କେନ୍ଦ୍ର ବଜେଟକୁ ନେଇ ବର୍ଷିଲା ବିଜେଡି, ଓଡ଼ିଶାକୁ କରାଯାଇଛି ଅଣଦେଖା:

ଭୁବନେଶ୍ବର: କେନ୍ଦ୍ର ବଜେଟକୁ ନେଇ ବର୍ଷିଲା ବିଜେଡି। ସାଧାରଣ ବଜେଟରେ ଓଡ଼ିଶାକୁ କରାଯାଇଛି ଅଣଦେଖା। ନିର୍ବାଚନ ସମୟରେ ବିଜେପି କହିଥିଲା ଡବଲ ଇଞ୍ଜିନ ସରକାର ଆସିଲେ ଡବଲ ଅନୁଦାନ ମିଳିବ। କିନ୍ତୁ ଓଡ଼ିଶାକୁ ଡବଲ ଇଞ୍ଜିନ ସରକାର କଣ ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ଅମର ପଟ୍ଟନାୟକ। ଗତଥର ଆନ୍ଧ୍ରକୁ ଦିଆଯାଇଥିଲା ଏଥର ବିହାର ନିର୍ବାଚନକୁ ନଜରରେ ରଖି ବିହାରକୁ ଦିଆଯାଇଛି ଅନୁଦାନ। ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ପେଶାଲ କାଟାଗୋରୀ ଷ୍ଟାଟସ ଦେବାକୁ କହିଥିଲା […]

କେନ୍ଦ୍ର ବଜେଟକୁ ନେଇ ବର୍ଷିଲା ବିଜେଡି, ଓଡ଼ିଶାକୁ କରାଯାଇଛି ଅଣଦେଖା:
Untitled 1 8

ଭୁବନେଶ୍ବର: କେନ୍ଦ୍ର ବଜେଟକୁ ନେଇ ବର୍ଷିଲା ବିଜେଡି। ସାଧାରଣ ବଜେଟରେ ଓଡ଼ିଶାକୁ କରାଯାଇଛି ଅଣଦେଖା। ନିର୍ବାଚନ ସମୟରେ ବିଜେପି କହିଥିଲା ଡବଲ ଇଞ୍ଜିନ ସରକାର ଆସିଲେ ଡବଲ ଅନୁଦାନ ମିଳିବ। କିନ୍ତୁ ଓଡ଼ିଶାକୁ ଡବଲ ଇଞ୍ଜିନ ସରକାର କଣ ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ଅମର ପଟ୍ଟନାୟକ। ଗତଥର ଆନ୍ଧ୍ରକୁ ଦିଆଯାଇଥିଲା ଏଥର ବିହାର ନିର୍ବାଚନକୁ ନଜରରେ ରଖି ବିହାରକୁ ଦିଆଯାଇଛି ଅନୁଦାନ। ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ପେଶାଲ କାଟାଗୋରୀ ଷ୍ଟାଟସ ଦେବାକୁ କହିଥିଲା ବିଜେପି। ହେଲେ ସେକଥା କୁଆଡେ ଗଲା ? ବଜେଟ ବହିରେ ନାହିଁ ଓଡ଼ିଶାର ନାଁ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୟାଲିଟି ରିଭିଜନ ପାଇଁ ଦାବି କରି ଆସୁଛନ୍ତି। କିନ୍ତୁ ଓଡ଼ିଶାର ଦାବିକୁ ଶୁଣୁନାହାନ୍ତି କେନ୍ଦ୍ର ସରକାର। କଟନ ଟେକ୍ନୋଲୋଜି ମିଶନ ଓଡିଶାରେ ଆଗରୁ ଅଛି । କିନ୍ତୁ କେନ୍ଦ୍ର ସରକାର କହୁଛନ୍ତି ଏହା ନୂଆ ହୋଇଛି। ଓଡିଶାରେ ହାରାହାରି ୫୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି। କିନ୍ତୁ କେନ୍ଦ୍ର ସରକାର କହୁଛନ୍ତି ଟ୍ୟାକ୍ସ କମିଲା। ଯାହା ୫୦ ପ୍ରତିଶତ ଲୋକଙ୍କ ପାଇଁ କିଛି ଲେନଦେନ ନାହିଁ। ଦରଦାମ ବୃଦ୍ଧି ୫୦ ପ୍ରତିଶତ ମଧ୍ୟବିତ୍ତଙ୍କୁ ପ୍ରଭାବିତ କରୁଛି। ଗ୍ୟାସ ସିଲିଣ୍ଡର ଦର କମାଇବା ପାଇଁ ବଜେଟରେ କିଛି ନାହିଁ ବୋଲି କହିଛନ୍ତି ବିଜେଡି ନେତା ଅମର ପଟ୍ଟନାୟକ। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବଜେଟ କାଗଜପତ୍ର ବୁଲାଉଛନ୍ତି। ନିର୍ବାଚନ ସମୟରେ କହୁଥିଲେ ଓଡିଶା ସବୁ କ୍ଷେତ୍ରରେ ଡବଲ ପାଇବ। ହେଲେ ଓଡ଼ିଶା ବଜେଟରୁ କଣ ପାଇଲା ବୋଲି ବିଜେପିକୁ ପ୍ରଶ୍ନ କରିଛି ବିଜେଡି।