କେନ୍ଦୁପତ୍ର ସହ ବୋଲେରୋ ପିକପ ଜବତ, ୪ କୋର୍ଟ ଚାଲାଣ
ଜମନକିରା : ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ଜମନକିରା ରେଞ୍ଜ ପକ୍ଷରୁ ଚଢାଉ କରି ଆଜି ଏକ ବୋଲେରୋ ପିକ ଅପ୍ ସହ ୧୫୪ ବଣ୍ତଲ କେନ୍ଦୁପତ୍ର ଜବତ କରାଯାଇଛି। ଏଥିସହ ଚୋରି କରି ଫେରାର ମାରୁଥିବା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗ୍ରଭଣା ଗାଁର ପଦ୍ମନାଭ କେରକେଟା (୩୪), ଦୁଡୁକବାହାଲ ଗାଁର ଦୀପକ ଲାକ୍ରା (୨୪), ଫକରାପଡ଼ା ର ସୁରୁ ଏକ୍କା (୫୪) ଏବଂ ଦୁଡୁକାବାହାଲ ଗାଁର ଲଳିତ ମିଞ୍ଜ (୨୧) ଙ୍କୁ ବନ […] The post କେନ୍ଦୁପତ୍ର ସହ ବୋଲେରୋ ପିକପ ଜବତ, ୪ କୋର୍ଟ ଚାଲାଣ appeared first on Odisha.News.

ଜମନକିରା : ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ଜମନକିରା ରେଞ୍ଜ ପକ୍ଷରୁ ଚଢାଉ କରି ଆଜି ଏକ ବୋଲେରୋ ପିକ ଅପ୍ ସହ ୧୫୪ ବଣ୍ତଲ କେନ୍ଦୁପତ୍ର ଜବତ କରାଯାଇଛି। ଏଥିସହ ଚୋରି କରି ଫେରାର ମାରୁଥିବା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗ୍ରଭଣା ଗାଁର ପଦ୍ମନାଭ କେରକେଟା (୩୪), ଦୁଡୁକବାହାଲ ଗାଁର ଦୀପକ ଲାକ୍ରା (୨୪), ଫକରାପଡ଼ା ର ସୁରୁ ଏକ୍କା (୫୪) ଏବଂ ଦୁଡୁକାବାହାଲ ଗାଁର ଲଳିତ ମିଞ୍ଜ (୨୧) ଙ୍କୁ ବନ ବିଭାଗ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୁ ପଠେଇ ଥିବା ରେଞ୍ଜର ଲକ୍ଷ୍ମୀ ନାରାୟଣ ନାଏକ ପ୍ରେସ ବିବୃତିରେ ଜଣେଇଛନ୍ତି। ଏଥିରେ ବ୍ୟବହୃତ ବୋଲେରୋ ପିକପ୍ ଗାଡ଼ିର ରେଜିଷ୍ଟ୍ରେସନ ନ. ଓଡ଼ି ୧୪ ପି ୩୯୭୦ କୁ ରେଞ୍ଜ ଅଫିସରେ ଜବତ କରି ରଖାଯାଇଛି। ଏହି ଚଢ଼ାଉରେ ରେଞ୍ଜର ଲକ୍ଷ୍ମୀ ନାରାୟଣ ନାଏକ, ଫରେଷ୍ଟର ହେମନ୍ତ ମିଶ୍ର, ତିଲେଇବଣି କେନ୍ଦୁଳିଫ ଡେପୁଟି ରେଞ୍ଜର ରଞ୍ଜିତା ସାହୁ, ଉତ୍ତମ ସାହୁ ଭୋଜପୂର ରେଞ୍ଜର ପ୍ରମୁଖ ସାମିଲ ଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, ଉକ୍ତ ବୋଲେରୋ ପିକପ ଗାଡ଼ିରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କରଡାପାଲ ରୁ କେନ୍ଦୁପତ୍ର ଚୋରି କରି କୁଚିଣ୍ଡା ଅଭିମୁଖେ ଯାଉଥିବା ବେଳେ ଭୋଜପୁର କିଆଝରନ ଠାରେ ଜଗି ରହିଥିବା ବନ କର୍ମଚାରୀ ମାନେ ଧରିଥିଲେ। ଲୋ
The post କେନ୍ଦୁପତ୍ର ସହ ବୋଲେରୋ ପିକପ ଜବତ, ୪ କୋର୍ଟ ଚାଲାଣ appeared first on Odisha.News.