରକୁ ଏବେ ସଂକଟ ଘନେଇଛି। କଥିତ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୋକଦ୍ଦମାରେ ଇଡି ଆପର ତୁଳନା ଏକ ‘କମ୍ପାନୀ’ ସହ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏହାର ଡାଇରେକ୍ଟର ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବୋଲି କହିଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର କେଜରିୱାଲଙ୍କ ରିମାଣ୍ଡ ଦାବି କରି ସ୍ପେଶାଲ କୋର୍ଟଙ୍କୁ କହିଥିଲେ ଯେ ‘ଏହି ଉପାୟରେ ଆମ ଆଦମୀ ପାର୍ଟି ଅରବିନ୍ଦ କେଜରିୱାଲଙ୍କ ନିମନ୍ତେ ମନିଲଣ୍ଡ୍ରିଂ ଅପରାଧ କରିଛି ଓ ଏଥି ଲାଗି ପ୍ରିଭେନସନ ଅଫ ମନିଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ)ର ଧାରା ୭୦ ଅନୁସାରେ ଏହା ମାମଲା ବନୁଛି’। ପିଏମଏଲଏର ଏହି ଧାରା କମ୍ପାନୀ ସମ୍ପର୍କିତ ମାମଲାରେ ଲାଗୁ ହୋଇଥାଏ। ଏଜେନ୍ସୀର କହିବା କଥା

ହେଉଛି ‘କମ୍ପାନୀ’ର ଅର୍ଥ କୌଣସି କର୍ପୋରେଟ, ଫାର୍ମ ଅଥବା ଏଭଳି ବ୍ୟକ୍ତିଙ୍କ ସମୂହର ସଙ୍ଗଠନ ସହ ରହିଛି।
ଇଡି କହିଛି ଯେ ‘ଅରବିନ୍ଦ କେଜରିୱାଲ ଆମ ଆଦମୀ ପାର୍ଟିର ବଡ ଗତିବିଦ୍ଧି ନିୟନ୍ତ୍ରିତ କରନ୍ତି। ସେ ପାର୍ଟିର ସଂସ୍ଥାପକ ସଦସ୍ୟ ଓ ନୀତି ନିର୍ଦ୍ଧାରକ । ସେ ଲାଞ୍ଚ ମାଗିବାରେ ମଧ୍ୟ ସାମିଲ। ପିଏମଏଲଏ ରେ ଅପରାଧ ସମୟରେ ‘କମ୍ପାନୀ’ ଯାହାକି ଏଏପି ଅଟେ ଓ କାର୍ଯ୍ୟ ନିମନ୍ତେ ଦାୟି ଥିଲେ’। ଏଜେନ୍ସୀର କହିବା କଥା ହେଉଛି ମଦ ଦୁର୍ନୀତିରୁ ମିଳିଥିବା ଅର୍ଥକୁ ପାର୍ଟି ଗୋଆ ନିର୍ବାଚନ ପ୍ରଚାର ନିମନ୍ତେ କରିଛି। ଏଜେନ୍ସୀ ଦାବି କରିଛି ଯେ ହବାଲା ମାଧ୍ୟମରେ ପାର୍ଟି ୪୫ କୋଟି ଟଙ୍କା ଗୋଆକୁ ପ୍ରଚାର ନିମନ୍ତେ ପଠାଇଥିଲା।
ଏଜେନ୍ସୀ କହିଛି ଏହିଭଳି କେଜରିୱାଲ ଓ ତାଙ୍କର ଆମଆଦମୀ ପାର୍ଟି ଉଭୟ ଉପରେ ପିଏମଏଲଏର ଧାରା ୭୦ରେ ମୋକଦ୍ଦମା ରୁଜୁ ହେଉଛି। ପିଏମଏଲଏ ରେ ଏହା ପ୍ରଥମ ଥର କୌଣସି ରାଜନୈତିକ ଦଳକୁ ସାମିଲ କରାଯାଇଛି। ଏଣୁ ବିଶେଷଜ୍ଞ ଇଡିର ବର୍ତ୍ତମାନ ଉଦ୍ଦେଶ୍ୟରୁ ଆମ ଆଦମୀ ପାର୍ଟି ନିମନ୍ତେ ଆଗକୁ ବଡ଼ ସଂକଟ ସୃଷ୍ଟି ହେବାକୁ ଯାଉଥିବା ଅନୁମାନ କରିଛନ୍ତି। ଯଦି ଇଡିଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ପ୍ରମାଣିତ ହୁଏ ତେବେ ନିର୍ବାଚନ ଆୟୋଗ ପାର୍ଟିର ମାନ୍ୟତା ମଧ୍ୟ ରଦ୍ଦ କରି ଦେଇପାରନ୍ତି। ତେବେ ଇଡି ଏବେ ‘ଆପ୍’ ବିରୋଧରେ ମୋକଦ୍ଦମା ରୁଜୁ କରି ନାହିଁ। ଏଣୁ ପାର୍ଟିର ଭବିଷ୍ୟତ ଆଗାମୀ ଦିନରେ କୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ।