କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ ଓ ବିଶାଳ ରାଲି
ଟିକେଟ୍ ପାଇବା ପରେ ପ୍ରଥମ ଥର କେନ୍ଦ୍ରାପଡ଼ା ଗସ୍ତରେ ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କୁ ଚାନ୍ଦୋଳରୁ ଦୁହୁରିଆ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି କରି ପାଛୋଟି ନେଇଛନ୍ତି ହଜାର ହଜାର ପ୍ରଶଂସକ।
କେନ୍ଦ୍ରାପଡ଼ା ପାଇଁ ଭାରତୀୟ ଜନତା ପାର୍ଟିର ଲୋକସଭା ପ୍ରାର୍ଥୀ ଘୋଷିତ ହେବା ପରେ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି। ଏହି ଉଦ୍ଦେଶ୍ୟରେ ସେ ଆଜି କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର କର୍ମୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ।