କେଜ୍‌ରିଓ୍ବାଲଙ୍କୁ ମିଳିବ ଆଶ୍ୱସ୍ତି! ଦିଲ୍ଲୀ ହାଇକୋର୍ଟରୁ ଆସିଲା ବଡ଼ ଅପ୍‌ଡେଟ

ନୂଆଦିଲ୍ଲୀ,୨୪।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଜାମିନ ବିରୋଧରେ ଇଡି ଆବେଦନ ଉପରେ ମଙ୍ଗଳବାର ହାଇକୋର୍ଟଙ୍କ ନିଷ୍ପତ୍ତି ଆସିବ। ଜଷ୍ଟିସ ସୁଧୀର କୁମାର ଜୈନଙ୍କ ଅଦାଲତ ଦିନ ପ୍ରାୟ ୨.୩୦ ସମୟରେ ଏହି ରାୟ ଶୁଣାଇ ପାରନ୍ତି। ନିମ୍ନ ଅଦାଲତର ନିଷ୍ପତ୍ତି ବିରୋଧରେ ଇଡି ଶୁକ୍ରବାର ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। ଏହାର ଗୋଟିଏ ଦିନ ପୂର୍ବରୁ, ଜୁନ ୨୦ରେ, ରୌଜ୍‌ ଏଭିନ୍ୟୁ କୋର୍ଟ ଦିଲ୍ଲୀ ଏକ୍ସାଇଜ ପଲିସି […] The post କେଜ୍‌ରିଓ୍ବାଲଙ୍କୁ ମିଳିବ ଆଶ୍ୱସ୍ତି! ଦିଲ୍ଲୀ ହାଇକୋର୍ଟରୁ ଆସିଲା ବଡ଼ ଅପ୍‌ଡେଟ appeared first on Dharitri Odia News.

କେଜ୍‌ରିଓ୍ବାଲଙ୍କୁ ମିଳିବ ଆଶ୍ୱସ୍ତି! ଦିଲ୍ଲୀ ହାଇକୋର୍ଟରୁ ଆସିଲା ବଡ଼ ଅପ୍‌ଡେଟ

ନୂଆଦିଲ୍ଲୀ,୨୪।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଜାମିନ ବିରୋଧରେ ଇଡି ଆବେଦନ ଉପରେ ମଙ୍ଗଳବାର ହାଇକୋର୍ଟଙ୍କ ନିଷ୍ପତ୍ତି ଆସିବ। ଜଷ୍ଟିସ ସୁଧୀର କୁମାର ଜୈନଙ୍କ ଅଦାଲତ ଦିନ ପ୍ରାୟ ୨.୩୦ ସମୟରେ ଏହି ରାୟ ଶୁଣାଇ ପାରନ୍ତି।

ନିମ୍ନ ଅଦାଲତର ନିଷ୍ପତ୍ତି ବିରୋଧରେ ଇଡି ଶୁକ୍ରବାର ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। ଏହାର ଗୋଟିଏ ଦିନ ପୂର୍ବରୁ, ଜୁନ ୨୦ରେ, ରୌଜ୍‌ ଏଭିନ୍ୟୁ କୋର୍ଟ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ସିଏମ କେଜ୍‌ରିଓ୍ବାଲଙ୍କୁ ଜାମିନ ପ୍ରଦାନ କରିଥିଲେ। ହାଇକୋର୍ଟ ଶୁଣାଣି ପର୍ଯ୍ୟନ୍ତ ଜାମିନ ଉପରେ ରୋକ ଲଗାଇଦେଇଥିଲେ ଏବଂ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

ହାଇକୋର୍ଟଙ୍କ ରୋକ ବିରୋଧରେ କେଜ୍‌ରିଓ୍ବାଲ ଜୁନ ୨୩ରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ଯେଉଁଠାରେ ଆଜି ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ପରବର୍ତ୍ତୀ ଶୁଣାଣି ତାରିଖକୁ ଜୁନ ୨୬କୁ ସ୍ଥିର କରିଛନ୍ତି।

 

The post କେଜ୍‌ରିଓ୍ବାଲଙ୍କୁ ମିଳିବ ଆଶ୍ୱସ୍ତି! ଦିଲ୍ଲୀ ହାଇକୋର୍ଟରୁ ଆସିଲା ବଡ଼ ଅପ୍‌ଡେଟ appeared first on Dharitri Odia News.