କେନ୍ଦୁଝରରେ ପ୍ରବଳ ଖରାରୁ ମିଳିଲା ଆଶ୍ୱସ୍ତି, ବିଭିନ୍ନ ସ୍ଥାନରେ ହାଲ୍କା ବର୍ଷା
କେନ୍ଦୁଝର ୦୭।୦୪: ତାତିରୁ ମିଳିଲା ତ୍ରାହି । କେନ୍ଦୁଝର ସହରବାସୀଙ୍କୁ ପଚଣ୍ଡ ରୌଦ୍ର ତାପରୁ ମିଳିଲା ସାମାନ୍ୟ ଆଶ୍ବସ୍ତି । କାଳବୈଶାଖୀ ପ୍ରଭାବରେ ରବିବାର ଭୋର ସମୟରୁ ଆକାଶ ମେଘାଛନ୍ନ ହେବା ସହ ସାମାନ୍ୟ ବର୍ଷା ହେଉଛି। ଯାହାଫଳରେ ସହରବାସୀଙ୍କୁ ପ୍ରଚଣ୍ଡ ଗରମରୁ ମିଳିଛି ଆଶ୍ଵସ୍ତି। ତେବେ ଗତ କିଛି ଦିନ ଧରି ସକାଳ ସମୟରେ କେନ୍ଦୁଝର ଜିଲ୍ଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହେଉଥିବା ବେଳେ ଆଜିର ବର୍ଷା ପାଗରେ ଆଣିଛି ପରିବର୍ତ୍ତନ । ବର୍ଷା ପ୍ରଭାବରେ ହାଲୁକା ଥଣ୍ଡା ପବନ ବୋହୁଥିବାରୁ ପାରଦ ତଳ ମୁହାଁ ହୋଇଛି । ସହରବାସୀଙ୍କୁ ପ୍ରଚଣ୍ଡ ଗରମରୁ ମିଳିଛି ତ୍ରାହି ।ସୂଚନାଯୋଗ୍ୟ ଯେ, ଶନିବାର ଦିନ ପାଣିପାଗ ବିଭାରର ତଥ୍ୟ ଅନୁସାରେ କେନ୍ଦୁଝରରେ ତାପମାତ୍ରା ଉପରମୁହାଁ ଥିଲା । ତାପମାତ୍ରା ୩୬ ଡିଗ୍ରୀ ଛୁଇଁଥିଲା । ହେଲେ ଆଜିର ବର୍ଷା ଓ ମେଘୁଆ ପାଗ । ଏବେ ଏହି ଖରାରୁ ଦେଇଛି ଆଶ୍ୱସ୍ତି ।
କେନ୍ଦୁଝର ୦୭।୦୪: ତାତିରୁ ମିଳିଲା ତ୍ରାହି । କେନ୍ଦୁଝର ସହରବାସୀଙ୍କୁ ପଚଣ୍ଡ ରୌଦ୍ର ତାପରୁ ମିଳିଲା ସାମାନ୍ୟ ଆଶ୍ବସ୍ତି । କାଳବୈଶାଖୀ ପ୍ରଭାବରେ ରବିବାର ଭୋର ସମୟରୁ ଆକାଶ ମେଘାଛନ୍ନ ହେବା ସହ ସାମାନ୍ୟ ବର୍ଷା ହେଉଛି। ଯାହାଫଳରେ ସହରବାସୀଙ୍କୁ ପ୍ରଚଣ୍ଡ ଗରମରୁ ମିଳିଛି ଆଶ୍ଵସ୍ତି।
ତେବେ ଗତ କିଛି ଦିନ ଧରି ସକାଳ ସମୟରେ କେନ୍ଦୁଝର ଜିଲ୍ଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହେଉଥିବା ବେଳେ ଆଜିର ବର୍ଷା ପାଗରେ ଆଣିଛି ପରିବର୍ତ୍ତନ । ବର୍ଷା ପ୍ରଭାବରେ ହାଲୁକା ଥଣ୍ଡା ପବନ ବୋହୁଥିବାରୁ ପାରଦ ତଳ ମୁହାଁ ହୋଇଛି । ସହରବାସୀଙ୍କୁ ପ୍ରଚଣ୍ଡ ଗରମରୁ ମିଳିଛି ତ୍ରାହି ।
ସୂଚନାଯୋଗ୍ୟ ଯେ, ଶନିବାର ଦିନ ପାଣିପାଗ ବିଭାରର ତଥ୍ୟ ଅନୁସାରେ କେନ୍ଦୁଝରରେ ତାପମାତ୍ରା ଉପରମୁହାଁ ଥିଲା । ତାପମାତ୍ରା ୩୬ ଡିଗ୍ରୀ ଛୁଇଁଥିଲା । ହେଲେ ଆଜିର ବର୍ଷା ଓ ମେଘୁଆ ପାଗ । ଏବେ ଏହି ଖରାରୁ ଦେଇଛି ଆଶ୍ୱସ୍ତି ।