କେନ୍ଦୁଝରରେ ବେଙ୍ଗଲ ବ୍ରିଡ ଲେମ୍ବୁ: ବାସ୍ନା ଆଉ ସ୍ବାଦରେ ସମ୍ପୂର୍ଣ୍ଣ ଘରୋଇ
ଛତ୍ରପୁର,୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ବେଙ୍ଗଲ ବ୍ରିଡ୍ ଲେମ୍ବୁ ବିକ୍ରି ଦେଖି ସବୁ ଚକିତ। ଏହି ଲେମ୍ବୁ ଗୋଟା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଛି। ଏହାର ମଞ୍ଜି କଲିକତାରୁ ଆଣି ବାଡ଼ିରେ ଲଗାଇଥିଲେ। ଦୁଇଟି ଗଛରେ ଏଭଳି ବହୁତ୍ ଲେମ୍ବୁ ଫଳୁଛି ବୋଲି ବାଂସପାଳ ବ୍ଲକ କୁଆଁର ଗ୍ରାମର ମହିଳା ଚାଷୀ ଗୁରୁବାରି ପ୍ରଧାନ କହିଛନ୍ତି। ଏହି ଲେମ୍ବୁ ଦେଖିବାକୁ ଓ କିଣିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ଗ୍ରାମରେ ମାଙ୍କଡଙ୍କ […] The post କେନ୍ଦୁଝରରେ ବେଙ୍ଗଲ ବ୍ରିଡ ଲେମ୍ବୁ: ବାସ୍ନା ଆଉ ସ୍ବାଦରେ ସମ୍ପୂର୍ଣ୍ଣ ଘରୋଇ appeared first on Dharitri Odia News.
ଛତ୍ରପୁର,୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ବେଙ୍ଗଲ ବ୍ରିଡ୍ ଲେମ୍ବୁ ବିକ୍ରି ଦେଖି ସବୁ ଚକିତ। ଏହି ଲେମ୍ବୁ ଗୋଟା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଛି। ଏହାର ମଞ୍ଜି କଲିକତାରୁ ଆଣି ବାଡ଼ିରେ ଲଗାଇଥିଲେ। ଦୁଇଟି ଗଛରେ ଏଭଳି ବହୁତ୍ ଲେମ୍ବୁ ଫଳୁଛି ବୋଲି ବାଂସପାଳ ବ୍ଲକ କୁଆଁର ଗ୍ରାମର ମହିଳା ଚାଷୀ ଗୁରୁବାରି ପ୍ରଧାନ କହିଛନ୍ତି।
ଏହି ଲେମ୍ବୁ ଦେଖିବାକୁ ଓ କିଣିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ଗ୍ରାମରେ ମାଙ୍କଡଙ୍କ ଆତଙ୍କ ଯୋଗୁଁ ବହୁ ଲେମ୍ବୁ ନଷ୍ଟ ହୋଇ ଯାଇଥିବା ସେ କହିଛନ୍ତି। ଏହାକୁ ବିକି ସେ ଭଲ ପଇସା ପାଇଥିବା କହିଛନ୍ତି।
ତେବେ ଏଭଳି ଲେମ୍ବୁ ଚାଷ କରାଗଲେ ଅଧିକ ବିଶେଷ କରି ପାହାଡିଆ ଅଞ୍ଚଳର ଆଦିବାସୀ ଚାଷୀ ମାନେ ଉପକୃତ ହୋଇ ପାରିବେ ବୋଲି ଅବସରପ୍ରାପ୍ତ ଅଲେଖ ଚନ୍ଦ୍ର ପାତ୍ର ମତ ବ୍ୟକ୍ତ କରିଛନ୍ତି। ପାହାଡିଆ ଅଞ୍ଚଳରେ ଏହି ଲେମ୍ବୁ ଗଛ ଭଲ ହେଉଥିବାରୁ ଏହାକୁ ପ୍ରୋତ୍ସାହିତ କରିବାକୁ ଦାବି ହେଉଛି। ଏହାର ବାସ୍ନା ଓ ସ୍ବାଦ ଘରୋଇ ଲେମ୍ବୁ ଭଳି ବୋଲି କିଣିଥିବା ସ୍ଥାନୀୟ ଲୋକେ କହିଛନ୍ତି।
The post କେନ୍ଦୁଝରରେ ବେଙ୍ଗଲ ବ୍ରିଡ ଲେମ୍ବୁ: ବାସ୍ନା ଆଉ ସ୍ବାଦରେ ସମ୍ପୂର୍ଣ୍ଣ ଘରୋଇ appeared first on Dharitri Odia News.