କେଜ୍ରିୱାଲଙ୍କ ପାଇଁ ବାହାରିଲା ଇଣ୍ଡିଆ ମେଣ୍ଟ । ଗିରଫକୁ ବିରୋଧ କରି ୩୦ ତାରିଖରେ ଦିଲ୍ଲୀରେ ଧାରଣା

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲଙ୍କ ପାଇଁ ବାହାରିଲା ଇଣ୍ଡି ମେଣ୍ଟ। କ୍ରେଜିୱାଲଙ୍କୁ ଗିରଫକୁ ବିରୋଧ ପରି ଆସନ୍ତା ୩୦ ତାରିଖରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଆନ୍ଦୋଳନ କରିବାକୁ ଘୋଷଣା। ସ୍ବାସ୍ଥ୍ୟ ବିଗୁଥିବା ବେଳେ ଧ୍ୟାନ ଦିଆଯାଉନଥିବା ଅଭିଯୋଗ। ବିଜେପି ତାଙ୍କୁ ଜେଲ ଭିତରେ ହତ୍ୟା କରିବାକୁ ଚାହୁଁଛି। ଜୁନ ୩ରୁ ଜୁଲାଇ ୭ ତାରିଖ ମଧ୍ୟ କେଜ୍ରିୱାଲଙ୍କ ରକ୍ତ ଶର୍କରା ୨୬ଥର ହ୍ରାସ ପାଇଛି। ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କେହି ବି […] The post କେଜ୍ରିୱାଲଙ୍କ ପାଇଁ ବାହାରିଲା ଇଣ୍ଡିଆ ମେଣ୍ଟ । ଗିରଫକୁ ବିରୋଧ କରି ୩୦ ତାରିଖରେ ଦିଲ୍ଲୀରେ ଧାରଣା first appeared on Kanak News.

କେଜ୍ରିୱାଲଙ୍କ ପାଇଁ ବାହାରିଲା ଇଣ୍ଡିଆ ମେଣ୍ଟ । ଗିରଫକୁ ବିରୋଧ କରି ୩୦ ତାରିଖରେ ଦିଲ୍ଲୀରେ ଧାରଣା

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲଙ୍କ ପାଇଁ ବାହାରିଲା ଇଣ୍ଡି ମେଣ୍ଟ। କ୍ରେଜିୱାଲଙ୍କୁ ଗିରଫକୁ ବିରୋଧ ପରି ଆସନ୍ତା ୩୦ ତାରିଖରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଆନ୍ଦୋଳନ କରିବାକୁ ଘୋଷଣା। ସ୍ବାସ୍ଥ୍ୟ ବିଗୁଥିବା ବେଳେ ଧ୍ୟାନ ଦିଆଯାଉନଥିବା ଅଭିଯୋଗ। ବିଜେପି ତାଙ୍କୁ ଜେଲ ଭିତରେ ହତ୍ୟା କରିବାକୁ ଚାହୁଁଛି। ଜୁନ ୩ରୁ ଜୁଲାଇ ୭ ତାରିଖ ମଧ୍ୟ କେଜ୍ରିୱାଲଙ୍କ ରକ୍ତ ଶର୍କରା ୨୬ଥର ହ୍ରାସ ପାଇଛି। ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କେହି ବି ଗୁରୁତ୍ୱ ଦେଉ ନାହାନ୍ତି। ତେଣୁ ଇଣ୍ଡିଆ ବ୍ଲକ ଜୁଲାଇ ୩୦ରେ ଯନ୍ତରମନ୍ତର ଠାରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ିଥିବା ପ୍ରସଙ୍ଗ ନେଇ ବିଶାଳ ବିକ୍ଷୋଭ ସମାବେଶ କରିବ ବୋଲି ଆପ କହିଛି। ସେପଟେ ପୁଣି ବଢିଛି କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି । ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି । ଫଳାରେ ଆସନ୍ତା ଅଗଷ୍ଟ ୮ ପର୍ୟ୍ୟନ୍ତ କେଜ୍ରିୱାଲ ଜେଲରେ ରହବା ସ୍ପଷ୍ଟ ହୋଇଯାଇଛି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟ ଯଡ଼ଯନ୍ତ୍ରକାରୀ ବୋଲି ସିବିଆଇ କୋର୍ଟରେ ଅଭିଯୋଗ କରଛି । ଅଗଷ୍ଟ ୮ ରେ ଏହାର ପରବର୍ତ୍ତୀ ଶୁଣାଣି ହେବ । ସିବିଆଇ ତାଙ୍କୁ ଜୁନ୍ ୨୬ ତାରିଖରେ ଗିରଫ କରିଥିଲା।

The post କେଜ୍ରିୱାଲଙ୍କ ପାଇଁ ବାହାରିଲା ଇଣ୍ଡିଆ ମେଣ୍ଟ । ଗିରଫକୁ ବିରୋଧ କରି ୩୦ ତାରିଖରେ ଦିଲ୍ଲୀରେ ଧାରଣା first appeared on Kanak News.