କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଲିଲିତାଙ୍କ ବାଜିମାତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲାପରିଷଦ ଅଧ୍ଯକ୍ଷା ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ୫ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ଲିଲିତା ଦାସ । ଲିଲିତା ଗତ ୨୦୨୨ ରେ ବିଜେଡି ଟିକେଟ ରେ ୫ ନମ୍ବର ଜୋନ ଜିଲାପରିଷଦ ସଭ୍ୟା ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । କେନ୍ଦ୍ରାପଡା ଜିଲାପରିଷଦରେ ମୋଟ ୩୨ଗୋଟି ଆସନରୁ ୩୧ ଗୋଟିରେ ବିଜେଡି ବିଜୟ ଲାଭ କରିଥିଲା । ମାତ୍ର ଗୋଟିଏ ଜୋନରେ ବିଜେପି ଜିତି ଥିଲା । ତେବେ […]

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ  ଲିଲିତାଙ୍କ ବାଜିମାତ
BJD candidate Lilita Das wins Kendrapara Jilla Parisad Chairman election

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲାପରିଷଦ ଅଧ୍ଯକ୍ଷା ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ୫ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ଲିଲିତା ଦାସ । ଲିଲିତା ଗତ ୨୦୨୨ ରେ ବିଜେଡି ଟିକେଟ ରେ ୫ ନମ୍ବର ଜୋନ ଜିଲାପରିଷଦ ସଭ୍ୟା ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । କେନ୍ଦ୍ରାପଡା ଜିଲାପରିଷଦରେ ମୋଟ ୩୨ଗୋଟି ଆସନରୁ ୩୧ ଗୋଟିରେ ବିଜେଡି ବିଜୟ ଲାଭ କରିଥିଲା । ମାତ୍ର ଗୋଟିଏ ଜୋନରେ ବିଜେପି ଜିତି ଥିଲା ।

ତେବେ ସାଧାରଣ ନିର୍ବାଚନ ପୂର୍ବରୁ ୧୩ ନମ୍ବର ଜିଲାପରିଷଦ ସଭ୍ୟା ତଥା ଜିଲାପରିଷଦ ଅଧ୍ଯକ୍ଷା ଗୀତାଞ୍ଜଳି ସେଠୀ ଓ ୩୧ ନମ୍ଵର୍ ସଭ୍ୟ ତଥା ଉପାଧକ୍ଷ ଅଶୋକ ପ୍ରତିହାରୀ ବିଜେଡି ଛାଡିବା ସହିତ ନିଜ ପଦରୁ ଇସ୍ତଫା ଦେଇଥିଲେ । ଦୀର୍ଘ ୪ ମାସ କାଳ ଖାଲି ପଡ଼ିବା ପରେ ଆଜି ଜିଲାପରିଷଦ ଅଧକ୍ଷ ପଦ ପୂରଣ ହୋଇଛି । ତେବେ ଏହି ଆସନ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଆଗାମୀ ଦିନରେ ଜିଲାର ବିକାଶକୁ ଗୁରୁତ୍ଵ ଦେବା ସହ ସାଧାରଣ ଲୋକଙ୍କ ନିକଟରେ ଯୋଜନା ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ହେବ ବୋଲି ଲିଲିତା ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି ।