କେତେ ପଣ୍ଡିତ କଶ୍ମୀର ଫେରିଛନ୍ତି

ସଙ୍ଗୋଲା, ୧୧ା୧୧: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ଉପତ୍ୟକାକୁ କେତେଜଣ କଶ୍ମୀରୀ ପଣ୍ଡିତ ଫେରିଛନ୍ତି ବୋଲି ରବିବାର ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ସୋଲାପୁର ଜିଲାର ସଙ୍ଗୋଲାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଉଦ୍ଧବ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ମହାରାଷ୍ଟ୍ର ନିର୍ବାଚନ ପ୍ରଚାରରେ ଆସିଥିବାବେଳେ ଅନୁଚ୍ଛେଦ ୩୭୦ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ସେ ୩୭୦ […] The post କେତେ ପଣ୍ଡିତ କଶ୍ମୀର ଫେରିଛନ୍ତି appeared first on Dharitri Odia News.

କେତେ ପଣ୍ଡିତ କଶ୍ମୀର ଫେରିଛନ୍ତି

ସଙ୍ଗୋଲା, ୧୧ା୧୧: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ଉପତ୍ୟକାକୁ କେତେଜଣ କଶ୍ମୀରୀ ପଣ୍ଡିତ ଫେରିଛନ୍ତି ବୋଲି ରବିବାର ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ସୋଲାପୁର ଜିଲାର ସଙ୍ଗୋଲାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଉଦ୍ଧବ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ମହାରାଷ୍ଟ୍ର ନିର୍ବାଚନ ପ୍ରଚାରରେ ଆସିଥିବାବେଳେ ଅନୁଚ୍ଛେଦ ୩୭୦ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ସେ ୩୭୦ କଥା କହିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ମହାରାଷ୍ଟ୍ରର କେତେ କୃଷକ ଉପକୃତ ହୋଇଛନ୍ତି ତାହା ଜଣାଇବା ଉଚିତ ଥିଲା। ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସବୁବେଳେ ୩୭୦ ଉଚ୍ଛେଦ, ରାମମନ୍ଦିର ନିର୍ମାଣ କଥା କହୁଛନ୍ତି। କିନ୍ତୁ ସେମାନେ ମହାରାଷ୍ଟ୍ରର ବେରୋଜଗାରି ପ୍ରସଙ୍ଗରେ ନୀରବ ବୋଲି ଉଦ୍ଧବ ସମାଲୋଚନା କରିଛନ୍ତି।

The post କେତେ ପଣ୍ଡିତ କଶ୍ମୀର ଫେରିଛନ୍ତି appeared first on Dharitri Odia News.