କେବେ, କେଉଁଠି ଏବଂ କେଉଁଥିରେ ପ୍ୟାରିସ ଅଲିମ୍ପିକ୍ସର ଲାଇଭ ଷ୍ଟ୍ରିମିଂ ଦେଖି ପାରିବେ, ଜାଣନ୍ତୁ

ନୂଆଦିଲ୍ଲୀ:  ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ପ୍ରତିଯୋଗିତା ଆଉ କିଛି ସମୟ ପରେ ଆରମ୍ଭ ହେବ। କିନ୍ତୁ ଆନୁଷ୍ଠାନିକ ଉଦଘାଟନ ଜୁଲାଇ ୨୬ରେ ହେବାକୁ ଯାଉଛି। ସମଗ୍ର ଦୁନିଆରୁ ୧୦ ହଜାରରୁ ଅଧିକ ଆଥଲେଟ୍ ପଦକ ଆଶାରେ ନିଜର ପ୍ରସ୍ତୁତିକୁ ଅନ୍ତିମ ରୂପ ଦେଉଛନ୍ତି। ତେବେ ଭାରତୀୟ ସମୟ ଜୁଲାଇ ୨୬ ରାତି ପ୍ରାୟ ୧୧ଟାରେ ଆନୁଷ୍ଠାନିକ ଭାବେ ଉଦଘାଟନୀ ଉତ୍ସବ ଆରମ୍ଭ ହେବ, ଯାହା ଜୁଲାଇ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଚାଲିପାରେ। ଏହାର ଆୟୋଜନ ସୀନ ନଦୀ କୂଳରେ ଆୟୋଜିତ ହେବ। ଆଥଲେଟଙ୍କ ପାରମ୍ପରିକ ପରେଡ ସୀନ ନଦୀ କୂଳରେ ଡଙ୍ଗାରେ ହେବ। ପାଖାପାଖି ୧୦୦ ଡଙ୍ଗାରେ ୧୦ ହଜାର ୫୦୦ ଆଥଲେଟ୍ ସୀନ ନଦୀରେ ଯାତ୍ରା କରିବେ। ଏହି ଡଙ୍ଗାଗୁଡ଼ିକ ପ୍ୟାରିସର ପ୍ରତିଷ୍ଠିତ ସ୍ଥଳ ଦେଇ ଗତି କରିବ।Also read: ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ବିସିସିଆଇର ବଡ଼ ନିଷ୍ପତ୍ତି, ଭାରତୀୟ ଆଥଲେଟ୍‌ଙ୍କୁ ଦେବ ୮.୫ କୋଟି ଟଙ୍କାପ୍ୟାରିସ ଅଲିମ୍ପିକ୍ସ ଜୁଲାଇ ୨୬ ଉଦଘାଟନ ସମାରୋହ ସହ ଆରମ୍ଭ ହେବ। ପ୍ରଥମ ଥର ଉଦଘାଟନ ସମାରୋହ ଷ୍ଟାଡିୟମ ବାହାରେ ଆୟୋଜିତ ହେବାରେ ପ୍ରଥମ କାର୍ଯ୍ୟକ୍ରମ ହେବାକୁ ଯାଉଛି। ପରେଡ ନଦୀ କୂଳରେ ପଶ୍ଚିମ ଦିଗକୁ ୬ କିଲୋମିଟର ପର୍ଯ୍ୟନ୍ତ ଜାରି ରହିବ, ଯାହା ନୋଟ୍ରେ-ଡେମ ଓ ଲୋଭର ପରି କିଛି ପ୍ରତିଷ୍ଠିତ ସେତୁ ଓ ସ୍ଥଳ ଦେଇ ଗତି କରିବ। ଆଥଲେଟ୍‌ଙ୍କୁ ନେଇ ଯାଉଥିବା ଡଙ୍ଗାଗୁଡ଼ିକ ଟ୍ରୋକାଡେରୋ ସାମ୍ନାରେ ପହଞ୍ଚିବ, ଯେଉଁଠି ପ୍ରଟ

କେବେ, କେଉଁଠି ଏବଂ କେଉଁଥିରେ ପ୍ୟାରିସ ଅଲିମ୍ପିକ୍ସର ଲାଇଭ ଷ୍ଟ୍ରିମିଂ ଦେଖି ପାରିବେ, ଜାଣନ୍ତୁ

ନୂଆଦିଲ୍ଲୀ:  ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ପ୍ରତିଯୋଗିତା ଆଉ କିଛି ସମୟ ପରେ ଆରମ୍ଭ ହେବ। କିନ୍ତୁ ଆନୁଷ୍ଠାନିକ ଉଦଘାଟନ ଜୁଲାଇ ୨୬ରେ ହେବାକୁ ଯାଉଛି। ସମଗ୍ର ଦୁନିଆରୁ ୧୦ ହଜାରରୁ ଅଧିକ ଆଥଲେଟ୍ ପଦକ ଆଶାରେ ନିଜର ପ୍ରସ୍ତୁତିକୁ ଅନ୍ତିମ ରୂପ ଦେଉଛନ୍ତି। ତେବେ ଭାରତୀୟ ସମୟ ଜୁଲାଇ ୨୬ ରାତି ପ୍ରାୟ ୧୧ଟାରେ ଆନୁଷ୍ଠାନିକ ଭାବେ ଉଦଘାଟନୀ ଉତ୍ସବ ଆରମ୍ଭ ହେବ, ଯାହା ଜୁଲାଇ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଚାଲିପାରେ। 

ଏହାର ଆୟୋଜନ ସୀନ ନଦୀ କୂଳରେ ଆୟୋଜିତ ହେବ। ଆଥଲେଟଙ୍କ ପାରମ୍ପରିକ ପରେଡ ସୀନ ନଦୀ କୂଳରେ ଡଙ୍ଗାରେ ହେବ। ପାଖାପାଖି ୧୦୦ ଡଙ୍ଗାରେ ୧୦ ହଜାର ୫୦୦ ଆଥଲେଟ୍ ସୀନ ନଦୀରେ ଯାତ୍ରା କରିବେ। ଏହି ଡଙ୍ଗାଗୁଡ଼ିକ ପ୍ୟାରିସର ପ୍ରତିଷ୍ଠିତ ସ୍ଥଳ ଦେଇ ଗତି କରିବ।

Also read: ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ବିସିସିଆଇର ବଡ଼ ନିଷ୍ପତ୍ତି, ଭାରତୀୟ ଆଥଲେଟ୍‌ଙ୍କୁ ଦେବ ୮.୫ କୋଟି ଟଙ୍କା

ପ୍ୟାରିସ ଅଲିମ୍ପିକ୍ସ ଜୁଲାଇ ୨୬ ଉଦଘାଟନ ସମାରୋହ ସହ ଆରମ୍ଭ ହେବ। ପ୍ରଥମ ଥର ଉଦଘାଟନ ସମାରୋହ ଷ୍ଟାଡିୟମ ବାହାରେ ଆୟୋଜିତ ହେବାରେ ପ୍ରଥମ କାର୍ଯ୍ୟକ୍ରମ ହେବାକୁ ଯାଉଛି। ପରେଡ ନଦୀ କୂଳରେ ପଶ୍ଚିମ ଦିଗକୁ ୬ କିଲୋମିଟର ପର୍ଯ୍ୟନ୍ତ ଜାରି ରହିବ, ଯାହା ନୋଟ୍ରେ-ଡେମ ଓ ଲୋଭର ପରି କିଛି ପ୍ରତିଷ୍ଠିତ ସେତୁ ଓ ସ୍ଥଳ ଦେଇ ଗତି କରିବ। ଆଥଲେଟ୍‌ଙ୍କୁ ନେଇ ଯାଉଥିବା ଡଙ୍ଗାଗୁଡ଼ିକ ଟ୍ରୋକାଡେରୋ ସାମ୍ନାରେ ପହଞ୍ଚିବ, ଯେଉଁଠି ପ୍ରଟୋକଲ ଲାଗୁ ହେବ। ଏହା ପରେ ଅଲିମ୍ପିକ୍ସର ଆନୁଷ୍ଠାନିକ ଉଦଘାଟନ କରାଯିବ। 

କେଉଁଥିରେ ହେବ ପ୍ୟାରିସ ଅଲିମ୍ପିକ୍ସର ସିଧା ପ୍ରସାରଣ

ଭାରତରେ କ୍ରୀଡ଼ା ପ୍ରେମୀ ସ୍ପୋର୍ଟ୍ସ ୧୮ ନେଟଓ୍ଵର୍କରେ ପ୍ୟାରିସ ଅଲିମ୍ପିକ୍ସର ସିଧା ପ୍ରସାରଣର ମଜା ନେଇ ପାରିବେ। ପ୍ରସାରଣ ପାଇଁ ସ୍ଵତନ୍ତ୍ର ମିଡ଼ିଆ ଅଧିକାର ହାସଲ କରିଥିବା ଭାୟକମ ୧୮ ବାଂଲାଦେଶ, ଭୂଟାନ, ଭାରତ, ମାଳଦ୍ଵୀପ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କାର ଦର୍ଶକଙ୍କ ପାଇଁ ସିଧା ପ୍ରସାରଣର ବ୍ୟବସ୍ଥା କରାଇବ। କାର୍ଯ୍ୟକ୍ରମର ଲାଇଭ ଷ୍ଟ୍ରିମିଂ ଜିଓ ସିନେମା ଆପ୍ ଓ ଓ୍ଵେବସାଇଟ୍‌ରେ ଉପଲବ୍ଧ ରହିବ।