କେଜ୍‌ରିଓ୍ବାଲ୍‌ ଜେଲ୍‌ ଯିବାକୁ ନେଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୮:ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନିଅନ୍ତି କାହାକୁ ଜେଲ ପଠାଯିବା ଉଚିତ ବୋଲି କେଜ୍‌ରିୱାଲ କରିଥିବା ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସେ ଆଇନର ନିୟମ ପଢିବା ଉଚିତ୍‌। ନିକଟରେ ଅରବିନ୍ଦ କେଜ୍‌ରିୱାଲ କହିଥିଲେ, ପ୍ରଧାନମନ୍ତ୍ରୀ ହିଁ ନିଷ୍ପତ୍ତି ନେବେ କିଏ ଜେଲକୁ ଯିବେ? ତାଙ୍କ (ପିଏମ […] The post କେଜ୍‌ରିଓ୍ବାଲ୍‌ ଜେଲ୍‌ ଯିବାକୁ ନେଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

କେଜ୍‌ରିଓ୍ବାଲ୍‌ ଜେଲ୍‌ ଯିବାକୁ ନେଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୮:ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନିଅନ୍ତି କାହାକୁ ଜେଲ ପଠାଯିବା ଉଚିତ ବୋଲି କେଜ୍‌ରିୱାଲ କରିଥିବା ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସେ ଆଇନର ନିୟମ ପଢିବା ଉଚିତ୍‌।
ନିକଟରେ ଅରବିନ୍ଦ କେଜ୍‌ରିୱାଲ କହିଥିଲେ, ପ୍ରଧାନମନ୍ତ୍ରୀ ହିଁ ନିଷ୍ପତ୍ତି ନେବେ କିଏ ଜେଲକୁ ଯିବେ? ତାଙ୍କ (ପିଏମ ମୋଦିଙ୍କ) ନିର୍ଦ୍ଦେଶରେ ହେମନ୍ତ ସୋରେନ ଏବଂ ମୁଁ (ଅରବିନ୍ଦ କେଜ୍‌ରିୱାଲ) ଜେଲକୁ ପଠାଯାଇଛି।
ଏହାର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯଦି ଏହି ଲୋକମାନେ ସମ୍ବିଧାନ ଏବଂ ଦେଶର ଆଇନ ପଢିବେ ତେବେ ଭଲ ହେବ। ମୋର କାହାକୁ କିଛି କହିବାର ଆବଶ୍ୟକତା ନାହିଁ।
ସୂଚନାଯୋଗ୍ୟ,ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଜ୍‌ରିୱାଲଙ୍କୁ ଜୁନ ୨ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।

The post କେଜ୍‌ରିଓ୍ବାଲ୍‌ ଜେଲ୍‌ ଯିବାକୁ ନେଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.