କେବେ କମିବ ପିଆଜଦର: ମନ୍ତ୍ରୀଙ୍କୁ ବ୍ୟବସାୟୀ ମହାସଂଘର…
ଭୁବନେଶ୍ୱର,୧୩।୧୦: ପରିବା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହା ସହ ପିଆଜ ଓ ଟମାଟୋ ଚିନ୍ତା ବଢ଼ାଉଛି। ଏହା ଏବେ ଚିନ୍ତାର ବିଷୟ ହୋଇଥିବା ବେଳେ ଦର ନିୟନ୍ତ୍ରଣରେ ସରକାରଙ୍କ ବେଲଗାମ ମନୋଭାବ ଅସହ୍ୟ ହେଉଛି। ବିଭାଗୀୟ ମନ୍ତ୍ରୀଙ୍କୁ ମନ୍ତବ୍ୟକ ବ୍ୟବସାୟୀ ମହାସଂଘ ସମାଲୋଚନା କରିଛି। ଦରବୃଦ୍ଧି ସମୟରେ ନାଫେ ନିଜ ପାଖରେ ରଖିଥିବା ୨ଲକ୍ଷ ଟନ ପିଆଜ କେଉଁ କାମରେ ଲାଗୁଛି ବୋଲି ସଂଘ ପ୍ରଶ୍ନ କରିଛି। ପ୍ରତିବର୍ଷ ବର୍ଷା ହେଲେ ଅମଳ କମିଥାଏ। […] The post କେବେ କମିବ ପିଆଜଦର: ମନ୍ତ୍ରୀଙ୍କୁ ବ୍ୟବସାୟୀ ମହାସଂଘର… appeared first on Dharitri Odia News.
ଭୁବନେଶ୍ୱର,୧୩।୧୦: ପରିବା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହା ସହ ପିଆଜ ଓ ଟମାଟୋ ଚିନ୍ତା ବଢ଼ାଉଛି। ଏହା ଏବେ ଚିନ୍ତାର ବିଷୟ ହୋଇଥିବା ବେଳେ ଦର ନିୟନ୍ତ୍ରଣରେ ସରକାରଙ୍କ ବେଲଗାମ ମନୋଭାବ ଅସହ୍ୟ ହେଉଛି। ବିଭାଗୀୟ ମନ୍ତ୍ରୀଙ୍କୁ ମନ୍ତବ୍ୟକ ବ୍ୟବସାୟୀ ମହାସଂଘ ସମାଲୋଚନା କରିଛି।
ଦରବୃଦ୍ଧି ସମୟରେ ନାଫେ ନିଜ ପାଖରେ ରଖିଥିବା ୨ଲକ୍ଷ ଟନ ପିଆଜ କେଉଁ କାମରେ ଲାଗୁଛି ବୋଲି ସଂଘ ପ୍ରଶ୍ନ କରିଛି। ପ୍ରତିବର୍ଷ ବର୍ଷା ହେଲେ ଅମଳ କମିଥାଏ। ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ଏହି ସମୟରେ ସରକାର ଆଗକୁ ଆସି ନାଫେ ଜରିଆରେ ପିଆଜ ରାଜ୍ୟକୁ ଆଣିବା ପାଇଁ ବ୍ୟବସ୍ଥା କରିବା କଥା। ବ୍ୟବସାୟୀ ମହାସଂଘ ସହ ସରକାର ମଧ୍ୟ କଥା ହେଉନାହାନ୍ତି। ବାରମ୍ବାର ଅନୁରୋଧ ପରେ ବି ସରକାର କିଛି ପଦକ୍ଷେପ ନେଉନାହାନ୍ତି। ସରକାର କେବଳ ଭାଷଣ ମାରିବାରେ ବ୍ୟସ୍ତ। ବାକ୍ୟବୀର ନ ହୋଇ କର୍ମବୀର ହେଲେ ଲୋକଙ୍କ ମଙ୍ଗଳ ହୁଅନ୍ତା ବୋଲି ବ୍ୟବସାୟୀ ମହାସଂଘ କହିଛି । ପିଆଜ ଦର କମାଇବାରେ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଏବଂ ଏହାକୁ ସଠିକ ଭାବେ ତୁଲାଇବାକୁ ସଂଘ ଦାବି କରିଛି । ପିଆଜର ପାଇକାରୀ ଦର କିଲୋ ପିଛା ୪୦ରୁ ୪୫ ଥିବା ବେଳେ ଖୁଚୁରା ଦୋକାନରେ ଏହା ୬୦ରୁ ୬୫ ଟଙ୍କାରେ ବିକ୍ରି ହେଉଛି । ଏ କ୍ଷେତ୍ରରେ ମାର୍କେଟ ଇଣ୍ଟେଲିଜେନ୍ସ ବି ଫେଲ ମାରିଥିବା ସ୍ପଷ୍ଟ ହୋଇଛି । ଲଗାତାର ବର୍ଷା ଯୋଗୁଁ ଅମଳ କମିଥିବାରୁ ପିଆଜ ଯୋଗାଣ କମିଛି। କିଛି ଦିନ ମଧ୍ୟରେ ପିଆଜ ସମସ୍ୟାର ସମାଧାନ ହେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।
କେବଳ ପିଆଜ ନୁହେଁ, ପୂଜା ପାର୍ବଣ ସମୟରେ ବଜାର ଦର ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଛି।
The post କେବେ କମିବ ପିଆଜଦର: ମନ୍ତ୍ରୀଙ୍କୁ ବ୍ୟବସାୟୀ ମହାସଂଘର… appeared first on Dharitri Odia News.