‘କେବେ ପ୍ରତାରଣା କରିନାହିଁ’: ଛାଡ଼ପତ୍ର, ଆତ୍ମହତ୍ୟା ଚିନ୍ତା ଉପରେ ମୁହଁ ଖୋଲିଲେ ଯୁଜବେନ୍ଦ୍ର ଚହଲ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ସ୍ପିନର ଯୁଜବେନ୍ଦ୍ର ଚହଲ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ଛାଡପତ୍ର ଏବଂ ନିଜର ମାନସିକ ସ୍ୱାସ୍ଥ୍ୟ ସଂଘର୍ଷ ନେଇ ପ୍ରଥମ ଥର ପାଇଁ ମୌନ ଭାଙ୍ଗିଛନ୍ତି। ରାଜ ଶମାନୀଙ୍କ ପଡ଼କାଷ୍ଟରେ ଚହଲ ଖୋଲାଖୋଲି କଥା ହୋଇ କହିଛନ୍ତି ଯେ, ତାଙ୍କ ବିରୁଦ୍ଧରେ ପ୍ରତାରଣାର ଗୁଜବ ସତ୍ତ୍ୱେ ସେ କେବେ ଧନଶ୍ରୀଙ୍କୁ ଠକି ନାହାନ୍ତି। ସେ ଆହୁରି କହିଛନ୍ତି ଯେ, ଛାଡପତ୍ର ଚୂଡ଼ାନ୍ତ ନ ହେବା ପର୍ଯ୍ୟନ୍ତ ସେମାନେ ଏହି […] The post ‘କେବେ ପ୍ରତାରଣା କରିନାହିଁ’: ଛାଡ଼ପତ୍ର, ଆତ୍ମହତ୍ୟା ଚିନ୍ତା ଉପରେ ମୁହଁ ଖୋଲିଲେ ଯୁଜବେନ୍ଦ୍ର ଚହଲ appeared first on Dharitri Odia News.

‘କେବେ ପ୍ରତାରଣା କରିନାହିଁ’: ଛାଡ଼ପତ୍ର, ଆତ୍ମହତ୍ୟା ଚିନ୍ତା ଉପରେ ମୁହଁ ଖୋଲିଲେ ଯୁଜବେନ୍ଦ୍ର ଚହଲ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ସ୍ପିନର ଯୁଜବେନ୍ଦ୍ର ଚହଲ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ଛାଡପତ୍ର ଏବଂ ନିଜର ମାନସିକ ସ୍ୱାସ୍ଥ୍ୟ ସଂଘର୍ଷ ନେଇ ପ୍ରଥମ ଥର ପାଇଁ ମୌନ ଭାଙ୍ଗିଛନ୍ତି। ରାଜ ଶମାନୀଙ୍କ ପଡ଼କାଷ୍ଟରେ ଚହଲ ଖୋଲାଖୋଲି କଥା ହୋଇ କହିଛନ୍ତି ଯେ, ତାଙ୍କ ବିରୁଦ୍ଧରେ ପ୍ରତାରଣାର ଗୁଜବ ସତ୍ତ୍ୱେ ସେ କେବେ ଧନଶ୍ରୀଙ୍କୁ ଠକି ନାହାନ୍ତି। ସେ ଆହୁରି କହିଛନ୍ତି ଯେ, ଛାଡପତ୍ର ଚୂଡ଼ାନ୍ତ ନ ହେବା ପର୍ଯ୍ୟନ୍ତ ସେମାନେ ଏହି ବିଚ୍ଛେଦକୁ ଲୋକଙ୍କଠାରୁ ଲୁଚାଇ ରଖିଥିଲେ।

ଚହଲ କହିଛନ୍ତି, “ଏହା ବହୁ ଦିନ ଧରି ଚାଲିଥିଲା। ଆମେ ନିଷ୍ପତ୍ତି ନେଇଥିଲୁ ଯେ ଏହାକୁ ଲୋକଙ୍କୁ ଦେଖାଇବୁ ନାହିଁ। କିଏ ଜାଣେ, ଯଦି ଏହା ହୋଇ ନଥାନ୍ତା, ତେବେ ପରିସ୍ଥିତି ଭିନ୍ନ ହୋଇପାରିଥାନ୍ତା। ଆମେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ କିଛି କହିବୁ ନାହିଁ ବୋଲି ଭାବିଥିଲୁ। ସୋସିଆଲ ମିଡିଆରେ ଆମେ ଏକ ସାଧାରଣ ଦମ୍ପତି ଭଳି ରହିଥିଲୁ।”

ଛାଡପତ୍ର ସମୟରେ ତାଙ୍କୁ ‘ପ୍ରତାରକ’ ବୋଲି ଅଭିଯୋଗ କରାଯାଇଥିବା ନେଇ ଚହଲ କହିଛନ୍ତି, “ମୋ ବିରୁଦ୍ଧରେ ପ୍ରତାରଣାର ଅଭିଯୋଗ ଲଗାଯାଇଥିଲା। ମୁଁ କେବେ ପ୍ରତାରଣା କରିନାହିଁ। ମୋ ଠାରୁ ଅଧିକ ନିଷ୍ଠାବାନ ବ୍ୟକ୍ତି ଆପଣ ପାଇବେ ନାହିଁ। ମୋ ପ୍ରିୟଜନଙ୍କ ପାଇଁ ମୁଁ ହୃଦୟରୁ ଭାବେ। ମୁଁ କେବେ କିଛି ମାଗିନାହିଁ, କେବଳ ଦେଇଛି। ଲୋକେ ନ ଜାଣି ମୋ ବିଷୟରେ ଲେଖୁଛନ୍ତି। ମୋର ଦୁଇ ଭଉଣୀ ଅଛନ୍ତି, ମୁଁ ଝିଅଙ୍କୁ ସମ୍ମାନ ଦେବା ଜାଣେ। କେବଳ କାହା ସହ ଦେଖାଗଲେ ଆପଣ ତାଙ୍କ ସହ ଜଡ଼ିତ କରି ଟିଆରପି ଏବଂ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଲେଖନ୍ତି।”

ଚହଲ ତାଙ୍କ ମାନସିକ ସ୍ୱାସ୍ଥ୍ୟ ସଂଘର୍ଷ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି, “ମୁଁ ମୋ ଜୀବନରେ ଥକି ପଡ଼ିଥିଲି। ପ୍ରତିଦିନ ଏକା ଜିନିଷ ଦେଖି ମୁଁ ଅସ୍ଥିର ହେଉଥିଲି। ଦୁଇ ଘଣ୍ଟା କାନ୍ଦୁଥିଲି, ୨-୩ ଘଣ୍ଟା ଶୋଇ ପୁଣି ସେହି ଅବସ୍ଥା। ମୁଁ ଭାବୁଥିଲି ସବୁ ଶେଷ ହୋଇଯାଉ। ଏହା ମାସକୁ ୧-୨ ଦିନ ହେଉଥିଲା, କିନ୍ତୁ କ୍ରିକେଟରୁ ବିରତି ନେବା ସମୟରେ ୪୦-୪୫ ଦିନ ଏହା ଚାଲିଥିଲା। ମୋ ମନରେ ଆତ୍ମହତ୍ୟାର ଚିନ୍ତା ଆସୁଥିଲା, କିଛି ଲୋକେ ତାହା କରନ୍ତି।”

ସେ ଆହୁରି କହିଛନ୍ତି, “ମୁଁ କ୍ରିକେଟରୁ ବିରତି ନେଇଥିଲି କାରଣ ମୋ କାରଣରୁ ଦଳ କ୍ଷତିଗ୍ରସ୍ତ ହେଉ ନାହିଁ ବୋଲି ଚାହୁଁଥିଲି।”

The post ‘କେବେ ପ୍ରତାରଣା କରିନାହିଁ’: ଛାଡ଼ପତ୍ର, ଆତ୍ମହତ୍ୟା ଚିନ୍ତା ଉପରେ ମୁହଁ ଖୋଲିଲେ ଯୁଜବେନ୍ଦ୍ର ଚହଲ appeared first on Dharitri Odia News.