କେପ୍ଟାଉନ୍ର ନ୍ୟୁଲାଣ୍ଡ୍ସ ପିଚ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କଲା ଆଇସିସି
ଦୁବାଇ, ୯ା୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଇଥିବା ନ୍ୟୁଲାଣ୍ଡ୍ସ ପିଚ୍ର ଲକ୍ଷଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ମ୍ୟାଚଟି ୫ଟି ସେସନ ଭିତରେ ସୀମିତ ରହଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ କମ୍ ସମୟରେ ଶେଷ ହୋଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତ ଆୟୋଜକ ଦେଶକୁ ୭ ଉଇକେଟରେ ପରାସ୍ତ କରିଥିଲା। ଏହି ବିଜୟ ଦ୍ୱାରା ଭାରତ ୨ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ବରାବର […] The post କେପ୍ଟାଉନ୍ର ନ୍ୟୁଲାଣ୍ଡ୍ସ ପିଚ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କଲା ଆଇସିସି appeared first on Dharitri Odia News.
ଦୁବାଇ, ୯ା୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଇଥିବା ନ୍ୟୁଲାଣ୍ଡ୍ସ ପିଚ୍ର ଲକ୍ଷଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ମ୍ୟାଚଟି ୫ଟି ସେସନ ଭିତରେ ସୀମିତ ରହଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ କମ୍ ସମୟରେ ଶେଷ ହୋଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତ ଆୟୋଜକ ଦେଶକୁ ୭ ଉଇକେଟରେ ପରାସ୍ତ କରିଥିଲା। ଏହି ବିଜୟ ଦ୍ୱାରା ଭାରତ ୨ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିବାରେ ସକ୍ଷମ ହୋଇଛି।
ଆଇସିସି ପିଚ୍ ଓ ଆଉଟଫିଲ୍ଡ ପ୍ରୋସେସ ଅଧୀନରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ମ୍ୟାଚରେ ମାତ୍ର ୬୪୨ଟି ବଲ୍ ପକାଯାଇପାରଥିଲା। ତେବେ ନ୍ୟୁଲାଣ୍ଡ୍ସ ପିଚ୍ରେ ବଲ୍ ଶୀଘ୍ର ବାଉନ୍ସ କରୁଥିଲା। ବିପଜ୍ଜନକ ବଲ୍ ଯୋଗୁ ବ୍ୟାଟିଂ କରିବା ସହଜ ନ ଥିଲା ବୋଲି ମ୍ୟାଚ ରେଫରି କ୍ରିସ ବ୍ରଡ୍ ଆଇସିସି ନିକଟକୁ ପଠାଇଥିବା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ବହୁ ବ୍ୟାଟରଙ୍କ ଗ୍ଲୋଭ୍ରେ ବଲ୍ ବାଜଥିଲା। ଅଜବ ପ୍ରକାର ବାଉନ୍ସ ଯୋଗୁ ବହୁ ଉଇକେଟର ପତନ ଘଟିଥିଲା ବୋଲି ବ୍ରଡ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
The post କେପ୍ଟାଉନ୍ର ନ୍ୟୁଲାଣ୍ଡ୍ସ ପିଚ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କଲା ଆଇସିସି appeared first on Dharitri Odia News.