କେଜ୍ରିଓ୍ବାଲଙ୍କ ଜାମିନ୍ ଅବଧି ବୃଦ୍ଧି ଆବେଦନ ଖାରଜ୍; ତତ୍କାଳ ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ୍ ଝଟକା । ଜାମିନ୍ ବୃଦ୍ଧି ଆବେଦନ ଶୁଣାଣିକୁ ନା କରିଛନ୍ତି ସୁପ୍ରିମକୋର୍ଟ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ୭ଦିନ ଜାମିନ୍ ବୃଦ୍ଧି କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆବେଦନ କରିଥିଲେ । ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ବେଞ୍ଚ୍ ଆପ୍ ସୁପ୍ରିମୋଙ୍କ ଆବେଦନକୁ ଶୁଣାଣି ପାଇଁ ମନା କରିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଗତ ସପ୍ତାହ ଗଠିତ ହୋଇଥିବା ଅବକାଶ ଖଣ୍ଡପୀଠର ଜଣେ ସଦସ୍ୟ ତଥା ଜଷ୍ଟିସ୍ ଦିପାଙ୍କର ଦତ୍ତା ବେଞ୍ଚରେ ଥିବା ବେଳେ କାହିଁକି ଆବେଦନ କରିନଥିଲେ । ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ୍ ଆବେଦନ ଯାଚିକାକୁ ଖଣ୍ଡପୀଠ ସିଜେଆଇ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ନିକଟକୁ ପଠାଇଛନ୍ତି ।ଜଷ୍ଟିସ୍ ଜେ.କେ ମାହେଶ୍ବରୀ ଏବଂ ଜଷ୍ଟିସ୍ କେ.ଭି ବିଶ୍ବନାଥନଙ୍କ ବେଞ୍ଚ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ୍ ଆବେଦନକୁ ଖାରଜ୍ କରିଛନ୍ତି । ଆପ୍ ସୁପ୍ରିମୋଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ୍ ମନୁ ସିଂଘବୀ ତତ୍କାଳ ଶୁଣାଣି ପାଇଁ ଖଣ୍ଡପୀଠଙ୍କୁ ଗୁହାରି କରିଥିଲେ । ଅଭିଷେକ୍ ମନୁ ସିଂଘବୀ କହିଥିଲେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ହସ୍ପିଟାଲରେ କିଛି ସ୍ବାସ୍ଥ୍ୟପରୀକ୍ଷା ରହିଛି । ତେଣୁ ଜାମିନ୍ ଅବଧିକୁ ୭ଦିନ ବୃଦ୍ଧି କରାଯାଉ । କେଜ୍ରିଓ୍ବାଲଙ୍କ ମେଡିକାଲ୍ ଟେଷ୍ଟ ପରେ ୯ ଜୁନରେ ତିହାର ଜେଲରେ ଆତ୍ମସମର୍ପଣ କରିବେ ।

କେଜ୍ରିଓ୍ବାଲଙ୍କ ଜାମିନ୍ ଅବଧି ବୃଦ୍ଧି ଆବେଦନ ଖାରଜ୍; ତତ୍କାଳ ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ୍ ଝଟକା । ଜାମିନ୍ ବୃଦ୍ଧି ଆବେଦନ ଶୁଣାଣିକୁ ନା କରିଛନ୍ତି ସୁପ୍ରିମକୋର୍ଟ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ୭ଦିନ ଜାମିନ୍ ବୃଦ୍ଧି କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆବେଦନ କରିଥିଲେ । ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ବେଞ୍ଚ୍ ଆପ୍ ସୁପ୍ରିମୋଙ୍କ ଆବେଦନକୁ ଶୁଣାଣି ପାଇଁ ମନା କରିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଗତ ସପ୍ତାହ ଗଠିତ ହୋଇଥିବା ଅବକାଶ ଖଣ୍ଡପୀଠର ଜଣେ ସଦସ୍ୟ ତଥା ଜଷ୍ଟିସ୍ ଦିପାଙ୍କର ଦତ୍ତା ବେଞ୍ଚରେ ଥିବା ବେଳେ କାହିଁକି ଆବେଦନ କରିନଥିଲେ । ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ୍ ଆବେଦନ ଯାଚିକାକୁ ଖଣ୍ଡପୀଠ ସିଜେଆଇ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ନିକଟକୁ ପଠାଇଛନ୍ତି ।

ଜଷ୍ଟିସ୍ ଜେ.କେ ମାହେଶ୍ବରୀ ଏବଂ ଜଷ୍ଟିସ୍ କେ.ଭି ବିଶ୍ବନାଥନଙ୍କ ବେଞ୍ଚ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ୍ ଆବେଦନକୁ ଖାରଜ୍ କରିଛନ୍ତି । ଆପ୍ ସୁପ୍ରିମୋଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ୍ ମନୁ ସିଂଘବୀ ତତ୍କାଳ ଶୁଣାଣି ପାଇଁ ଖଣ୍ଡପୀଠଙ୍କୁ ଗୁହାରି କରିଥିଲେ । ଅଭିଷେକ୍ ମନୁ ସିଂଘବୀ କହିଥିଲେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ହସ୍ପିଟାଲରେ କିଛି ସ୍ବାସ୍ଥ୍ୟପରୀକ୍ଷା ରହିଛି । ତେଣୁ ଜାମିନ୍ ଅବଧିକୁ ୭ଦିନ ବୃଦ୍ଧି କରାଯାଉ । କେଜ୍ରିଓ୍ବାଲଙ୍କ ମେଡିକାଲ୍ ଟେଷ୍ଟ ପରେ ୯ ଜୁନରେ ତିହାର ଜେଲରେ ଆତ୍ମସମର୍ପଣ କରିବେ । ହେଲେ ଜାମିନ୍ ଆବେଦନର ତତ୍କାଳ ଶୁଣାଣି କରିବାକୁ ମନା କରିଛନ୍ତି ଆବକାଶକାଳୀନ ଖଣ୍ଡପୀଠ ।