କେତେ ଦରମା ନିଅନ୍ତି ଲୋକୋ ପାଇଲଟ୍ ? ଫ୍ରେସରଙ୍କୁ ମାସକୁ କେତେ ମିଳିଥାଏ ଦରମା…
ନୂଆଦିଲ୍ଲୀ ୧୩।୦୫: ଭାରତୀୟ ରେଳବାଇ ବିଶ୍ୱର ବୃହତ୍ତମ ରେଳ ନେଟୱାର୍କ । ପ୍ରତିଦିନ ଲକ୍ଷ ଲକ୍ଷ କୋଟି ଲୋକ ଏଥିରେ ଯାତ୍ରା କରନ୍ତି । ଯାତ୍ରୀଙ୍କୁ ଗନ୍ତବ୍ୟସ୍ତଳରେ ପହଞ୍ଚାଇବା ପାଇଁ ଟ୍ରେନ୍ ଚଲାଇଥାନ୍ତି ଲୋକୋ ପାଇଲଟ୍ । କିନ୍ତୁ କଣ ଜାଣନ୍ତି କି ଟ୍ରେନ୍ ଚଳାଉଥିବା ଲୋକୋ ପାଇଲଟ୍ଙ୍କ ଦରମା କେତେ ? ପାଇଲଟ୍ ହେବା ପାଇଁ କେଉଁ ଯୋଗ୍ୟତା ଆବଶ୍ୟକ ? ଆସନ୍ତୁ ଜାଣିବା...ଲୋକପାଇଲଟ୍ କେବଳ ଯାତ୍ରୀବାହୀ ଟ୍ରେନ ନୁହେଁ ବରଂ ମାଳବାହୀ ଟ୍ରେନ୍ ମଧ୍ୟ ଚଳାଇଥାନ୍ତି । ଅନେକଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଟ୍ରେନ୍ ଚଳାଉଥିବା ଡ୍ରାଇଭର୍ଙ୍କୁ ଲୋକ ପାଇଲଟ୍ କାହିଁକି କୁହାଯାଏ ? ବାସ୍ତବରେ ଟ୍ରେନ୍ ଡ୍ରାଇଭର ଲୋକୋମୋଟିଭ୍ ଇଞ୍ଜିନ୍ ଚଳାନ୍ତି ଓ ନିୟନ୍ତ୍ରଣ କରନ୍ତି, ତେଣୁ ସେମାନଙ୍କୁ ଲୋକୋ ପାଇଲଟ୍ କୁହାଯାଏ । ଅବଶ୍ୟ ବିଶ୍ବର ବିଭିନ୍ନ ସ୍ଥାନରେ ଟ୍ରେନ୍ ଡ୍ରାଇଭରମାନେ ଇଞ୍ଜିନିୟର୍, ଟ୍ରେନ୍ କଣ୍ଟ୍ରୋଲର୍ କିମ୍ବା ଟ୍ରେନ୍ ହ୍ୟାଣ୍ଡେଲର୍ ଭାବରେ ଜଣାଶୁଣା । ବର୍ତ୍ତମାନ ଜାଣିବା ଲୋକ ପାଇଲଟ୍ କ’ଣ ? ଏମାନଙ୍କ ଯୋଗ୍ୟତା କଣ ? ଲୋକୋ ପାଇଲଟ୍ଙ୍କ ଦରମା କେତେ ? କିପରି ହେବ ଲୋକ ପାଇଲଟ୍ ? ଲୋକୋ ପାଇଲଟଙ୍କୁ ଗ୍ରୁପ୍ ବି ବର୍ଗରେ ରଖାଯାଇଛି । ଦଶମ କିମ୍ବା ଦ୍ୱାଦଶ ପାସ୍ ବ୍ୟକ୍ତି ଲୋକୋ ପାଇଲଟ୍ ପଦ ପାଇଁ ଆବେଦନ କରିପାରିବେ । ଏହି ପଦ ପାଇଁ ବୟସ ସୀମା ୧୮ ରୁ୩୦ ବର୍ଷ ଅଟେ । ଅତିରିକ୍ତ ଭାବରେ, ଆବେଦନକାରୀଙ୍କ ମେକାନି
ନୂଆଦିଲ୍ଲୀ ୧୩।୦୫: ଭାରତୀୟ ରେଳବାଇ ବିଶ୍ୱର ବୃହତ୍ତମ ରେଳ ନେଟୱାର୍କ । ପ୍ରତିଦିନ ଲକ୍ଷ ଲକ୍ଷ କୋଟି ଲୋକ ଏଥିରେ ଯାତ୍ରା କରନ୍ତି । ଯାତ୍ରୀଙ୍କୁ ଗନ୍ତବ୍ୟସ୍ତଳରେ ପହଞ୍ଚାଇବା ପାଇଁ ଟ୍ରେନ୍ ଚଲାଇଥାନ୍ତି ଲୋକୋ ପାଇଲଟ୍ । କିନ୍ତୁ କଣ ଜାଣନ୍ତି କି ଟ୍ରେନ୍ ଚଳାଉଥିବା ଲୋକୋ ପାଇଲଟ୍ଙ୍କ ଦରମା କେତେ ? ପାଇଲଟ୍ ହେବା ପାଇଁ କେଉଁ ଯୋଗ୍ୟତା ଆବଶ୍ୟକ ? ଆସନ୍ତୁ ଜାଣିବା...
ଲୋକପାଇଲଟ୍ କେବଳ ଯାତ୍ରୀବାହୀ ଟ୍ରେନ ନୁହେଁ ବରଂ ମାଳବାହୀ ଟ୍ରେନ୍ ମଧ୍ୟ ଚଳାଇଥାନ୍ତି । ଅନେକଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଟ୍ରେନ୍ ଚଳାଉଥିବା ଡ୍ରାଇଭର୍ଙ୍କୁ ଲୋକ ପାଇଲଟ୍ କାହିଁକି କୁହାଯାଏ ? ବାସ୍ତବରେ ଟ୍ରେନ୍ ଡ୍ରାଇଭର ଲୋକୋମୋଟିଭ୍ ଇଞ୍ଜିନ୍ ଚଳାନ୍ତି ଓ ନିୟନ୍ତ୍ରଣ କରନ୍ତି, ତେଣୁ ସେମାନଙ୍କୁ ଲୋକୋ ପାଇଲଟ୍ କୁହାଯାଏ । ଅବଶ୍ୟ ବିଶ୍ବର ବିଭିନ୍ନ ସ୍ଥାନରେ ଟ୍ରେନ୍ ଡ୍ରାଇଭରମାନେ ଇଞ୍ଜିନିୟର୍, ଟ୍ରେନ୍ କଣ୍ଟ୍ରୋଲର୍ କିମ୍ବା ଟ୍ରେନ୍ ହ୍ୟାଣ୍ଡେଲର୍ ଭାବରେ ଜଣାଶୁଣା ।
ବର୍ତ୍ତମାନ ଜାଣିବା ଲୋକ ପାଇଲଟ୍ କ’ଣ ? ଏମାନଙ୍କ ଯୋଗ୍ୟତା କଣ ? ଲୋକୋ ପାଇଲଟ୍ଙ୍କ ଦରମା କେତେ ? କିପରି ହେବ ଲୋକ ପାଇଲଟ୍ ? ଲୋକୋ ପାଇଲଟଙ୍କୁ ଗ୍ରୁପ୍ ବି ବର୍ଗରେ ରଖାଯାଇଛି । ଦଶମ କିମ୍ବା ଦ୍ୱାଦଶ ପାସ୍ ବ୍ୟକ୍ତି ଲୋକୋ ପାଇଲଟ୍ ପଦ ପାଇଁ ଆବେଦନ କରିପାରିବେ । ଏହି ପଦ ପାଇଁ ବୟସ ସୀମା ୧୮ ରୁ୩୦ ବର୍ଷ ଅଟେ । ଅତିରିକ୍ତ ଭାବରେ, ଆବେଦନକାରୀଙ୍କ ମେକାନିକାଲ୍, ଇଲେକ୍ଟ୍ରୋନିକ୍ କିମ୍ବା ଅଟୋମୋବାଇଲରେ ITI ରୁ ଏକ ଡିପ୍ଲୋମା ଥିବା ଆବଶ୍ୟକ ।
ରେଳବାଇରେ ଲୋକୋ ପାଇଲଟ୍ ଚାକିରି ପାଇବାକୁ ହେଲେ ଲିଖିତ ପରୀକ୍ଷା, ସାକ୍ଷାତକାର ଏବଂ ଡାକ୍ତରୀ ପରୀକ୍ଷା ଦେଇ ଯିବାକୁ ପଡିବ । ଏହି ସବୁ ପ୍ରକ୍ରିୟା ଅତିକ୍ରମ କରି ସାରିବା ପରେ ରେଳବାଇରେ ଲୋକୋ ପାଇଲଟ୍ ଚାକିରି ପାଇଥାନ୍ତି । କିନ୍ତୁ ପ୍ରାରମ୍ଭରେ ଜଣେ ଆସିଷ୍ଟାଣ୍ଟ ଭାବେ ଲୋକୋ ପାଇଲଟ୍ ଭାବରେ ଯୋଗ ଦେଇଥାନ୍ତି । ସେତେବେଳେ ସେମାନଙ୍କ ଦରମା ୨୫ ହଜାରରୁ ୩୫ ହଜାର ପର୍ଯ୍ୟନ୍ତ ହୋଇଥାଏ ।
ଆସିଷ୍ଟାଣ୍ଟ ଭାବେ କାମ କରିବାର କିଛି ଦିନ ପରେ ଲୋକୋ ପାଇଲଟ୍ ଭାବରେ ପଦୋନ୍ନତି ପାଇଥାନ୍ତି ବ୍ୟକ୍ତି । ସେତେବେଳେ ଏମାନଙ୍କ ଦରମା ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥାଏ । ଏହାସହିତ ଲୋକୋ ପାଇଲଟ୍ଙ୍କୁ ଅନେକ ପ୍ରକାରର ଭତ୍ତା ମିଳିଥାଏ । ଲୋକ ପାଇଲଟ୍ ସପ୍ତାହରେ ଅତିକମରେ ୩୬ ଘଣ୍ଟା କାମ କରିବା ଜରୁରୀ । ଯଦି ଏହାଠାରୁ ଅଧିକ କାମ କରନ୍ତି ଲୋକୋ ପାଇଲଟ୍ ତେବେ ସେମାନଙ୍କୁ ଅଧିକ ଟଙ୍କା ମିଳିଥାଏ ।