କେଦାରନାଥରେ ହେଲିକପ୍ଟର କ୍ରାସ୍‌, ପାଇଲଟ୍‌ ସମେତ ୭ ମୃତ

ମୁମ୍ଵାଇ ୧୫।୦୬; ଉତ୍ତରାଖଣ୍ଡ କେଦାରନାଥରେ ବଡ଼ ଅଘଟଣ । ଦୁର୍ଘଟଣା ଗୌରୀକୁଣ୍ଡ ଅଞ୍ଚଳ ନିକଟରେ ଘଟିଛି। ହଠାତ୍‌ ମଝି ଅକାଶରେ କ୍ରାସ୍ ହେଲା ହେଲିକପ୍ଟର । ଦୁର୍ଘଟଣାରେ ୭ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।  କୁହାଯାଉଛି ଯେ ହେଲିକପ୍ଟରରେ ପାଇଲଟଙ୍କ ସମେତ ମୋଟ ୭ ଜଣ ଯାତ୍ରୀ ଥିଲେ । କୁହାଯାଉଛି କି ଏହା ଏକ ଘରୋଇ କମ୍ପାନୀର ହେଲିକପ୍ଟର ଥିଲା।जनपद रुद्रप्रयाग में हेलीकॉप्टर के दुर्घटनाग्रस्त होने का अत्यंत दुःखद समाचार प्राप्त हुआ है। एसडीआरएफ, स्थानीय प्रशासन एवं अन्य रेस्क्यू दल राहत एवं बचाव कार्यों में जुटे हैं।बाबा केदार से सभी यात्रियों के सकुशल होने की कामना करता हूँ।— Pushkar Singh Dhami (@pushkardhami) June 15, 2025ଦେହେରାଦୁନରୁ କେଦାରନାଥ ଅଭିମୁଖେ ଯାଉଥିବା ହେଲିକପ୍ଟରଟି ଗୌରୀକୁଣ୍ଡ ନିକଟବର୍ତ୍ତୀ ଅଞ୍ଚଳରେ କ୍ରାସ୍ ହୋଇଛି ।  ଘଟଣା ପରେ NDRF ଏବଂ NDRF ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି। ହେଲିକପ୍ଟରର ଭଗ୍ନାବଶେଷ ଘଟଣାସ୍ଥଳେ ଖଣ୍ଡ ଖଣ୍ଡ ହୋଇ ପଡ଼ିଛି। ଧୂଆଁ ଓ ନିଆଁ ଦେଖିବା ପରେ ସେଠାରେ ଘାସ କାଟୁଥିବା ମହିଳାମାନେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ସମ୍ପୂର୍ଣ୍ଣ ଘଟଣାରେ ଦୁଃଖ ପ୍ର

କେଦାରନାଥରେ ହେଲିକପ୍ଟର କ୍ରାସ୍‌, ପାଇଲଟ୍‌ ସମେତ ୭ ମୃତ

ମୁମ୍ଵାଇ ୧୫।୦୬; ଉତ୍ତରାଖଣ୍ଡ କେଦାରନାଥରେ ବଡ଼ ଅଘଟଣ । ଦୁର୍ଘଟଣା ଗୌରୀକୁଣ୍ଡ ଅଞ୍ଚଳ ନିକଟରେ ଘଟିଛି। ହଠାତ୍‌ ମଝି ଅକାଶରେ କ୍ରାସ୍ ହେଲା ହେଲିକପ୍ଟର । ଦୁର୍ଘଟଣାରେ ୭ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।  କୁହାଯାଉଛି ଯେ ହେଲିକପ୍ଟରରେ ପାଇଲଟଙ୍କ ସମେତ ମୋଟ ୭ ଜଣ ଯାତ୍ରୀ ଥିଲେ । କୁହାଯାଉଛି କି ଏହା ଏକ ଘରୋଇ କମ୍ପାନୀର ହେଲିକପ୍ଟର ଥିଲା।

ଦେହେରାଦୁନରୁ କେଦାରନାଥ ଅଭିମୁଖେ ଯାଉଥିବା ହେଲିକପ୍ଟରଟି ଗୌରୀକୁଣ୍ଡ ନିକଟବର୍ତ୍ତୀ ଅଞ୍ଚଳରେ କ୍ରାସ୍ ହୋଇଛି ।  ଘଟଣା ପରେ NDRF ଏବଂ NDRF ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି। ହେଲିକପ୍ଟରର ଭଗ୍ନାବଶେଷ ଘଟଣାସ୍ଥଳେ ଖଣ୍ଡ ଖଣ୍ଡ ହୋଇ ପଡ଼ିଛି। ଧୂଆଁ ଓ ନିଆଁ ଦେଖିବା ପରେ ସେଠାରେ ଘାସ କାଟୁଥିବା ମହିଳାମାନେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ସମ୍ପୂର୍ଣ୍ଣ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

କହିବାକୁ ଗଲେ ଚଳିତ ବର୍ଷ ହେଉଥିବା କେଦାରନାଥ ଯାତ୍ରାରେ ଭିନ୍ନ ଭିନ୍ନ ଧାମରେ ଅନେକ ଥର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଇ କିଛି ଦିନ ତଳେ କେଦାରନାଥରେ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ମଧ୍ୟ କରାଯାଇଥିଲା । ଚାରିଧାମ ଯାତ୍ରା ଆରମ୍ଭରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା।