କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକିଂ ୟୁନିଟ୍ ଉପରେ ଲାଗିଲା ରୋକ୍, ସୁପ୍ରିମକୋର୍ଟ କହିଲେ...
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକିଂ ୟୁନିଟ୍ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଉପରେ ପୂର୍ବରୁ ବମ୍ୱେ ହାଇକୋର୍ଟରେ ମାମଲା ବିଚାରଧୀନ ରହିଛି । ବମ୍ୱେ ହାଇକୋର୍ଟ ୨୦୨୩ର ଆଇଟି ନିୟମରେ ସଂଶୋଧନକୁ ଚ୍ୟାଲେଞ୍ଜ କରୁଥିବା ଯାଚିକା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଫ୍ୟାକ୍ଟ ଚେକିଂ ୟୁନିଟ୍ ଉପରେ ଏହି ରୋକ୍ ଲାଗି ରହିବ । କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ବୁଧବାର ସୂଚନା ଏବଂ ପ୍ରସାରଣ ବ୍ୟୁରୋ ଅଧିନରେ ଏକ ଫ୍ୟାକ୍ଟ ଚେକିଂ ୟୁନିଟକୁ ଅଧିସୂଚିତ କରିଥିଲେ । ଏହି ୟୁନିଟ୍ ସାହାଯ୍ୟରେ ଫେକ୍ ନ୍ୟୁଜ୍ ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିଲେ ।ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି.ପାରଦୀବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ପୀଠ କହିଛନ୍ତି ଯେ ଏହି ମାମଲା ଅଭିବ୍ୟକ୍ତିର ସ୍ୱାଧୀନତା ସହ ଜଡିତ ଅଟେ । ତେବେ କୋର୍ଟ ମଧ୍ୟ କହିଛନ୍ତି ଯେ ମାମଲାର ମୁଖ୍ୟ ପ୍ରସଙ୍ଗ ଉପରେ ଏବେ ସେ କୌଣସି ଟିପ୍ପଣୀ କରିବେ ନାହିଁ । ଷ୍ଟାଣ୍ଡ ଅପ୍ କମେଡିଆନ କୁଣାଲ କାମରା ଏବଂ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ବମ୍ୱେ ହାଇକୋର୍ଟରେ ଯାଚିକା ଦାଖଲ କରି କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକିଂ ୟୁନିଟର ଅଧିସୂଚନା ଉପରେ ରୋକ ଲଗାଇବା ପାଇଁ ଅପିଲ୍ କରିଥିଲେ ।ପଢନ୍ତୁ: ଜଳ ବୋର୍ଡର ୩୦୦୦ କୋଟି ଟଙ୍କା ପାଇଁ ସୁପ୍ରିମକୋର୍ଟକୁ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକିଂ ୟୁନିଟ୍ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଉପରେ ପୂର୍ବରୁ ବମ୍ୱେ ହାଇକୋର୍ଟରେ ମାମଲା ବିଚାରଧୀନ ରହିଛି । ବମ୍ୱେ ହାଇକୋର୍ଟ ୨୦୨୩ର ଆଇଟି ନିୟମରେ ସଂଶୋଧନକୁ ଚ୍ୟାଲେଞ୍ଜ କରୁଥିବା ଯାଚିକା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଫ୍ୟାକ୍ଟ ଚେକିଂ ୟୁନିଟ୍ ଉପରେ ଏହି ରୋକ୍ ଲାଗି ରହିବ । କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ବୁଧବାର ସୂଚନା ଏବଂ ପ୍ରସାରଣ ବ୍ୟୁରୋ ଅଧିନରେ ଏକ ଫ୍ୟାକ୍ଟ ଚେକିଂ ୟୁନିଟକୁ ଅଧିସୂଚିତ କରିଥିଲେ । ଏହି ୟୁନିଟ୍ ସାହାଯ୍ୟରେ ଫେକ୍ ନ୍ୟୁଜ୍ ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିଲେ ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି.ପାରଦୀବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ପୀଠ କହିଛନ୍ତି ଯେ ଏହି ମାମଲା ଅଭିବ୍ୟକ୍ତିର ସ୍ୱାଧୀନତା ସହ ଜଡିତ ଅଟେ । ତେବେ କୋର୍ଟ ମଧ୍ୟ କହିଛନ୍ତି ଯେ ମାମଲାର ମୁଖ୍ୟ ପ୍ରସଙ୍ଗ ଉପରେ ଏବେ ସେ କୌଣସି ଟିପ୍ପଣୀ କରିବେ ନାହିଁ । ଷ୍ଟାଣ୍ଡ ଅପ୍ କମେଡିଆନ କୁଣାଲ କାମରା ଏବଂ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ବମ୍ୱେ ହାଇକୋର୍ଟରେ ଯାଚିକା ଦାଖଲ କରି କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକିଂ ୟୁନିଟର ଅଧିସୂଚନା ଉପରେ ରୋକ ଲଗାଇବା ପାଇଁ ଅପିଲ୍ କରିଥିଲେ ।
ପଢନ୍ତୁ: ଜଳ ବୋର୍ଡର ୩୦୦୦ କୋଟି ଟଙ୍କା ପାଇଁ ସୁପ୍ରିମକୋର୍ଟକୁ ଗଲେ କେଜରିୱାଲ ସରକାର, ଜାଣନ୍ତୁ କ’ଣ କହିଲେ କୋର୍ଟ?
୨୦୨୩ ଏପ୍ରିଲରେ ଲାଗୁ ହୋଇଥିବା ନୂଆ ଆଇଟି ନିୟମ ଅନୁସାରେ, ଫ୍ୟାକ୍ଟ ଚେକିଂ ୟୁନିଟକୁ ସୋସିଆଲ ମିଡିଆରେ କଣ୍ଟେଣ୍ଟ ଉପରେ ନଜର ରଖିବା ଏବଂ କେନ୍ଦ୍ର ସରକାରଙ୍କ କାମ ସହ ଜଡିତ ମିଛ ଖବରକୁ ଚିହ୍ନଟ କରିବାର ଅଧିକାର ମିଳିଛି । ଏହା ପୂର୍ବରୁ ବେମ୍ୱ ହାଇକୋର୍ଟ ଏହି ମାମଲାରେ ଦୁଇଟି ଭିନ୍ନ ଭିନ୍ନ ନିଷ୍ପତ୍ତି ଶୁଣାଇଥିଲେ । ଜଣେ ଜଜ୍ ୟୁନିଟ୍ ଉପରେ ରୋକ୍ ପାଇଁ ଆଦେଶ ଦେଇଥିଲେ, ଅନ୍ୟ ଜଣେ ଜଜ୍ ଏହାକୁ ଜାରି ରଖିବା ପକ୍ଷରେ ଥିଲେ । ଏହି ନିଷ୍ପତ୍ତି ପରେ ମାମଲାକୁ ତୃତୟ ଜଜ୍ ଏ.ଏସ.ଚନ୍ଦୁରକଙ୍କ ନିକଟକୁ ପଠାଯାଇଥିଲା । ଜଷ୍ଟିସ୍ ଚନ୍ଦୁରକର ମଧ୍ୟ ଏବେ ସୁଦ୍ଧା ନିଜ ଚୂଡାନ୍ତ ନିଷ୍ପତ୍ତି ଶୁଣାଇ ନାହାନ୍ତି । ତେବେ ମାର୍ଚ୍ଚ ୧୧ରେ ଫ୍ୟାକ୍ଟ ଚେକିଂ ୟୁନିଟକୁ ଆରମ୍ଭ କରିବା ଉପରେ ରୋକ୍ ଲଗାଇଭାକୁ ମନା ଦେଇଥିଲେ । ଏହାପରେ ମାର୍ଚ୍ଚ ୧୩ରେ ଜଜଙ୍କ ଅସହମତି ସତ୍ତ୍ୱେ ୨:୧ ବହୁମତ ସହ ନିଷ୍ପତ୍ତି ଶୁଣାଇଥିଲେ ଯେ ବର୍ତ୍ତମାନ ୟୁନିଟ୍ ଉପରେ ରୋକ ଲଗାଯିବ ନାହିଁ ।