କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର,୨୦।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ ସ୍ଥାନୀୟ ଅଡିଟରୟମକୁ ଯାଇ ଲାଇଭ ସେଭର୍ସ ଗ୍ରୁପର ତୃତୀୟ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଛନ୍ତି। ତାଙ୍କୁ ଭାଜପାର ବିଧାୟକ, କର୍ମୀ ଓ ନେତା ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଏୟାରଷ୍ଟ୍ରିପରେ ଭବ୍ୟ ସ୍ବାଗତ ଜଣାଇ ଏକ ବିରାଟ ରାଲିରେ ଅଡିଟରିୟମକୁ ପାଛୋଟି ଆଣିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ଆଖି ଆଗରେ […] The post କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ appeared first on Dharitri Odia News.

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର,୨୦।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ ସ୍ଥାନୀୟ ଅଡିଟରୟମକୁ ଯାଇ ଲାଇଭ ସେଭର୍ସ ଗ୍ରୁପର ତୃତୀୟ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଛନ୍ତି। ତାଙ୍କୁ ଭାଜପାର ବିଧାୟକ, କର୍ମୀ ଓ ନେତା ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଏୟାରଷ୍ଟ୍ରିପରେ ଭବ୍ୟ ସ୍ବାଗତ ଜଣାଇ ଏକ ବିରାଟ ରାଲିରେ ଅଡିଟରିୟମକୁ ପାଛୋଟି ଆଣିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାସ୍ତା ତଥା ସଭାସ୍ଥଳୀ ନିକଟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥାନୀୟ ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ପରେ ନିଜ ଗ୍ରାମ ରାଇକଳାକୁ ଯାଇ ଫୁଟବଲ ଖେଳ କାର୍ଯ୍ୟକ୍ରମରେ ସାମିଲ ହେବେ ଓ ସେଠାରୁ ନିଜ ଗ୍ରାମ ବୁଲି କେନ୍ଦୁଝରକୁ ଆସି ସ୍ଥାନୀୟ କାସଭି ହୋଟେଲରେ ଜିଲାର ଏମ୍‌ପି ଓ ବିଧାୟକଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ କେନ୍ଦୁଝରରେ ରାତ୍ରି ଯାପନ କରିବେ ବୋଲି ଜଣାପଡ଼ିଛି।

The post କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ appeared first on Dharitri Odia News.