କେନାଲ ବନ୍ଧରେ ଦବିଗଲା ଯାତ୍ରା ରାଜନନ୍ଦିନୀର ବସ୍, ଗାଡ଼ିରେ ଥିଲେ ୫୦ରୁ ଅଧିକ ଯାତ୍ରୀ

ନିମାପଡ଼ା ୦୫।୦୫ : ଯାତ୍ରା ପାର୍ଟି ବସ୍‌ ଦୁର୍ଘଟଣା । ପୁରୀ ଜିଲ୍ଲା ନିମାପଡ଼ା ନୂଆସନ୍ଥ ବଳଙ୍ଗା କେନାଲ ବନ୍ଧରେ ଝୁଲିରହିଛି ଯାତ୍ରା ପାର୍ଟିର ବସ୍‌ । ଯେଉଁଥିରେ ଅନେକ ଯାତ୍ରୀ ଥିବା ଜଣାପଡିଛି । ଖବର ଅନୁଯାୟୀ, ଯାତ୍ରା ପାର୍ଟି ରାଜନନ୍ଦିନୀର କଳାକାରଙ୍କୁ ନେଇ ଏକ ବସ୍‌ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲା । ଗାଡ଼ିରେ ୫୦ରୁ ଅଧିକ ଯାତ୍ରୀ ରହିଥିଲେ । ହେଲେ ପୁରୀ ଜିଲ୍ଲା ନିମାପଡ଼ା ନୂଆସନ୍ଥ ବଳଙ୍ଗା କେନାଲ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଏପିରିକି ବସ୍‌ଟି କେନାଲ ବନ୍ଧରେ ଝୁଲିରହିଛି । ଏତେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ରୁ ଅଧିକ କଳାକାର । ଦୁର୍ଘଟଣା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଗାଡ଼ିରୁ ଉଦ୍ଧାର କରାଯାଇଛି । 

କେନାଲ ବନ୍ଧରେ ଦବିଗଲା ଯାତ୍ରା ରାଜନନ୍ଦିନୀର ବସ୍, ଗାଡ଼ିରେ ଥିଲେ ୫୦ରୁ ଅଧିକ ଯାତ୍ରୀ

ନିମାପଡ଼ା ୦୫।୦୫ : ଯାତ୍ରା ପାର୍ଟି ବସ୍‌ ଦୁର୍ଘଟଣା । ପୁରୀ ଜିଲ୍ଲା ନିମାପଡ଼ା ନୂଆସନ୍ଥ ବଳଙ୍ଗା କେନାଲ ବନ୍ଧରେ ଝୁଲିରହିଛି ଯାତ୍ରା ପାର୍ଟିର ବସ୍‌ । ଯେଉଁଥିରେ ଅନେକ ଯାତ୍ରୀ ଥିବା ଜଣାପଡିଛି । 

ଖବର ଅନୁଯାୟୀ, ଯାତ୍ରା ପାର୍ଟି ରାଜନନ୍ଦିନୀର କଳାକାରଙ୍କୁ ନେଇ ଏକ ବସ୍‌ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲା । ଗାଡ଼ିରେ ୫୦ରୁ ଅଧିକ ଯାତ୍ରୀ ରହିଥିଲେ । ହେଲେ ପୁରୀ ଜିଲ୍ଲା ନିମାପଡ଼ା ନୂଆସନ୍ଥ ବଳଙ୍ଗା କେନାଲ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଏପିରିକି ବସ୍‌ଟି କେନାଲ ବନ୍ଧରେ ଝୁଲିରହିଛି । ଏତେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ରୁ ଅଧିକ କଳାକାର । ଦୁର୍ଘଟଣା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଗାଡ଼ିରୁ ଉଦ୍ଧାର କରାଯାଇଛି ।