କେବେ ଖାଇଛନ୍ତି ପନିରର ଏହି ରେସିପି

ଯିଏ ଖାଇଛି ସେ ଜାଣିଛି। ଏ ଆଇଟମ ଆଗରେ ଫିକା ପଡିଯିବ ଚିକେନ ହେଉକି ମାଛ ଆଇଟମ୍। ଥରେ ତିଆରି କରି ଖାଇବା ପରେ ବାରମ୍ୱାର ଖାଇବାକୁ ମନ କହିବ...

କେବେ ଖାଇଛନ୍ତି ପନିରର ଏହି ରେସିପି

ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ଦେଶୀ ସୁଆଦିଆ ରେସିପି ବନେଇବୁ ଯାହା ବନେଇବା ଅତି ସହଜ ଓ ସରଳ ଅଟେ ।

ଆବଶ୍ୟକ ସାମଗ୍ରୀ:

ପନିର, କଦଳୀପତ୍ର, ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କା ବଟା, ଲେମ୍ବୁ ରସ, ଲୁଣ, ତେଲ

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ‘କଦଳୀ କୋପ୍ତା’

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବଜାରରୁ କିଛି ପନିର ଆଣନ୍ତୁ। ତାଙ୍କୁ ଲମ୍ବା ଲମ୍ବା କରି କାଟି ରଖନ୍ତୁ।
  • ପରେ କଦଳୀ ପତ୍ର ଆଣି ତାକୁ ନିଆଁରେ ସେକି ରଖନ୍ତୁ।
  • ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପନିରକୁ ଛାଣନ୍ତୁ।
  • ଏହା ଛାଣି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
  • ଏହା ପରେ ପନିରରେ ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କା ବଟା, ଲେମ୍ବୁ ରସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।
  • ପରେ ସେକା କଦଳୀ ପତ୍ରରେ ମସଲା ଗୋଳା ପନିରକୁ ଗୋଡ଼ାଇ ରଖନ୍ତୁ।
  • ତା’ପରେ ତାୱାରେ ଅଳ୍ପ ତେଲ ପକାଇ ଗରମ କରନ୍ତୁ।
  • ତେଲ ଗରମ ହେବାପରେ କଦଳୀପତ୍ର ଗୋଡ଼ା ପନିରକୁ ସେଥିରେ ପକାନ୍ତୁ।
  • କିଛି ସମୟ ପରେ ତାକୁ ଓଲଟାଇ ଦିଅନ୍ତୁ। ଦୁଇ ପାଖ ହୋଇଯିବା ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା କଦଳୀପତ୍ର ଦିଆ’ସୋରିଷ ପନିର’। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ। ଏହାକୁ ବନେଇ ଘର ଲୋକଙ୍କୁ ପରଷନ୍ତୁ ।

ଅଧିକ ପଢ଼ନ୍ତୁ: ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ 'ଜିରା ଛେନା ମସଲା'