କେନ୍ଦ୍ରାପଡ଼ା ଆଳିରେ କୂଳ ଲଙ୍ଘୁଛି ଖରସ୍ରୋତା : ନଦୀର ରୂପଦେଖି ଚିନ୍ତାରେ ଗ୍ରାମବାସୀ
କନକବ୍ୟୁରୋ : ଗତିପଥ ବଦଳାଇବାରେ ଲାଗିଛି ନଦୀ । ନଦୀ ଗାଁ ମୁହାଁ ହେବାାରୁ ନଦୀ ଗର୍ଭରେ ହଜିଯାଉଛି ଗାଁ । ଆଳି ବ୍ଳକ କୋଳଡିହ ପଞ୍ଚାୟତର ୧୦ ଓ ୧୧ ନମ୍ବର ୱାର୍ଡରେ ରୁହନ୍ତୀ ଜାମୁଦଣ୍ଡା ଗାଁର ପ୍ରାୟ ୭୦ ପରିବାର। ଗାଁ ନିକଟରେ ବହିଯାଉଛି ଖରସ୍ରୋତା ନଦୀ। କିନ୍ତୁ କିଛି ବର୍ଷ ହେବ ଖରସ୍ରୋତା ନଦୀ ଧୀରେ ଧୀରେ ତା ଗତିପଥ ବଦଳାଇ ଗାଁ ମୁହାଁ ହେଉଛି। ଗତ ୨୦ ବର୍ଷ ଭିତରେ ଗାଁର ୧୦ରୁ ଅଧିକ ଲୋକଙ୍କ ଘର ଏହି ନଦୀ ଭିତରେ ହଜିଯାଇଛି। କେତେ ପରିବାର ଭୟରେ ଗାଁ ଛାଡ଼ି ଉଚ୍ଚସ୍ଥାନରେ ଘର କରି ରହୁଛନ୍ତି। ନଦୀ ଗର୍ଭରେ ଚାଷୀଙ୍କର ପାଖାପାଖି ୨ଶହ ଏକର ଚାଷ ଜମି ଲୀନ ହୋଇଗଲାଣି । ଯେଉଁଥିପାଇଁ ଗ୍ରାମର ଅଧିକାଂଶ ଯୁବକ ଏବେ ଦାଦନ ମୁହାଁ। କେନ୍ଦ୍ରାପଡ଼ା ଆଳି ବ୍ଲକକୁ ଘେରି ରହିଛି ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀ। ନଦୀ କୂଳବର୍ତ୍ତୀ ଗାଁ ଗୁଡିକରେ ସୁରକ୍ଷା ପାଇଁ ସରକାରୀ ନିୟମ ଅନୁଯାୟୀ ପଥର ସ୍ପର ଓ ପଥର ପ୍ୟାକିଙ୍ଗ କରାଯାଏ l ଆଳି ତଟବନ୍ଧ ବିଭାଗ ପକ୍ଷରୁ କିଛି ସ୍ଥାନରେ ପଥର ପ୍ୟାକିଙ୍ଗ କରାଯାଇଥିଲା। ହେଲେ ତାହା ଏବେ ନଷ୍ଟ ହେବାକୁ ବସିଲାଣି। ତେଣୁ ତୁରନ୍ତ ଆଉ ଥରେ ପଥର ପ୍ୟାକିଙ୍ଗ କରିବା ପାଇଁ ଦାବି କରାଯାଇଛି । ଅନ୍ୟପଟେ ଜଳ ସମ୍ପଦ ବିଭାଗ ଦ୍ବାରା ସମସ୍ୟାର ସମାଧାନ କରାଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ତୁରନ୍ତ ଜାମୁଦଣ୍ଡା ଗ୍ରାମବାସୀଙ୍କ ଦୁଃଖ ବୁଝି ସମସ୍ୟାର ସମାଧାନ କରାନ

କନକବ୍ୟୁରୋ : ଗତିପଥ ବଦଳାଇବାରେ ଲାଗିଛି ନଦୀ । ନଦୀ ଗାଁ ମୁହାଁ ହେବାାରୁ ନଦୀ ଗର୍ଭରେ ହଜିଯାଉଛି ଗାଁ । ଆଳି ବ୍ଳକ କୋଳଡିହ ପଞ୍ଚାୟତର ୧୦ ଓ ୧୧ ନମ୍ବର ୱାର୍ଡରେ ରୁହନ୍ତୀ ଜାମୁଦଣ୍ଡା ଗାଁର ପ୍ରାୟ ୭୦ ପରିବାର। ଗାଁ ନିକଟରେ ବହିଯାଉଛି ଖରସ୍ରୋତା ନଦୀ। କିନ୍ତୁ କିଛି ବର୍ଷ ହେବ ଖରସ୍ରୋତା ନଦୀ ଧୀରେ ଧୀରେ ତା ଗତିପଥ ବଦଳାଇ ଗାଁ ମୁହାଁ ହେଉଛି। ଗତ ୨୦ ବର୍ଷ ଭିତରେ ଗାଁର ୧୦ରୁ ଅଧିକ ଲୋକଙ୍କ ଘର ଏହି ନଦୀ ଭିତରେ ହଜିଯାଇଛି। କେତେ ପରିବାର ଭୟରେ ଗାଁ ଛାଡ଼ି ଉଚ୍ଚସ୍ଥାନରେ ଘର କରି ରହୁଛନ୍ତି। ନଦୀ ଗର୍ଭରେ ଚାଷୀଙ୍କର ପାଖାପାଖି ୨ଶହ ଏକର ଚାଷ ଜମି ଲୀନ ହୋଇଗଲାଣି ।
ଯେଉଁଥିପାଇଁ ଗ୍ରାମର ଅଧିକାଂଶ ଯୁବକ ଏବେ ଦାଦନ ମୁହାଁ। କେନ୍ଦ୍ରାପଡ଼ା ଆଳି ବ୍ଲକକୁ ଘେରି ରହିଛି ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀ। ନଦୀ କୂଳବର୍ତ୍ତୀ ଗାଁ ଗୁଡିକରେ ସୁରକ୍ଷା ପାଇଁ ସରକାରୀ ନିୟମ ଅନୁଯାୟୀ ପଥର ସ୍ପର ଓ ପଥର ପ୍ୟାକିଙ୍ଗ କରାଯାଏ l ଆଳି ତଟବନ୍ଧ ବିଭାଗ ପକ୍ଷରୁ କିଛି ସ୍ଥାନରେ ପଥର ପ୍ୟାକିଙ୍ଗ କରାଯାଇଥିଲା। ହେଲେ ତାହା ଏବେ ନଷ୍ଟ ହେବାକୁ ବସିଲାଣି। ତେଣୁ ତୁରନ୍ତ ଆଉ ଥରେ ପଥର ପ୍ୟାକିଙ୍ଗ କରିବା ପାଇଁ ଦାବି କରାଯାଇଛି ।
ଅନ୍ୟପଟେ ଜଳ ସମ୍ପଦ ବିଭାଗ ଦ୍ବାରା ସମସ୍ୟାର ସମାଧାନ କରାଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ତୁରନ୍ତ ଜାମୁଦଣ୍ଡା ଗ୍ରାମବାସୀଙ୍କ ଦୁଃଖ ବୁଝି ସମସ୍ୟାର ସମାଧାନ କରାନଗଲେ ଦିନେ ସମ୍ପୂର୍ଣ୍ଣ ଗାଁ ନଦୀ ଗର୍ଭରେ ଲୀନ ହୋଇଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।