କେନାଲ ଭିତରୁ ମିଳିଲା ଓଲା ସ୍କୁଟର ଓ ମୋବାଇଲ୍, ମିଳୁନି ଯୁବକଙ୍କ ପତ୍ତା

ବାରଙ୍ଗ ୮।୪: କେନାଲ ଭିତରୁ ମିଳିଲା ଓଲା ସ୍କୁଟର ଓ ମୋବାଇଲ୍ । ଯୁବକଙ୍କ ପତ୍ତା ମିଳୁନି । ବାରଙ୍ଗ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ସର୍ଚ୍ଚ ଅପରେସନ ଜାରି ରଖିଛି ।ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଉପକଣ୍ଠ ବାରଙ୍ଗ ସାଇପନ୍ ଛକରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କେନାଲ ଭିତରୁ ଓଲା ସ୍କୁଟର ଏବଂ ମୋବାଇଲ ଜବତ ହୋଇଛି । କିନ୍ତୁ  ଯୁବକଙ୍କ ପତ୍ତା ମିଳୁନି । ନଖରା ଫେରୁଥିବା ବେଳେ ଯୁବକ ଜଣଙ୍କ ନିଖୋଜ ହୋଇଛନ୍ତି । ଯୁବକଙ୍କ ନାମ ରାକେଶ ସାହୁ ବୋଲି ଜଣାପଡିଛି । ଯୁବକଙ୍କ ଘର ନଖରା ଅଞ୍ଚଳରେ । ଖବର ପାଇ ବାରଙ୍ଗ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । You Can Read :ନଦୀରେ ବୁଡି ଯୁବକ ନିଖୋଜ ଘଟଣା, ୧୮ ଘଣ୍ଟା ପରେ ମିଳିଲା ତାପସଙ୍କ ମୃତଦେହ

କେନାଲ ଭିତରୁ ମିଳିଲା ଓଲା ସ୍କୁଟର ଓ ମୋବାଇଲ୍, ମିଳୁନି ଯୁବକଙ୍କ ପତ୍ତା

ବାରଙ୍ଗ ୮।୪: କେନାଲ ଭିତରୁ ମିଳିଲା ଓଲା ସ୍କୁଟର ଓ ମୋବାଇଲ୍ । ଯୁବକଙ୍କ ପତ୍ତା ମିଳୁନି । ବାରଙ୍ଗ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ସର୍ଚ୍ଚ ଅପରେସନ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଉପକଣ୍ଠ ବାରଙ୍ଗ ସାଇପନ୍ ଛକରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କେନାଲ ଭିତରୁ ଓଲା ସ୍କୁଟର ଏବଂ ମୋବାଇଲ ଜବତ ହୋଇଛି । କିନ୍ତୁ  ଯୁବକଙ୍କ ପତ୍ତା ମିଳୁନି । ନଖରା ଫେରୁଥିବା ବେଳେ ଯୁବକ ଜଣଙ୍କ ନିଖୋଜ ହୋଇଛନ୍ତି । ଯୁବକଙ୍କ ନାମ ରାକେଶ ସାହୁ ବୋଲି ଜଣାପଡିଛି । ଯୁବକଙ୍କ ଘର ନଖରା ଅଞ୍ଚଳରେ । ଖବର ପାଇ ବାରଙ୍ଗ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । 

You Can Read :

ନଦୀରେ ବୁଡି ଯୁବକ ନିଖୋଜ ଘଟଣା, ୧୮ ଘଣ୍ଟା ପରେ ମିଳିଲା ତାପସଙ୍କ ମୃତଦେହ