କେନ୍ଦ୍ର ସରକାରଙ୍କ ‘Z+’ ସୁରକ୍ଷାକୁ ନେଇ NCP ସୁପ୍ରିମୋଙ୍କ ସନ୍ଦେହ, କହିଲେ-ନିର୍ବାଚନରେ ରଖାଯାଇ ପାରେ ମୋ ଉପରେ ନଜର
ନଭିମୁମ୍ବାଇ: କେନ୍ଦ୍ର ସରକାର ଏନସିପି (ଏସପି) ନେତା ଶରଦ ପାୱାରଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଜେଡ୍ ପ୍ଲସ୍ ସୁରକ୍ଷା ମିଳିବା ପରେ ଶରଦ ପାୱାର ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଦିଆଯାଇଥିବା ସୁରକ୍ଷା ତାଙ୍କ ସମ୍ପର୍କରେ ସୂଚନା ସଂଗ୍ରହ ପାଇଁ ହୋଇପାରେ, କାରଣ ଚଳିତ ବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେନ୍ଦ୍ର ସରକାର ଗତ ବୁଧବାର ଶରଦ ପାୱାରଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦେବାକୁ ଘୋଷଣା କରିଥିଲେ। ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯିବା ନେଇ ପ୍ରଶ୍ନର ଉତ୍ତରରେ ଏନସିପି (ଏସପି) ନେତା କହିଛନ୍ତି ଯେ ଏହି ପଦକ୍ଷେପ ପଛର କାରଣ ସେ ଜାଣନ୍ତି ନାହିଁ । ତେବେ ଗୃହମନ୍ତ୍ରାଳୟର ଜନୈକ ଅଧିକାରୀ ୩ ଜଣ ଲୋକଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦେଉଥିବା ନେଇ ସୂଚନା ତାଙ୍କୁ ଦେଇଥିବା ଓ ଏହି ସୁରକ୍ଷା ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଯୋଗାଇ ଦିଆଯିବ ବୋଲି ସେ ଜାଣିବାକୁ ପାଇଥିବା କହିଛନ୍ତି। ଏଣୁ ଶରଦ ପାୱାର କହିଛନ୍ତି ଯେ ହୋଇପାରେ ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଓ ମୋ ସମ୍ପର୍କରେ ସୂଚନା ସଂଗ୍ରହ ପାଇଁ ଏହି ବ୍ୟବସ୍ଥା କରାଯାଇ ଥାଇପାରେ। ମହାରାଷ୍ଟ୍ରର ୨୮୮ ସଦସୀୟ ବିଧାନସଭା ନିମନ୍ତେ ଅକ୍ଟବର ଅଥବା ନଭେମ୍ବର ମାସରେ ନିର୍ବାଚନ ହୋଇପାରେ। ପାୱାରଙ୍କ ଜେଡ୍ ପ୍ଲସ୍ ସୁରକ୍ଷା ପାଇଁ ତାଙ୍କୁ
ନଭିମୁମ୍ବାଇ: କେନ୍ଦ୍ର ସରକାର ଏନସିପି (ଏସପି) ନେତା ଶରଦ ପାୱାରଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଜେଡ୍ ପ୍ଲସ୍ ସୁରକ୍ଷା ମିଳିବା ପରେ ଶରଦ ପାୱାର ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଦିଆଯାଇଥିବା ସୁରକ୍ଷା ତାଙ୍କ ସମ୍ପର୍କରେ ସୂଚନା ସଂଗ୍ରହ ପାଇଁ ହୋଇପାରେ, କାରଣ ଚଳିତ ବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେନ୍ଦ୍ର ସରକାର ଗତ ବୁଧବାର ଶରଦ ପାୱାରଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦେବାକୁ ଘୋଷଣା କରିଥିଲେ।
ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯିବା ନେଇ ପ୍ରଶ୍ନର ଉତ୍ତରରେ ଏନସିପି (ଏସପି) ନେତା କହିଛନ୍ତି ଯେ ଏହି ପଦକ୍ଷେପ ପଛର କାରଣ ସେ ଜାଣନ୍ତି ନାହିଁ । ତେବେ ଗୃହମନ୍ତ୍ରାଳୟର ଜନୈକ ଅଧିକାରୀ ୩ ଜଣ ଲୋକଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦେଉଥିବା ନେଇ ସୂଚନା ତାଙ୍କୁ ଦେଇଥିବା ଓ ଏହି ସୁରକ୍ଷା ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଯୋଗାଇ ଦିଆଯିବ ବୋଲି ସେ ଜାଣିବାକୁ ପାଇଥିବା କହିଛନ୍ତି।
ଏଣୁ ଶରଦ ପାୱାର କହିଛନ୍ତି ଯେ ହୋଇପାରେ ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଓ ମୋ ସମ୍ପର୍କରେ ସୂଚନା ସଂଗ୍ରହ ପାଇଁ ଏହି ବ୍ୟବସ୍ଥା କରାଯାଇ ଥାଇପାରେ। ମହାରାଷ୍ଟ୍ରର ୨୮୮ ସଦସୀୟ ବିଧାନସଭା ନିମନ୍ତେ ଅକ୍ଟବର ଅଥବା ନଭେମ୍ବର ମାସରେ ନିର୍ବାଚନ ହୋଇପାରେ। ପାୱାରଙ୍କ ଜେଡ୍ ପ୍ଲସ୍ ସୁରକ୍ଷା ପାଇଁ ତାଙ୍କୁ ତାଙ୍କୁ ୫୫ ଜଣ ସଶସ୍ତ୍ର ସିଆରପିଏଫ ସୁରକ୍ଷା କର୍ମୀ ଯୋଗାଇ ଦିଆଯିବ। କେନ୍ଦ୍ରୀୟ ଏଜେନ୍ସୀ ଦ୍ୱାରା ତାଙ୍କ ଜୀବନ ପ୍ରତି ବିପଦ ଆକଳନ କରି ଏହି ସୁରକ୍ଷା ଅପଗ୍ରେଡ କରିବାକୁ ନିଷ୍ପତ୍ତି ହୋଇଛି।
ମରାଠା ଦିଗ୍ଗଜ ଙ୍କ ଏନସିପି (ଏସପି) ବିରୋଧୀ ମେଣ୍ଟ ମହାବିକାଶ ଅଘାଡି (ଏମଭିଏ)ର ଏକ ମୁଖ୍ୟ ଘଟକ ଦଳ, ଯେଉଁଥିରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଓ କଂଗ୍ରେସ ମଧ୍ୟ ଅଛି। ଏହି ମେଣ୍ଟ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ମହାରାଷ୍ଟ୍ରର ୪୮ ଲୋକସଭା ଆସନରୁ ମେଣ୍ଟ ୩୦ଟି ଆସନ ଜିତିଛି। ଅପରପଟେ କ୍ଷମତାସୀନ ମହାମେଣ୍ଟ ଯେଉଁଥିରେ ବିଜେପି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱରଙ୍କ ନେତୃତ୍ୱାଧୀନ ଏନସିପି ମୋଟ ୧୭ଟି ଆସନ ଜିତି ପାରିଛନ୍ତି। ସାଙ୍ଗଲୀ ଲୋକସଭା ଆସନ ବିଦ୍ରୋହୀ କଂଗ୍ରେସ ସାଂସଦ ବିଶାଲ ପାଟିଲ ଜିତିଛନ୍ତି।