କେଜ୍‌ରିୱାଲଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଆନ୍ନା ହଜାରେ

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ପ୍ରସିଦ୍ଧ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆନ୍ନା ହଜାରେ କହିଛନ୍ତି, ଆମେ ମଦ ବିରୋଧରେ ଥିଲୁ। ଅରବିନ୍ଦ ମଧ୍ୟ ଏଥିରେ ଆମକୁ ସମର୍ଥନ କରିଥିଲେ। ସେ କରିଥିବା ମଦ ନୀତି ଯୋଗୁ ମୁଁ ଅତ୍ୟନ୍ତ ଦୁଃଖିତ। ଏପରିକି ମୁଁ ଏଥିପାଇଁ ତାଙ୍କୁ ଏକ ଚିଠି ଲେଖିଥିଲି। ତାଙ୍କର କର୍ମ ହେତୁ ତାଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ଯାହା ନିଷ୍ପତ୍ତି ଆଇନ ଅନୁଯାୟୀ […] The post କେଜ୍‌ରିୱାଲଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଆନ୍ନା ହଜାରେ appeared first on Dharitri Odia News.

କେଜ୍‌ରିୱାଲଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଆନ୍ନା ହଜାରେ

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ପ୍ରସିଦ୍ଧ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆନ୍ନା ହଜାରେ କହିଛନ୍ତି, ଆମେ ମଦ ବିରୋଧରେ ଥିଲୁ। ଅରବିନ୍ଦ ମଧ୍ୟ ଏଥିରେ ଆମକୁ ସମର୍ଥନ କରିଥିଲେ। ସେ କରିଥିବା ମଦ ନୀତି ଯୋଗୁ ମୁଁ ଅତ୍ୟନ୍ତ ଦୁଃଖିତ। ଏପରିକି ମୁଁ ଏଥିପାଇଁ ତାଙ୍କୁ ଏକ ଚିଠି ଲେଖିଥିଲି। ତାଙ୍କର କର୍ମ ହେତୁ ତାଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ଯାହା ନିଷ୍ପତ୍ତି ଆଇନ ଅନୁଯାୟୀ ହେବ।
ସୂଚନାଯୋଗ୍ୟ, ମଦ ନୀତି ଦୁର୍ନୀତିରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଛି। ଏହି ମାମଲା ୨୦୨୧-୨୨ ପାଇଁ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ପଲିସି ଗଠନ ଏବଂ କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଏବଂ ଅର୍ଥ ହେରଫେର ସମ୍ବନ୍ଧୀୟ ଅଟେ। ପରେ ଏହି ନୀତି ବାତିଲ କରାଯାଇଥିଲା। ଏହି ମାମଲାରେ ଏଏପି ନେତା ମନୀଷ ସିସୋଡିଆ ଏବଂ ସଞ୍ଜୟ ସିଂ ନ୍ୟାୟିକ ହେପାଜତରେ ଅଛନ୍ତି।
ଏହାପୂର୍ବରୁ ଆନ୍ନା ହାଜାରେ ଦିଲ୍ଲୀର ମଦ ନୀତି ସମ୍ପର୍କରେ କେଜ୍‌ରିୱାଲଙ୍କୁ କଡ଼ା ଟାର୍ଗେଟ କରିଥିଲେ। କିଛି ବର୍ଷ ପୂର୍ବେ ମଦ ନୀତିକୁ ନେଇ ଅସନ୍ତୋଷ ଥିବା ଆନ୍ନା ହଜାରେ କେଜ୍‌ରିୱାଲଙ୍କୁ ଏକ ଚିଠି ଲେଖିଥିଲେ। ଆନ୍ନା ଚିଠିରେ ଜରିଆରେ ଦିଲ୍ଲୀର ମଦ ଦୋକାନ ବନ୍ଦ କରିବାକୁ କହିଥିଲେ।

The post କେଜ୍‌ରିୱାଲଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଆନ୍ନା ହଜାରେ appeared first on Dharitri Odia News.