କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା, ଗଛ ପଡ଼ି ରାସ୍ତା ଅବରୋଧ

କେନ୍ଦ୍ରାପଡ଼ା: କାଳବୈଶାଖୀ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହିତ କୁଆପଥର ବର୍ଷା ହୋଇଛି l ତେବେ ଏଥିରେ ଡେରାବିଶ ବ୍ଲକ ପଲେଇ ପଂଚାୟତ ଢିଅସାହି ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି lପବନରେ ବଡବଡ ଗଛ ଉପୁଡ଼ି ପଡିବାରୁ ରାସ୍ତା ଅବରୋଧ ହୋଇଛି l ଚାଳଛପର ଘର ଉଡି ଯାଇଥିବା ବେଳେ ନଡ଼ିଆ ଗଛ ଉପୁଡ଼ି ଚାନ୍ଦୋଳ-ଡେରାବିଶ ରାସ୍ତାରେ ଯାତାୟତ ବାଧା ପ୍ରାପ୍ତ ହୋଇଛି l ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି lସେପଟେ କଟକରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି।  ସନ୍ଧ୍ୟା ପ୍ରାୟ ୭ଟା ସମୟରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ତୁହାକୁ ତୁହା ଜାରି ରହିଥିଲା। ଦୀର୍ଘ ୨୦ ଦିନ ପରେ ସନ୍ଧ୍ୟା ସମୟରେ କଟକରେ ବର୍ଷା ହୋଇଛି। ଯାହା ଫଳରେ କଟକବାସୀଙ୍କୁ ଗରମରୁ ଆଶସ୍ତି ମିଳିଛି। 

କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା, ଗଛ ପଡ଼ି ରାସ୍ତା ଅବରୋଧ

କେନ୍ଦ୍ରାପଡ଼ା: କାଳବୈଶାଖୀ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହିତ କୁଆପଥର ବର୍ଷା ହୋଇଛି l ତେବେ ଏଥିରେ ଡେରାବିଶ ବ୍ଲକ ପଲେଇ ପଂଚାୟତ ଢିଅସାହି ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି l

ପବନରେ ବଡବଡ ଗଛ ଉପୁଡ଼ି ପଡିବାରୁ ରାସ୍ତା ଅବରୋଧ ହୋଇଛି l ଚାଳଛପର ଘର ଉଡି ଯାଇଥିବା ବେଳେ ନଡ଼ିଆ ଗଛ ଉପୁଡ଼ି ଚାନ୍ଦୋଳ-ଡେରାବିଶ ରାସ୍ତାରେ ଯାତାୟତ ବାଧା ପ୍ରାପ୍ତ ହୋଇଛି l ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି l

ସେପଟେ କଟକରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି।  ସନ୍ଧ୍ୟା ପ୍ରାୟ ୭ଟା ସମୟରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ତୁହାକୁ ତୁହା ଜାରି ରହିଥିଲା। ଦୀର୍ଘ ୨୦ ଦିନ ପରେ ସନ୍ଧ୍ୟା ସମୟରେ କଟକରେ ବର୍ଷା ହୋଇଛି। ଯାହା ଫଳରେ କଟକବାସୀଙ୍କୁ ଗରମରୁ ଆଶସ୍ତି ମିଳିଛି।