କେନ୍ଦ୍ରୀୟ ଅର୍ଦ୍ଧ ସୈନିକ ବଳରେ IPS ନିଯୁକ୍ତି ବନ୍ଦ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୨୪।୫: ସୁପ୍ରିମକୋର୍ଟ ଏକ ରାୟରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଫୋର୍ସଙ୍କ ଅପରେସନାଲ ଓ ଫଙ୍କସନାଲ ଆବଶ୍ୟକତାକୁ ଦୃଷ୍ଟି ରଖି କ୍ୟାଡର ଅଧିକାରୀଙ୍କୁ ବରିଷ୍ଠ ପଦପଦବୀରେ ନିଯୁକ୍ତ କରାଯାଉ। ଏହା ସହିତ ଅର୍ଦ୍ଧ ସୈନିକ ବଳରେ ଆଇପିଏସ୍ ଅଧିକାରୀଙ୍କ ଲେଟରାଲ ଏଣ୍ଟ୍ରି ଯୋଗୁ କ୍ୟାଡର ଅଧିକାରୀଙ୍କୁ ଉଚ୍ଚ ପଦପଦବୀକୁ ପହଞ୍ଚିବାରେ ଅସୁବିଧା ହେଉଥିବା କହିଛନ୍ତି। ଏଣୁ ସୁପ୍ରିମକୋର୍ଟ ଆଗାମୀ ୨ ବର୍ଷରେ ଡେପୁଟେସନରେ ଆସୁଥିବା ଆଇପିଏସ ଅଧିକାରୀଙ୍କ ନିଯୁକ୍ତି ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ କେନ୍ଦ୍ରୀୟ ପୋଲିସ ବଳ ମାନଙ୍କ ରେ ଅଧିକାରୀଙ୍କ ନିଯୁକ୍ତି ଦୁଇଟି ଉପାୟରେ ହେଉଛି। ଆସିଷ୍ଟାଣ୍ଟ କମାଣ୍ଡାଣ୍ଟରୁ ଆରମ୍ଭ କରି ଡିଆଇଜି ପର୍ଯ୍ୟନ୍ତ ପଦବୀରେ କ୍ୟାଡର ଅଧିକାରୀ ନିଯୁକ୍ତ ହେଉଛନ୍ତି। ତେବେ ଆଇଜିଠୁ ନେଇ ଡିଜି ପର୍ଯ୍ୟନ୍ତ ପଦରେ ଆଇପିଏସ୍ ଅଧିକାରୀଙ୍କୁ ନିଯୁକ୍ତି କରାଯାଉଛି। ଏପରି ଆଇପିଏସ ଅଧିକାରୀମାନେ କିଛି ସମୟ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଆସିଥାନ୍ତି। କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳରେ ସିଆରପିଏଫ, ବିଏସଏଫ ଓ ଆଟିବିପି ଛଡା ସଶସ୍ତ୍ର ସୀମାବଳ (ଏସଏସବି), କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ) ଓ ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ (ଏନଡିଆରଏଫ) ଆଦି ଅଛନ୍ତି। କ୍ୟାଡର ଅଧିକାରୀ ସର୍ଭିସ ସିଲେକ୍ସନ କମିସନ (ଏସଏସସି) ଉତୀର୍ଣ୍ଣ ହୋଇ କେନ୍ଦ୍ରୀୟ  ପୋଲିସ ବଳରେ ଯୋଗ ଦେଇଥାନ୍ତି।

କେନ୍ଦ୍ରୀୟ ଅର୍ଦ୍ଧ ସୈନିକ ବଳରେ IPS ନିଯୁକ୍ତି ବନ୍ଦ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୨୪।୫: ସୁପ୍ରିମକୋର୍ଟ ଏକ ରାୟରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଫୋର୍ସଙ୍କ ଅପରେସନାଲ ଓ ଫଙ୍କସନାଲ ଆବଶ୍ୟକତାକୁ ଦୃଷ୍ଟି ରଖି କ୍ୟାଡର ଅଧିକାରୀଙ୍କୁ ବରିଷ୍ଠ ପଦପଦବୀରେ ନିଯୁକ୍ତ କରାଯାଉ। ଏହା ସହିତ ଅର୍ଦ୍ଧ ସୈନିକ ବଳରେ ଆଇପିଏସ୍ ଅଧିକାରୀଙ୍କ ଲେଟରାଲ ଏଣ୍ଟ୍ରି ଯୋଗୁ କ୍ୟାଡର ଅଧିକାରୀଙ୍କୁ ଉଚ୍ଚ ପଦପଦବୀକୁ ପହଞ୍ଚିବାରେ ଅସୁବିଧା ହେଉଥିବା କହିଛନ୍ତି। ଏଣୁ ସୁପ୍ରିମକୋର୍ଟ ଆଗାମୀ ୨ ବର୍ଷରେ ଡେପୁଟେସନରେ ଆସୁଥିବା ଆଇପିଏସ ଅଧିକାରୀଙ୍କ ନିଯୁକ୍ତି ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଏବେ କେନ୍ଦ୍ରୀୟ ପୋଲିସ ବଳ ମାନଙ୍କ ରେ ଅଧିକାରୀଙ୍କ ନିଯୁକ୍ତି ଦୁଇଟି ଉପାୟରେ ହେଉଛି। ଆସିଷ୍ଟାଣ୍ଟ କମାଣ୍ଡାଣ୍ଟରୁ ଆରମ୍ଭ କରି ଡିଆଇଜି ପର୍ଯ୍ୟନ୍ତ ପଦବୀରେ କ୍ୟାଡର ଅଧିକାରୀ ନିଯୁକ୍ତ ହେଉଛନ୍ତି। ତେବେ ଆଇଜିଠୁ ନେଇ ଡିଜି ପର୍ଯ୍ୟନ୍ତ ପଦରେ ଆଇପିଏସ୍ ଅଧିକାରୀଙ୍କୁ ନିଯୁକ୍ତି କରାଯାଉଛି। ଏପରି ଆଇପିଏସ ଅଧିକାରୀମାନେ କିଛି ସମୟ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଆସିଥାନ୍ତି। କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳରେ ସିଆରପିଏଫ, ବିଏସଏଫ ଓ ଆଟିବିପି ଛଡା ସଶସ୍ତ୍ର ସୀମାବଳ (ଏସଏସବି), କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ) ଓ ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ (ଏନଡିଆରଏଫ) ଆଦି ଅଛନ୍ତି। 

କ୍ୟାଡର ଅଧିକାରୀ ସର୍ଭିସ ସିଲେକ୍ସନ କମିସନ (ଏସଏସସି) ଉତୀର୍ଣ୍ଣ ହୋଇ କେନ୍ଦ୍ରୀୟ  ପୋଲିସ ବଳରେ ଯୋଗ ଦେଇଥାନ୍ତି। ତେବେ ଭାରତୀୟ ପୋଲିସ ସେବା ଅଧିକାରୀ (ଆଇପିଏସ୍) ୟୁପିଏସସି ପରୀକ୍ଷା ମାଧ୍ୟମରେ ରାଜ୍ୟର ଅଲଗା ଅଲଗା ପୋଲିସରେ ଯୋଗ ଦେଇଥାନ୍ତି। ଏହି ଆଇପିଏସ ଅଫିସର ମାନଙ୍କୁ କିଛି ସମୟ ଲାଗି କେନ୍ଦ୍ରୀୟ ଡେପୁଟେସନରେ କେନ୍ଦ୍ରୀୟ ପୋଲିସ ବଳର ବରିଷ୍ଠ ପଦପଦବୀରେ ଅବସ୍ଥାପିତ କରାଯାଇଥାଏ। 

ଗତବର୍ଷମାନଙ୍କରେ କ୍ୟାଡର ଅଧିକାରୀଙ୍କ ନିଯୁକ୍ତି ଏଡିଜି ପଦବୀ ପର୍ଯ୍ୟନ୍ତ ହୋଇ ପାରିଛି। ହେଲେ ଏପରି ଅଧିକାରୀଙ୍କ ସଂଖ୍ୟା ବହୁତ କମ୍। ଏହି କାରଣରୁ ମାମଲା ସୁପ୍ରିମକୋର୍ଟକୁ ପହଞ୍ଚିଥିଲା। ସୁପ୍ରିମକୋର୍ଟଙ୍କ ଦୁଇ ସଦସୀୟ ବେଞ୍ଚ ଏବେ ଗୃହମନ୍ତ୍ରାଳୟଙ୍କୁ କ୍ୟାଡର ରିଭ୍ୟୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।