କେଜ୍ରିଓ୍ବାଲଙ୍କୁ ଚତୁର୍ଥ ସମନ ଜାରି କଲା ଇଡି
ନୂଆଦିଲ୍ଲୀ,୧୩।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଚତୁର୍ଥ ସମନ ଜାରି କରିଛି। ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କୁ ଚତୁର୍ଥ ଥର ପାଇଁ ସମନ ପଠାଇଛି। ଜାନୁଆରୀ ୧୮ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଏବେ ଦେଖିବାକୁ ବାକି ରହିଲା ଏଏପି ର ଜାତୀୟ ସଂଯୋଜକ ଚତୁର୍ଥ ଥର ପାଇଁ ତଦନ୍ତରେ ଯୋଗ ଦେଉଛନ୍ତି କି ନାହିଁ । ଏହାପୂର୍ବରୁ, ଦିଲ୍ଲୀ ଏକ୍ସାଇଜ […] The post କେଜ୍ରିଓ୍ବାଲଙ୍କୁ ଚତୁର୍ଥ ସମନ ଜାରି କଲା ଇଡି appeared first on Dharitri Odia News.
ନୂଆଦିଲ୍ଲୀ,୧୩।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଚତୁର୍ଥ ସମନ ଜାରି କରିଛି। ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କୁ ଚତୁର୍ଥ ଥର ପାଇଁ ସମନ ପଠାଇଛି। ଜାନୁଆରୀ ୧୮ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଏବେ ଦେଖିବାକୁ ବାକି ରହିଲା ଏଏପି ର ଜାତୀୟ ସଂଯୋଜକ ଚତୁର୍ଥ ଥର ପାଇଁ ତଦନ୍ତରେ ଯୋଗ ଦେଉଛନ୍ତି କି ନାହିଁ ।
ଏହାପୂର୍ବରୁ, ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ୨୦୨୩ ନଭେମ୍ବର ୨, ଡିସେମ୍ବର ୨୧ ଏବଂ ୩ ଜାନୁଆରୀ ୨୦୨୪ରେ ପଚରାଉଚରା ପାଇଁ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଡାକିଥିଲା। ତିନିଥର ପଚରାଉଚରା ପାଇଁ ସମନ ଜାରି ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଇଡିରେ ହାଜର ହୋଇ ନ ଥିଲେ। ପ୍ରତ୍ୟେକ ଥର ସେ ଏକ ଚିଠି ଜାରି କରି ଇଡିର ଡାକରାକୁ ବେଆଇନ ବୋଲି କହିଥିଲେ।
The post କେଜ୍ରିଓ୍ବାଲଙ୍କୁ ଚତୁର୍ଥ ସମନ ଜାରି କଲା ଇଡି appeared first on Dharitri Odia News.