କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ... କହିଲେ,‘ମୋ ପ୍ରତି ହୋଇଛି ଅନ୍ୟାୟ’

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ପଶୁପତି ନିଜର ଇସ୍ତଫା ଘୋଷଣା କରିଛନ୍ତି। ସେ କହିଛନ୍ତି, 'ମୋର ଏବଂ ମୋ ପାର୍ଟି ପ୍ରତି ଅନ୍ୟାୟ କରାଯାଇଛି ।

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ... କହିଲେ,‘ମୋ ପ୍ରତି ହୋଇଛି ଅନ୍ୟାୟ’

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଶୁପତି ପାରସ। ବିହାରରେ NDAର ସିଟ୍‌ ସେୟାରିଂରେ RLJP ପାର୍ଟିକୁ ଗୋଟିଏ ବି ସିଟ୍‌ ନ ଦେବାରୁ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପଶୁପତି ପାରସ। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ପଶୁପତି ନିଜର ଇସ୍ତଫା ଘୋଷଣା କରିଛନ୍ତି। ସେ କହିଛନ୍ତି, 'ମୋର ଏବଂ ମୋ ପାର୍ଟି ପ୍ରତି ଅନ୍ୟାୟ କରାଯାଇଛି । ଆଗାମୀ ଲୋକସଭା ନିର୍ବାଚନରେ ଲଢ଼ିବାକୁ ଆମକୁ ଗୋଟିଏ ବି ଆସନ ଦିଆଯାଇନଥିଲା। ପାଶୁପତି ପରାସ ମୋଦୀ ସରକାରରେ ଖାଦ୍ୟ ଏବଂ ପ୍ରକ୍ରିୟାକରଣ ମନ୍ତ୍ରୀ ଥିଲେ।

ସୂଚନା ଅନୁସାରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଗତକାଲି ବିହାରର ଏନଡିଏ ମେଣ୍ଟର ସିଟ୍‌ ଭାଗବଣ୍ଟା ଚୂଡ଼ାନ୍ତ ହୋଇଥିଲା। LJPର ଚିରାଗ ପାଶ୍ୱାନଙ୍କ ଗୋଷ୍ଠୀକୁ ଅଂଶୀଦାର ଭାବେ ଗ୍ରହଣ କରି ୫ଟି ସିଟ୍ ଦିଆଯାଇଛି। କିନ୍ତୁ ପାରସଙ୍କ ଗୋଷ୍ଠୀକୁ ଗୋଟିଏ ବି ସିଟ୍ ଦିଆଯାଇ ନ ଥିଲା, ଯଦିଓ ତାଙ୍କ ଗୋଷ୍ଠୀରେ ୫ ଜଣ ସାଂସଦ ଅଛନ୍ତି। ତେଣୁ ଏଥିରେ କ୍ଷୁବ୍ଧ ହୋଇ ପଶୁପତି ପାରସ ଇସ୍ତଫା ଦେଇଛନ୍ତି। ସେ NDAରୁ ଇସ୍ତଫା ଦେଇ ଆରଜେଡି-କଂଗ୍ରେସ ମେଣ୍ଟରେ ଯୋଗ ଦେଇପାରନ୍ତି।

ଅଧିକ ପଢ଼ନ୍ତୁ: ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ, ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ନାଁ!

ସେପଟେ ଗତ ନିର୍ବାଚନ ବେଳେ ଏନଡିଏ ମେଣ୍ଟରେ ଥାଇ ମଧ୍ୟ ବିହାରରେ ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେଇଥିଲେ ଚିରାଗ। ଏହା ଦ୍ୱାରା ନୀତିଶ କୁମାରଙ୍କୁ ବହୁତ ଘାଟା ହୋଇଥିଲା। ଏପରିକି ତାଙ୍କ ବିଧାୟକ ସଂଖ୍ୟା ୫୦ ବି ଡେଇଁ ପାରି ନ ଥିଲା। ପରେ କିନ୍ତୁ ଚିରାଗ ବଦଳରେ ତାଙ୍କ କାକା ପଶୁପତି ପାରସଙ୍କୁ ନିଜ ସହଯୋଗୀ ଭାବେ ବାଛିଥିଲା ବିଜେପି। କେନ୍ଦ୍ରରେ ତାଙ୍କୁ ମନ୍ତ୍ରୀ ବି କରାଯାଇଥିଲା। ଏଲଜେପିକୁ ଭାଗ କରି ନିଜ ପଟକୁ ଅନେକ ନେତାଙ୍କୁ ଆଣି ବିଜେପିର ସହଯୋଗୀ ହୋଇଥିଲେ ପାରସ। କିନ୍ତୁ କିଛି ମାସ ପରେ ପରିସ୍ଥିତି ବଦଳି ଯାଇଥିଲା। ପୁରା ବିହାରରେ ପଦଯାତ୍ରା କରି ରାମବିଳାସ ପାଶ୍ୱାନଙ୍କ ପ୍ରକୃତ ଦାୟାଦ ଭାବେ ନିଜକୁ ପ୍ରତିପାଦିତ କରିଥିଲେ ଚିରାଗ ପାଶ୍ୱାନ। ତେଣୁ ନିର୍ବାଚନୀ ଫାଇଦାକୁ ନେଇ ପୁତୁରା ପାଶ୍ୱାନକୁ ବିଜେପି ପସନ୍ଦ କରିଥିବା ବେଳେ କାକା ପଶୁପତି ପାରସଙ୍କୁ ଛାଡ଼ି ଦେଇଛି। ଏହା ପରେ ପାରସ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।