କେଜ୍ରିୱାଲଙ୍କୁ ଗିରଫ କରିବ କି ଇଡି ? ଦିଲ୍ଲୀ ମଦ ଦୁର୍ନୀତିରେ ସମନ କରିଛି ଇଡି
ଏହି ହେଉଛି କେଜରିୱାଲଙ୍କୁ ପଞ୍ଚମ ସମନ। ଆଗରୁ ୪ ଥର ନୋଟିସ୍ କରାଯାଇଥିଲେ ମଧ୍ୟ ସେ ଇଡିରେ ହାଜର ହୋଇ ନାହାନ୍ତି।
ହେମନ୍ତ ସୋରେନଙ୍କ ପରେ ଆଉ ଜଣେ ମୁଖ୍ୟମନ୍ତ୍ରୀ ମଧ୍ୟ ଅଡୁଆରେ ପଡ଼ି ପାରନ୍ତି। ଏପରିକି ତାଙ୍କୁ ମଧ୍ୟ ଇଡି ବାନ୍ଧିପାରେ । ସେ ହେଉଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ମଦ ଦୁର୍ନୀତିରେ ତାଙ୍କୁ ଆଗରୁ ଅନେକ ଥର ସମନ କରିଛି ଇଡି। କିନ୍ତୁ ସେ ହାଜର ହୋଇ ନାହାନ୍ତି। ଗତକାଲି କେଜରିୱାଲଙ୍କୁ ପୁଣି ଥରେ ଇଡି ସମନ କରିଛି। ଆସନ୍ତାକାଲି ହାଜର ହେବାକୁ କୁହାଯାଇଛି।
ଏହି ହେଉଛି କେଜରିୱାଲଙ୍କୁ ପଞ୍ଚମ ସମନ। ଆଗରୁ ୪ ଥର ନୋଟିସ୍ କରାଯାଇଥିଲେ ମଧ୍ୟ ସେ ଇଡିରେ ହାଜର ହୋଇ ନାହାନ୍ତି। ରାଜନୈତିକ ଆକ୍ରୋଶ ରଖି କୌଣସି ନିର୍ଦ୍ଦିଷ୍ଟ କାରଣ ନ ଦର୍ଶାଇ ସମନ କରୁଥିବା କେଜ୍ରିୱାଲ ଅଭିଯୋଗ କରି ଆସୁଛନ୍ତି। ଏହି ମଦ ଦୁର୍ନୀତିରେ ଆଗରୁ ତାଙ୍କର ଦୁଇ ଘନଷ୍ଠ ସହଯୋଗୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସାଂସଦ ସଂଜୟ ସିଂହ ଗିରଫ ହୋଇ ଜେଲରେ ଅଛନ୍ତି।