କେନାଲକୁ ଖସିଲା କାର୍‌: କଟକ ବିଜେଡି ଉପସଭାପତି ମୃତ

ମାଣିଆବନ୍ଧ,୨।୪ (ଅଖିଳ କୁମାର ସାହୁ):କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆସ୍ଥିତ ରେଙ୍ଗାଲି ଦକ୍ଷିଣ କେନାଲରେ ସୋମବାର ସନ୍ଧ୍ୟାରେ ଏକ କାର୍‌ କେନାଲ ଭିତରକୁ ଖସିପଡ଼ିଛି। ଫଳରେ ମାଣିଆବନ୍ଧ ଥାନା ଅନ୍ତର୍ଗତ ବାଙ୍ଗରସିଂହା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା କଟକ ଜିଲା ବିଜେଡି ଉପସଭାପତି ସଞ୍ଜୟ କୁମାର ସ୍ବାଇଁ (୫୨)ଙ୍କ ମୃତ୍ୟୁ ଘଟିଛି। କାର୍‌ରେ ତାଙ୍କ ସହ ଥିବା ବନ୍ଧୁ ତଥା ଖବରଦାତା, ପ୍ରମୋଦ ପଣ୍ଡାଙ୍କ ସମେତ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ସୋମବାର ସାରେ […] The post କେନାଲକୁ ଖସିଲା କାର୍‌: କଟକ ବିଜେଡି ଉପସଭାପତି ମୃତ appeared first on Dharitri Odia News.

କେନାଲକୁ ଖସିଲା କାର୍‌: କଟକ ବିଜେଡି ଉପସଭାପତି ମୃତ

ମାଣିଆବନ୍ଧ,୨।୪ (ଅଖିଳ କୁମାର ସାହୁ):କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆସ୍ଥିତ ରେଙ୍ଗାଲି ଦକ୍ଷିଣ କେନାଲରେ ସୋମବାର ସନ୍ଧ୍ୟାରେ ଏକ କାର୍‌ କେନାଲ ଭିତରକୁ ଖସିପଡ଼ିଛି। ଫଳରେ ମାଣିଆବନ୍ଧ ଥାନା ଅନ୍ତର୍ଗତ ବାଙ୍ଗରସିଂହା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା କଟକ ଜିଲା ବିଜେଡି ଉପସଭାପତି ସଞ୍ଜୟ କୁମାର ସ୍ବାଇଁ (୫୨)ଙ୍କ ମୃତ୍ୟୁ ଘଟିଛି। କାର୍‌ରେ ତାଙ୍କ ସହ ଥିବା ବନ୍ଧୁ ତଥା ଖବରଦାତା, ପ୍ରମୋଦ ପଣ୍ଡାଙ୍କ ସମେତ ଅନ୍ୟ ୨ ଜଣ ଆହତ ହୋଇଛନ୍ତି।
ସୋମବାର ସାରେ ସଞ୍ଜୟ ଓ ଅନ୍ୟମାନେ ଢେଙ୍କାନାଳରୁ ବଡ଼ମ୍ବା ଫେରୁଥିଲେ। ସଞ୍ଜୟ କାର୍‌ ଚଲାଉଥିଲେ। ରେଙ୍ଗାଲି ଦକ୍ଷିଣ କେନାଲ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ପାଣି ଭିତରକୁ ପଶିଯାଇଥିଲା। ବୁଡିଯାଇଥିବା କାର୍‌ରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାରକରି ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସଞ୍ଜୟ ଓ ପ୍ରମୋଦଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୟଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ମଧ୍ୟାହ୍ନରେ ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚତ୍ବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବରପାଇ ବିଜେଡି ସମନ୍ନୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, କଟକ ଜିଲା ଭାଜପା ଉପସଭାପତି ବିଭୁଦତ୍ତ ପଟ୍ଟନାୟକ, ବଡ଼ମ୍ବା ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର କୁମାର ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ବାଇଁ, ଭାଜପା ନେତା ଭଗବାନ ପରିଡ଼ାଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତି ସଞ୍ଜୟଙ୍କ ବାସଭବନରେ ପହଞ୍ଚତ୍ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ପୁଅ ବିଶ୍ୱଜିତ ମୁଖାଗ୍ନି ଦେଇଥିଲେ।

The post କେନାଲକୁ ଖସିଲା କାର୍‌: କଟକ ବିଜେଡି ଉପସଭାପତି ମୃତ appeared first on Dharitri Odia News.