‘କେବଳ ଖାଦ୍ୟ ନିରାପତ୍ତା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ବିହନ ସଂରକ୍ଷଣ ଜରୁରୀ’

କୋରାପୁଟ,୧୩ା୧୧(ଅମିତାଭ ବେହେରା): ପାରମ୍ପରିକ କୃଷି ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଲାଣ୍ଡିଗୁଡ଼ାସ୍ଥିତ ସିଟି କ୍ୟାମ୍ପସରେ ବୁଧବାର ଏକ ପାରମ୍ପରିକ କିଷମର ବିହନ ସଂରକ୍ଷଣ ଓ ଗବେଷଣା କ୍ଷେତ ଉଦ୍‌ଘାଟିତ କରିଛି। କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଉପଦେଷ୍ଟା-ପ୍ରଶାସନ ଓ ଶିକ୍ଷା ପ୍ରଫେସର ବିଭାଷ ଚନ୍ଦ୍ର ଝା, ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ […] The post ‘କେବଳ ଖାଦ୍ୟ ନିରାପତ୍ତା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ବିହନ ସଂରକ୍ଷଣ ଜରୁରୀ’ appeared first on Dharitri Odia News.

‘କେବଳ ଖାଦ୍ୟ ନିରାପତ୍ତା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ବିହନ ସଂରକ୍ଷଣ ଜରୁରୀ’

କୋରାପୁଟ,୧୩ା୧୧(ଅମିତାଭ ବେହେରା): ପାରମ୍ପରିକ କୃଷି ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଲାଣ୍ଡିଗୁଡ଼ାସ୍ଥିତ ସିଟି କ୍ୟାମ୍ପସରେ ବୁଧବାର ଏକ ପାରମ୍ପରିକ କିଷମର ବିହନ ସଂରକ୍ଷଣ ଓ ଗବେଷଣା କ୍ଷେତ ଉଦ୍‌ଘାଟିତ କରିଛି। କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଉପଦେଷ୍ଟା-ପ୍ରଶାସନ ଓ ଶିକ୍ଷା ପ୍ରଫେସର ବିଭାଷ ଚନ୍ଦ୍ର ଝା, ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍‌ ପ୍ରଫେସର ଶରତ କୁମାର ପଳିତା, ସ୍ବର୍ଣ୍ଣିମ ଗୁଜରାଟ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଯତୀନ ସୋନି, କ୍ରୀଡା ଭାରତୀର ସର୍ବଭାରତୀୟ ଯୁଗ୍ମ ସଂଗଠନ ସମ୍ପାଦକ ମଧୁମୟ ନାଥ ଓ ଏହି ପ୍ରକଳ୍ପର ସଂରକ୍ଷଣ ପାଇଁ ପଦକ୍ଷେପ ନେଉଥିବା ତଥା ପ୍ରକଳ୍ପର ପ୍ରମୁଖ ଅନୁସନ୍ଧାନକାରୀ ଡ. ଦେବବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

୧୦୪ ପ୍ରକାର ଦେଶୀ ଧାନ, ୮୭ ପ୍ରକାର ଫିଙ୍ଗର ମିଲେଟ୍‌, ୩୦ ପ୍ରକାର ସ୍ଥାନୀୟ ନାଇଜର, ୧୫ ପ୍ରକାର କ୍ଷୁଦ୍ର ବାଜରା, ୫ ପ୍ରକାର ଫକ୍ସଟେଲ ମିଳେଟ, ୧୫ ପ୍ରକାର ମକା ଏବଂ ୮ ପ୍ରଜାତିର ଜଙ୍ଗଲୀ କନ୍ଦା ସଂରକ୍ଷଣ ଓ ଗବେଷଣା ପାଇଁ ଏହି ପ୍ରକଳ୍ପ ସମର୍ପିତ। ଏଠାରେ ଭାରତର କୃଷି ଐତିହ୍ୟର ଅବିଚ୍ଛେଦ୍ୟ ଏହି ଫସଲଗୁଡ଼ିକର ସଂରକ୍ଷଣ ଏବଂ କୃଷିର ମୁଖ୍ୟ ସ୍ରୋତରେ ପୁନଃପ୍ରଚଳନ ପାଇଁ ଅଧ୍ୟୟନ କରାଯିବ। ଉଦ୍‌ଘାଟନୀ ଭାଷଣରେ ପ୍ରଫେସର ତ୍ରିପାଠୀ ସ୍ଥାନୀୟ ପ୍ରଜାତିର ପାରମ୍ପରିକ ଫସଲକୁ ପୁନରୁଦ୍ଧାର କରିବାର ଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ‘ଆମର ପାରମ୍ପରିକ ଚାଷ ପ୍ରଣାଳୀ ଆମର ସାଂସ୍କୃତିକ ଐତିହ୍ୟ ସହିତ ଜଡ଼ିତ। କେବଳ ଖାଦ୍ୟ ନିରାପତ୍ତା ପାଇଁ ନୁହେଁ ବରଂ ସ୍ବାସ୍ଥ୍ୟ ଓ ନିରନ୍ତରତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ବିହନର ସଂରକ୍ଷଣ ଜରୁରୀ ବୋଲି ସେ ଆଶାବ୍ୟକ୍ତ କରିବା ସହ ବିଶ୍ୱବିଦ୍ୟାଳୟ ଏହି କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଉଭା ହେବ ବୋଲି କହିଥିଲେ। ପ୍ରଫେସର ପାଲିତା ବୈଜ୍ଞାନିକ ଗବେଷଣା ଏବଂ ବ୍ୟବହାରିକ ପ୍ରୟୋଗକୁ ‘ଲ୍ୟାବ୍‌-ଟୁ-ଲ୍ୟାଣ୍ଡ’ ପଦ୍ଧତି ମାଧ୍ୟମରେ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ଡ. ଦେବବ୍ରତ ପଣ୍ଡା ଓ ଡ. କାକୋଲି ବାନାର୍ଜୀ ସଂଯୋଜନା କରିଥିଲେ। ଏହି ଅବସରରେ ଡ. କପିଳା ଖେମୁଣ୍ଡୁ, ଡ. ନିଖିଲ ଗୌଡ଼, ଡ. ଜୟନ୍ତ ନାୟକ, ଡ. ପ୍ରଦୋଷ କୁମାର ରଥ, ଡ. ବିକେ ଶ୍ରୀନିବାସ, ଡ. ପ୍ରସନ୍‌ଜିତ୍‌ ସିହ୍ନା, ସୁମିତ କୁମାର ବେହେରା, ଡ. ଫଗୁନାଥ ଭୋଇଙ୍କ ସମେତ ବିଶିଷ୍ଟ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀଛାତ୍ର ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

The post ‘କେବଳ ଖାଦ୍ୟ ନିରାପତ୍ତା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ବିହନ ସଂରକ୍ଷଣ ଜରୁରୀ’ appeared first on Dharitri Odia News.