କେନ୍ଦ୍ର ବଜେଟ୍ରେ ଓଡ଼ିଶାକୁ ଅବହେଳା : ପ୍ରତିବାଦରେ ରାଜ୍ୟସଭାରେ କକ୍ଷତ୍ୟାଗ କଲେ ବିଜେଡି ସାଂସଦ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ୪୮,୨୦,୫୧୨ କୋଟି ଟଙ୍କାର ବଜେଟରେ ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ବ ଦିଆଯିବା ସହ ମୋଦୀ ସରକାର ଚଳିତ ଏନଡିଏ ସରକାରରେ ମୁଖ୍ୟ ସହଯୋଗୀ ସାଜିଥିବା ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ବତନ୍ତ୍ର ଅନୁଦାନ ଘୋଷଣା କରିଛି। ହେଲେ ଚଳିତ ନିର୍ବାଚନରେ ଓଡ଼ିଶାବାସୀଙ୍କୁ ବହୁ ପ୍ରତିଶ୍ରୁତି ଦେଇ ମଧ୍ୟ ବିଜେପି ଓଡ଼ିଶା ପାଇଁ ସେମିତି କିଛି ଆଖି ଦୃଶୀଆ ଘୋଷଣା […]

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ୪୮,୨୦,୫୧୨ କୋଟି ଟଙ୍କାର ବଜେଟରେ ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ବ ଦିଆଯିବା ସହ ମୋଦୀ ସରକାର ଚଳିତ ଏନଡିଏ ସରକାରରେ ମୁଖ୍ୟ ସହଯୋଗୀ ସାଜିଥିବା ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ବତନ୍ତ୍ର ଅନୁଦାନ ଘୋଷଣା କରିଛି। ହେଲେ ଚଳିତ ନିର୍ବାଚନରେ ଓଡ଼ିଶାବାସୀଙ୍କୁ ବହୁ ପ୍ରତିଶ୍ରୁତି ଦେଇ ମଧ୍ୟ ବିଜେପି ଓଡ଼ିଶା ପାଇଁ ସେମିତି କିଛି ଆଖି ଦୃଶୀଆ ଘୋଷଣା କରିନାହିଁ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖିନ ହେଉଥିବା ଓଡ଼ିଶା ପୂର୍ବରୁ ବହୁବାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ଦାବି କରିଆସୁଛି। କିନ୍ତୁ କେନ୍ଦ୍ର ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଚଳିତ ଥର ବିଜେପି ଓଡ଼ିଶାରେ ସରକାର କରିବା ପରେ ଲୋକ ଭାବୁଥିଲେ, ରାଜ୍ୟ ପାଇଁ କେନ୍ଦ୍ର ସରକାର କିଛି ଭଲ ଘୋଷଣା କରିବେ। କିନ୍ତୁ ତାହା ହେଲା ନାହିଁ।
All the BJD MPs in Rajya Sabha Walked Out of the Rajya Sabha today when the Union Budget was being laid, strongly protesting the continued neglect of Odisha in the Union Budget. Before Walking out, the BJD MPs strongly said in the House that they are walking out due to denial of…
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) July 23, 2024
ଓଡ଼ିଶା ପ୍ରତି ବାରମ୍ବାର ଅବହେଳା କରାଯାଉଥିବାରୁ ଏହାର ପ୍ରତିବାଦ କରି ବିଜେଡି ସାଂସଦ ରାଜ୍ୟସଭାରେ କକ୍ଷତ୍ୟାଗ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ଓଡିଶାରୁ ୨୦ ବିଜେପି ସାଂସଦଙ୍କୁ ଜିତାଇଲେ ଓଡିଶାବାସୀ । କିନ୍ତୁ ମିଳିଲାନି ସ୍ବତନ୍ତ୍ର ରାଜ୍ୟ ପାହ୍ୟା । କେନ୍ଦ୍ରୀୟ ବଜେଟରେ ଓଡିଶାକୁ ସମ୍ପୁର୍ଣ୍ଣ ଅବହେଳା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ। ସାଂସଦ ସସ୍ମିତ ପାତ୍ର କହିଛନ୍ତି ଓଡିଶା, ଆନ୍ଧ୍ର ଓ ବିହାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି କରୁଥିଲେ । ଚଳିତ ବଜେଟରେ ଆନ୍ଧ୍ର ଓ ବିହାରକୁ ସ୍ବତନ୍ତ୍ର ଅତିରିକ୍ତ ସହାୟତା ପାଇଥିବା ବେଳେ ଓଡିଶାର ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି । ବିଜେଡିର ଅଭିଯୋଗ, ରାଜ୍ୟବାସୀ ୨୧ରୁ ୨୦ ବିଜେପି ସାଂସଦଙ୍କୁ ସଂସଦକୁ ପଠାଇବାର ଦଣ୍ଡ ପାଇଛନ୍ତି । ସେପଟେ କିନ୍ତୁ ବିହାର ଓ ଆନ୍ଧ୍ରକୁ ସରକାର ଗଠନରେ ବିଜେପିକୁ ସହଯୋଗ କରୁଥିବାରୁ ପୁରସ୍କାର ପାଇଛନ୍ତି।
20 BJP MPs from #Odisha in the Lok Sabha and all we got in the budget is… NOTHING!
Meanwhile, @Andhra with 16 MPs and #Bihar with 12 are swimming in funds.
Guess the only flood Odisha will get relief for is our tears. #Budget2024 #BudgetDay #BudgetForViksitBharat pic.twitter.com/uR9KQo82I2
— Dr. Amar Patnaik (@Amar4Odisha) July 23, 2024
ସେହିପରି ପୂର୍ବତନ ସାଂସଦ ଅମର ପଟ୍ଟନାୟକ ଓ ବଲାଙ୍ଗୀର ବିଧାୟକ କଳିକେଶ ସିଂଦେଓ ମଧ୍ୟ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଓଡ଼ିଶାର ଦାବିକୁ ମୋଦୀ ସରକାର ବାରମ୍ବାର ପଦାଘାତ କରୁଛନ୍ତି। ଆନ୍ଧ୍ରରୁ ୧୬, ବିହାରରୁ ୧୨ ଲୋକସଭା ସାଂସଦ ଥାଇ ବି ସେମାନଙ୍କୁ ସ୍ବତନ୍ତ୍ର ଅନୁଦାନ ମିଳୁଛି। ହେଲେ ଓଡ଼ିଶାବାସୀ ଏଥର ବିଜେପିକୁ ରାଜ୍ୟରେ ଶାସନ କ୍ଷମତା ଦେବା ସହ ୨୧ ଲୋକସଭା ଆସନରୁ ୨୦ରେ ଜିତାଇଲେ। ଓଡ଼ିଶାରୁ ୨୦ ସାଂସଦ ଥାଇ ମଧ୍ୟ ଅବହେଳ ହେଲା।
Special package of ₹15,000 crore for Andhra Pradesh to build the capital.
₹26,000 crore allotted to Bihar for infrastructure projects.
Wonder what happened to double engine govt for #Odisha
— Office of Kalikesh Singh Deo (@DeoKalikesh) July 23, 2024