କେଜ୍ରିୱାଲ ଗିରଫ ପ୍ରସଙ୍ଗ: ଦିଲ୍ଲୀରେ ଆପ କର୍ମୀ – ପୁଲିସ ମୁହାଁମୁହିଁ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶୀ ଆଜି ଦାବି କରିଛନ୍ତି ଯେ ଦିଲ୍ଲୀରେ ଥିବା ତାଙ୍କ ଦଳୀୟ କାର୍ଯ୍ୟାଳୟକୁ ସବୁ ଦିଗରୁ ସିଲ୍ କରାଯାଇଛି। ଦଳ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବ। ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟରେ ଆତିଶୀ ଦଳୀୟ କାର୍ଯ୍ୟାଳୟ ‘ସିଲ୍’ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦଳୀୟ ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ ଆଶା କରୁଛି ନିର୍ବାଚନ ଆୟୋଗ ଏହାକୁ ନିରପେକ୍ଷ ଭାବେ […]

କେଜ୍ରିୱାଲ ଗିରଫ ପ୍ରସଙ୍ଗ: ଦିଲ୍ଲୀରେ ଆପ କର୍ମୀ – ପୁଲିସ ମୁହାଁମୁହିଁ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶୀ ଆଜି ଦାବି କରିଛନ୍ତି ଯେ ଦିଲ୍ଲୀରେ ଥିବା ତାଙ୍କ ଦଳୀୟ କାର୍ଯ୍ୟାଳୟକୁ ସବୁ ଦିଗରୁ ସିଲ୍ କରାଯାଇଛି। ଦଳ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବ। ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟରେ ଆତିଶୀ ଦଳୀୟ କାର୍ଯ୍ୟାଳୟ ‘ସିଲ୍’ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦଳୀୟ ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ ଆଶା କରୁଛି ନିର୍ବାଚନ ଆୟୋଗ ଏହାକୁ ନିରପେକ୍ଷ ଭାବେ ଗ୍ରହଣ କରିବେ।

ରୁଷ ଗୁଳିକାଣ୍ଡ – ମୃତ୍ୟୁ ସଂଖ୍ୟା ୧୧୫କୁ ବୃଦ୍ଧି, ଶତାଧିକ ଆହତ

କେନ୍ଦ୍ରାଞ୍ଚଳ ଡିସିପି ଏମ୍ ହର୍ଷବର୍ଦ୍ଧନ କହିଛନ୍ତି ଯେ କୌଣସି କାର୍ଯ୍ୟାଳୟକୁ ସିଲ୍ କରାଯାଇନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପ୍ରତିବାଦରେ ସହିଦ ପାର୍କରୁ ଦୀନଦୟାଲ ଉପାଧ୍ୟାୟ ମାର୍ଗ ଅଭିମୁଖେ ପାଖାପାଖି ୫୦୦ ଲୋକ ପଦଯାତ୍ରା କରିଥିଲେ। ଏହି ପ୍ରତିବାଦ ଯୋଗୁଁ ସେଠାରେ ୧୪୪ ଧାରା ଲାଗୁ କରାଯାଇଥିଲା। ଏହି ଲୋକମାନେ ପଦଯାତ୍ରା କରୁଥିବା ବେଳେ ବ୍ୟାରିକେଡ୍ ଲଗାଇ ସେମାନଙ୍କୁ ଅଟକାଇ ଦିଆଯାଇଥିଲା। ପ୍ରାୟ ୨୫ ଜଣଙ୍କୁ ଅଟକ ରଖି କିଛି ସମୟ ପରେ ଛାଡ଼ି ଦିଆଯାଇଥିବା ଶ୍ରୀ ବର୍ଦ୍ଧନ କହିଛନ୍ତି।

୪ ଜିଲ୍ଲାପାଳଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ