କେନ୍ଦ୍ର ଉପରେ ବର୍ଷିଲା ବିଜେଡି, କେନ୍ଦୁପତ୍ର ଉପରୁ ଉଚ୍ଛେଦ କର ଜିଏସଟି
ନନ୍ଦିଘୋଷ ବ୍ୟୁରୋ: କେନ୍ଦୁପତ୍ର ଉପରୁ ଉଚ୍ଛେଦ କର ଜିଏସଟି। କେନ୍ଦୁପତ୍ର ତୋଳାଳିଙ୍କ ଝିଅ ବିବାହ ପାଇଁ ୨୫ ହଜାର ଟଙ୍କା... The post କେନ୍ଦ୍ର ଉପରେ ବର୍ଷିଲା ବିଜେଡି, କେନ୍ଦୁପତ୍ର ଉପରୁ ଉଚ୍ଛେଦ କର ଜିଏସଟି appeared first on .
ନନ୍ଦିଘୋଷ ବ୍ୟୁରୋ: କେନ୍ଦୁପତ୍ର ଉପରୁ ଉଚ୍ଛେଦ କର ଜିଏସଟି। କେନ୍ଦୁପତ୍ର ତୋଳାଳିଙ୍କ ଝିଅ ବିବାହ ପାଇଁ ୨୫ ହଜାର ଟଙ୍କା ସହାୟତା ଯୋଗାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦୁପତ୍ର ତୋଳାଳିଙ୍କ ଭିତରୁ ଯଦି କାହାର ମୃତ୍ୟୁ ହେଉଥିଲା, ତାଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ଦିଆଯାଇଥିଲା। ହେଲେ କେନ୍ଦ୍ର ସରକାର ଭୁଲିଗଲେ ନିଜ ପ୍ରତିଶୃତି। ସରକାରକୁ ଆସିଲେ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ କରାଯିବ ବୋଲି ନିଜ ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲେ ବିଜେପି। ସରକାରକୁ ଆସିଲେ, ହେଲେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଭୁଲିଗଲେ। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଜୁ ଜନତା ଦଳ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଭିନ୍ନ ଯୋଜନା କରି ସହାୟତା ପ୍ରଦାନ କରିଥିଲେ। ଝିଅ ବିବାହ ପାଖରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିଥିଲେ। ଅପରପକ୍ଷରେ କେନ୍ଦ୍ର ସରକାର କେବଳ ପ୍ରତିଶୃତି ଦେଉଛନ୍ତି। କିନ୍ତୁ ଏହାକୁ ପାଳନ କରୁନାହାନ୍ତି ବୋଲି କହିଛି ବିଜେଡି। ତେଣୁ ତୁରନ୍ତ ରାଜ୍ୟ ସରକାର କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ କରିବାକୁ କେନ୍ଦ୍ର ନିକଟରେ ଦାବି କରନ୍ତୁ ବୋଲି କହିଛି ବିଜେଡି।
The post କେନ୍ଦ୍ର ଉପରେ ବର୍ଷିଲା ବିଜେଡି, କେନ୍ଦୁପତ୍ର ଉପରୁ ଉଚ୍ଛେଦ କର ଜିଏସଟି appeared first on .