କେନ୍ଦୁଝର ଚାଞ୍ଚଲ୍ୟ: ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ସ୍ବାମୀ
କେନ୍ଦୁଝର,୧୪।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): ବଡବିଲ ଥାନା ରୁଙ୍ଗଟା ଖଣି କଲୋନୀରେ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ସ୍ବାମୀ। ସୋମବାର ଜଣେ ବ୍ୟକ୍ତି ପାରିବାରିକ ବିବାଦକୁ ନେଇ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ସ୍ବାାମୀକୁ ଅଟକ ରଖି ପଚରାଉଚରା କରୁଛି। ସୂଚନାନୁଯାୟୀ, ରୁଙ୍ଗଟା କମ୍ପାନୀର ଜଣେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ପତ୍ନୀ ନିର୍ମଳା ଶର୍ମାଙ୍କ ମଧ୍ୟରେ କଳହ ଲାଗିଥିଲା। ଉତ୍ତ୍ୟକ୍ତ ହୋଇ ତାଙ୍କୁ ତାଙ୍କ ସ୍ବାମୀ ମାରିଥିଲେ ବୋଲି ଜଣାପଡିଛି। ଗୁରୁତର […] The post କେନ୍ଦୁଝର ଚାଞ୍ଚଲ୍ୟ: ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ସ୍ବାମୀ appeared first on Dharitri Odia News.
କେନ୍ଦୁଝର,୧୪।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): ବଡବିଲ ଥାନା ରୁଙ୍ଗଟା ଖଣି କଲୋନୀରେ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ସ୍ବାମୀ। ସୋମବାର ଜଣେ ବ୍ୟକ୍ତି ପାରିବାରିକ ବିବାଦକୁ ନେଇ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ସ୍ବାାମୀକୁ ଅଟକ ରଖି ପଚରାଉଚରା କରୁଛି।
ସୂଚନାନୁଯାୟୀ, ରୁଙ୍ଗଟା କମ୍ପାନୀର ଜଣେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ପତ୍ନୀ ନିର୍ମଳା ଶର୍ମାଙ୍କ ମଧ୍ୟରେ କଳହ ଲାଗିଥିଲା। ଉତ୍ତ୍ୟକ୍ତ ହୋଇ ତାଙ୍କୁ ତାଙ୍କ ସ୍ବାମୀ ମାରିଥିଲେ ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ନିର୍ମଳାଙ୍କୁ ଆମ୍ବୁଲାନ୍ସରେ ନେଇ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସ୍ବାମୀ ନୀଲ ପ୍ରସାଦ ଶର୍ମାଙ୍କୁ ଅଟକ ରଖି ପଚରଉଚରା ଜାରି ରଖିଛି। ନିର୍ମଳାଙ୍କ ଶରୀରରେ ମାଡ ଚିହ୍ନ ରହିଛି। ତେବେ ମାରପିଟର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏସଡିପିଓ, ବଡ଼ବିଲ ଦେବେନ୍ଦ୍ର ପିଙ୍ଗୁଆ କହିଛନ୍ତି , ଅଦ୍ୟାବଧି କୌଣସି ରିପୋର୍ଟ ହୋଇନାହିଁ। ଅଭିଯୁକ୍ତ ସ୍ବାମୀ ଅଟକ ରଖି ତଦନ୍ତ ଚାଲିଛି। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ। ତାଙ୍କର ଝିଅ ଭୁବନେଶ୍ୱରରେ ଓୟୁଏଟିରେ ପଢୁଥିବାବେଳେ ପୁଅ ବଡ଼ବିଲରେ ୧୦ମ ଶ୍ରେଣୀରେ ପଡ଼ୁଥିବା ଜଣା ପଡ଼ିଛି।
The post କେନ୍ଦୁଝର ଚାଞ୍ଚଲ୍ୟ: ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ସ୍ବାମୀ appeared first on Dharitri Odia News.