କେଜରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଆବେଦନ ପ୍ରସଙ୍ଗ
ନୂଆଦିଲ୍ଲୀ: ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଆବେଦନ ପ୍ରସଙ୍ଗ। ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ତୃତୀୟ ଆବେଦନକୁ... The post କେଜରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଆବେଦନ ପ୍ରସଙ୍ଗ appeared first on .
ନୂଆଦିଲ୍ଲୀ: ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଆବେଦନ ପ୍ରସଙ୍ଗ। ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ତୃତୀୟ ଆବେଦନକୁ ଖାରଜ କରିଛନ୍ତି ଅଦାଲତ। ଏଭଳି ଆବେଦନ ଉପରେ ବିପୁଳ ପରିମାଣର ଜୋରିମାନା ହେବା ଆବଶ୍ୟକ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ମାମଲାରେ ଶୁଣାଣି କରି ଏଭଳି ମନ୍ତବ୍ୟ ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ।
ଏହି ମାମଲାର ଶୁଣାଣି କରି ଅଦାଲତ କହିଛନ୍ତି ଯେ, ପୂର୍ବରୁ ଏ ପ୍ରସଙ୍ଗ ନେଇ ଦୁଇ ଦୁଇଟି ଆବେଦନ ଖାରଜ ହୋଇସାରିଛି। ଏଭଳି ସ୍ଥଳରେ ଏହି ଆବେଦନର କିଛି ମୂଲ୍ୟ ରହୁନାହିଁ। କେବଳ ପ୍ରଚାର ଲାଗି ଏଭଳି ଆବେଦନ କରାଯାଉଛି ବୋଲି କହିଛନ୍ତି ବିଚାରପତି। ଆମ ଆଦମୀ ପାର୍ଟି ପୂର୍ବତନ ନେତା ତଥା ମନ୍ତ୍ରୀ ସନ୍ଦୀପ କୁମାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବକୁ ଦାବି କରି ଆବେଦନ ରୁଜୁ କରିଥିଲେ। କେଜରିୱାଲଙ୍କୁ ଇଡି ଗିରଫ କରିଥିବାବେଳେ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ଅକ୍ଷମତା ପ୍ରଦର୍ଶନ କରୁଛନ୍ତି ବୋଲି ଆବେଦନରେ ପ୍ରକାଶ କରିଥିଲେ।
ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ଭାବେ ରହିବାର ଅଧିକାର କେଜରିୱାଲ ହରାଇ ସାରିଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରିଥିଲେ ଆମ ଆଦମୀ ପାର୍ଟି ନେତା ସନ୍ଦୀପ କୁମାର। ଏଭଳି ଜନସ୍ଵାର୍ଥ ମାମଲାକୁ କଡ଼ା ସମାଲୋଚନା କରିଛନ୍ତି ଜଷ୍ଟିସ ସୁବ୍ରମଣ୍ୟମ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନ ଏଭଳି ସମାନ ଆବେଦନକୁ ଖାରଜ କରିଥିଲେ। ଏପ୍ରିଲ ୪ ତାରିଖରେ ସାମାଜିକ କର୍ମୀ ବିଷ୍ଣୁଗୁପ୍ତଙ୍କ ଆବେଦନକୁ ଖାରଜ କରିଥିଲେ ମୁଖ୍ୟ ବିଚାରପତି। ଏହା ପୁର୍ବରୁ ମାର୍ଚ୍ଚ ୨୮ରେ ସୁରଜିତ ସିଂ ନାମକ ବ୍ଯକ୍ତି କରିଥିବା ଆବେଦନକୁ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।
The post କେଜରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଆବେଦନ ପ୍ରସଙ୍ଗ appeared first on .