କେନ୍ଦ୍ରକୁ ରାହୁଲଙ୍କ ସମାଲୋଚନା, ‘ପଦ୍ମଚିହ୍ନ ଦଳର ଚକ୍ରବ୍ୟୂହରେ ଫସିଛି ଭାରତ’

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ରକୁ ଘେରିଲେ ରାହୁଲ। କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଭାବେ ବର୍ଷିବା ସହ କଡ଼ା ସମାଲୋଚନା କରିଛନ୍ତି... The post କେନ୍ଦ୍ରକୁ ରାହୁଲଙ୍କ ସମାଲୋଚନା, ‘ପଦ୍ମଚିହ୍ନ ଦଳର ଚକ୍ରବ୍ୟୂହରେ ଫସିଛି ଭାରତ’ appeared first on .

କେନ୍ଦ୍ରକୁ ରାହୁଲଙ୍କ ସମାଲୋଚନା, ‘ପଦ୍ମଚିହ୍ନ ଦଳର ଚକ୍ରବ୍ୟୂହରେ ଫସିଛି ଭାରତ’

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ରକୁ ଘେରିଲେ ରାହୁଲ। କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଭାବେ ବର୍ଷିବା ସହ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ବିଜେପି ଭାରତୀୟ ଜନତାଙ୍କୁ ଚକ୍ରବ୍ୟୁହରେ ଫସାଇଥିବା ଗୃହ ମଧ୍ୟରେ କହିଛନ୍ତି ରାହୁଲ ଗାନ୍ଧି। ସେ କହିଛନ୍ତି ମହାଭାରତରେ ଯାହା ଅନେକ ବର୍ଷ ପୂର୍ବରୁ ଅଭିମନ୍ଯୁ ସହ ହୋଇଥିଲା, ଆଜି ତାହା ଭାରତର ଜନତାଙ୍କ ସହ କରାଯାଉଛି। ପଦ୍ମଫୁଲ ସଦୃଶ ଏହି ଚକ୍ରବ୍ୟୁହ।

ବଜେଟ ପ୍ରସଙ୍ଗରେ କହିବା ଅବସରସରରେ କେନ୍ଦ୍ର ସରକାରଙ୍କୁ ଇଣ୍ଟର୍ଣ୍ଣସିପ ଯୋଜନାରୁ ଆରମ୍ଭ କରି ପେପର ଲିକ୍ ଘଟଣା ନେଇ ଘେରିଥିଲେ। ଦେଶରେ ଟାକ୍ସ ଟେରରିଜମ ଚାଲିଛି ବୋଲି କହିଥିଲେ ରାହୁଲ। ଦେଶରେ ଭୟର ବାତାବରଣ ରହିଛି। କେନ୍ଦ୍ରର ମନ୍ତ୍ରୀ ଓ ବିଜେପି ନେତା ମଧ୍ୟ ଭୟଭୀତ ହୋଇ ରହିଛନ୍ତି। ବଜେଟରେ କେବଳ ଶିଳ୍ପପତି ଏବଂ କେନ୍ଦ୍ରୀୟ ଏଜେନ୍ସକୁ ମଜଭୁତ କରିବାକୁ ବ୍ୟବସ୍ଥା କରାଯାଇଛି। ଦେଶରେ କର ଆତଙ୍କବାଦ ସ୍ଥିତି ରହିଛି।

ଏହାକୁ ରୋକିବାକୁ ବଜେଟରେ କୌଣସି ବ୍ୟବସ୍ଥା କରାଯାଇନି। ଅର୍ଥମନ୍ତ୍ରୀ ବଜେଟରେ ପେପର ଲିକ୍ ପ୍ରସଙ୍ଗ ନେଇ ଗୋଟିଏ ପଦ ବି କହିନାହାନ୍ତି। ଶିକ୍ଷା କ୍ଷେତ୍ରରେ ୨୦ ବର୍ଷ ଭିତରେ ସବୁଠାରୁ କମ ଅର୍ଥ ବ୍ୟୟବରାଦ କରାଯାଇଛି। ବଜେଟରେ ମଧ୍ୟମବର୍ଗଙ୍କୁ ସରକାର ଧୋକା ଦେଇଛନ୍ତି। ଏବେ ମଧ୍ୟମ ବର୍ଗ ସରକାରଙ୍କ ସାଥ ଛାଡ଼ି ଇଣ୍ଡିଆ ମେଣ୍ଟ ସାଥିରେ ରହିଛି ବୋଲି କହିଛନ୍ତି ରହାଲୁ। କୃଷକଙ୍କୁ ବର୍ତ୍ତମାନ ସୁଦ୍ଧା ମିଳିନାହିଁ ଆଇନଗତ ଗ୍ଯାରେଣ୍ଟି। ବଜେଟରେ ଅନ୍ନଦାତାଙ୍କ ଲାଗି କିଛି ବ୍ଯବସ୍ଥା ନାହିଁ।

କୃଷକଙ୍କ ସମ୍ପର୍କରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ନୁହଁନ୍ତି। ଗୃହରେ ରାହୁଲଙ୍କ ବୟାନ ନେଇ ବିଜେପି ସଦସ୍ୟ ଅନେକ ପ୍ରଶ୍ନ ମଧ୍ୟ ଉଠାଇଥିଲେ। ଏହାକୁ ନେଇ ଗୃହରେ ଦୁଇ ପକ୍ଷରୁ ପ୍ରବଳ ହଂଗାମା ହୋଇଥିଲା।

The post କେନ୍ଦ୍ରକୁ ରାହୁଲଙ୍କ ସମାଲୋଚନା, ‘ପଦ୍ମଚିହ୍ନ ଦଳର ଚକ୍ରବ୍ୟୂହରେ ଫସିଛି ଭାରତ’ appeared first on .