‘କେତେବେଳେ ବି ଗେମ୍‌କୁ ବଦଳାଇ ଦେବ’, IPL 2024 ପାଇଁ ଏହି ଟିମକୁ ଡାର୍କ ହର୍ସ କହିଲେ ସୁନୀଲ ଗାଭାସ୍କର୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଆଇପିଏଲର ପରବର୍ତ୍ତୀ ସଂସ୍କରଣକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଷ୍ଟାର ସ୍ପୋର୍ଟ୍ସର କାର୍ଯ୍ୟକ୍ରମରେ ଗାଭାସ୍କର ସେହି ଟିମର ନାଁ ଘୋଷଣା କରିଛନ୍ତି, ଯିଏ ଟୁର୍ଣ୍ଣାମେଣ୍ଟରେ କେବେ ବି କେତେବେଳେ ବି ଗେମକୁ ବଦଳାଇ ପାରିବ । କିଙ୍ଗ ଖାନଙ୍କ ଟିମ୍ କେକେଆରକୁ ଡାର୍କ ହର୍ସ ବୋଲି ଗାଭାସ୍କର କହିଛନ୍ତି । କାର୍ଯ୍ୟକ୍ରମରେ ଗାଭାସ୍କର କହିଛନ୍ତି, 'କେକେଆର ଏପରି ଏକ ଟିମ୍, ଯିଏ ଏହି ଆଇପିଏଲରେ ଡାର୍ସ ହର୍ସ ଅଟେ । ସେ ଯେକୌଣସି ସମୟରେ ଖେଳର ରୂପ ବଦଳାଇ ପାରିବ । ତାଙ୍କ ପାଖରେ ଚମତ୍କାର ବ୍ୟାଟିଂ ଆଟାକ୍ ରହିଛି । ରସେଲଙ୍କ ପରି ଖେଳାଳି ଅଛନ୍ତି, ଯିଏ ଗେମ ଚେଞ୍ଜର ହୋଇପାରିବେ । ରସେଲ ନମ୍ୱର ୬ ଏବଂ ୭ରେ ବ୍ୟାଟିଂ କରିବେ । କେକେଆର ଏକ ମଜଭୁତ ଟିମ୍ । ଆୟର ଆସିବା ପରେ ଟିମ ଏକ ଅଲଗା ଯୋଶରେ ଅଛି ।'ପଢନ୍ତୁ: SRH ପାଇଁ ଖୁସି ଖବର, ICCର ବ୍ୟାନ ପରେ IPLକୁ ଫେରିବେ ଓ୍ଵାନିନ୍ଦୁ ହସରଙ୍ଗାଅନ୍ୟପଟେ, ଗୌତମ ଗମ୍ଭୀରଙ୍କ କେକେଆରକୁ ଫେରିବା ଉପରେ ମଧ୍ୟ ଗାଭାସ୍କର ନିଜ ମତ ରଖିଛନ୍ତି । ସେ କହିଛନ୍ତି, 'ଚନ୍ଦ୍ରକାନ୍ତ ପଣ୍ଡିତ ଏବଂ ଗମ୍ଭୀରଙ୍କ ମଧ୍ୟରେ ଚମତ୍କାର ତାଳମେଳ ରହିବ । ଦୁହିଁଙ୍କ ପର୍ସନାଲିଟି ମଜଭୁତ । କେକେଆର ଟାଇଟଲ୍ ଜିତିବା ପାଇଁ ପ୍ରବଳ ଦାବିଦାର ଅଛି ।'ଏହା ବ୍ୟତୀତ ଗାଭାସ୍କର ଅନ୍ୟ ଦୁଇ ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି, ଯେଉଁମାନ

‘କେତେବେଳେ ବି ଗେମ୍‌କୁ ବଦଳାଇ ଦେବ’, IPL 2024 ପାଇଁ ଏହି ଟିମକୁ ଡାର୍କ ହର୍ସ କହିଲେ ସୁନୀଲ ଗାଭାସ୍କର୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଆଇପିଏଲର ପରବର୍ତ୍ତୀ ସଂସ୍କରଣକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଷ୍ଟାର ସ୍ପୋର୍ଟ୍ସର କାର୍ଯ୍ୟକ୍ରମରେ ଗାଭାସ୍କର ସେହି ଟିମର ନାଁ ଘୋଷଣା କରିଛନ୍ତି, ଯିଏ ଟୁର୍ଣ୍ଣାମେଣ୍ଟରେ କେବେ ବି କେତେବେଳେ ବି ଗେମକୁ ବଦଳାଇ ପାରିବ । କିଙ୍ଗ ଖାନଙ୍କ ଟିମ୍ କେକେଆରକୁ ଡାର୍କ ହର୍ସ ବୋଲି ଗାଭାସ୍କର କହିଛନ୍ତି । 

କାର୍ଯ୍ୟକ୍ରମରେ ଗାଭାସ୍କର କହିଛନ୍ତି, 'କେକେଆର ଏପରି ଏକ ଟିମ୍, ଯିଏ ଏହି ଆଇପିଏଲରେ ଡାର୍ସ ହର୍ସ ଅଟେ । ସେ ଯେକୌଣସି ସମୟରେ ଖେଳର ରୂପ ବଦଳାଇ ପାରିବ । ତାଙ୍କ ପାଖରେ ଚମତ୍କାର ବ୍ୟାଟିଂ ଆଟାକ୍ ରହିଛି । ରସେଲଙ୍କ ପରି ଖେଳାଳି ଅଛନ୍ତି, ଯିଏ ଗେମ ଚେଞ୍ଜର ହୋଇପାରିବେ । ରସେଲ ନମ୍ୱର ୬ ଏବଂ ୭ରେ ବ୍ୟାଟିଂ କରିବେ । କେକେଆର ଏକ ମଜଭୁତ ଟିମ୍ । ଆୟର ଆସିବା ପରେ ଟିମ ଏକ ଅଲଗା ଯୋଶରେ ଅଛି ।'

ପଢନ୍ତୁ: SRH ପାଇଁ ଖୁସି ଖବର, ICCର ବ୍ୟାନ ପରେ IPLକୁ ଫେରିବେ ଓ୍ଵାନିନ୍ଦୁ ହସରଙ୍ଗା

ଅନ୍ୟପଟେ, ଗୌତମ ଗମ୍ଭୀରଙ୍କ କେକେଆରକୁ ଫେରିବା ଉପରେ ମଧ୍ୟ ଗାଭାସ୍କର ନିଜ ମତ ରଖିଛନ୍ତି । ସେ କହିଛନ୍ତି, 'ଚନ୍ଦ୍ରକାନ୍ତ ପଣ୍ଡିତ ଏବଂ ଗମ୍ଭୀରଙ୍କ ମଧ୍ୟରେ ଚମତ୍କାର ତାଳମେଳ ରହିବ । ଦୁହିଁଙ୍କ ପର୍ସନାଲିଟି ମଜଭୁତ । କେକେଆର ଟାଇଟଲ୍ ଜିତିବା ପାଇଁ ପ୍ରବଳ ଦାବିଦାର ଅଛି ।'

ଏହା ବ୍ୟତୀତ ଗାଭାସ୍କର ଅନ୍ୟ ଦୁଇ ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି, ଯେଉଁମାନେ ଆଗମୀ ସଂସ୍କରଣରେ ଷ୍ଟାର ହୋଇପାରନ୍ତି । ଧ୍ରୁବ ଜୁରେଲ ଏବଂ ଆକାଶ ଦୀପଙ୍କ ନାଁ ନେଇଛନ୍ତି । ଦୁହେଁ ଆଗାମୀ ସଂସ୍କରଣରେ ଭଲ ପ୍ରଦର୍ଶନ କରିବେ ବୋଲି ସେ କହିଛନ୍ତି ।