କେବେ ଫେରିବେ ଯଶପ୍ରୀତ ବୁମରା ? ଉତ୍ତର ରଖିଲେ ହେଡ୍ କୋଚ୍ ମହେଲା ଜୟବର୍ଦ୍ଧନେ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି ବିଶ୍ଵର ସବୁଠୁ ବଡ଼ ଟି-୨୦ କ୍ରିକେଟ୍ ଲିଗ୍ ଆଇପିଏଲ୍। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏସବୁ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚିନ୍ତାର କାରଣ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା। ବିଶ୍ଵର ଏହି ଏକ ନମ୍ବର ବୋଲର କେବେ ଦଳକୁ ଫେରିବେ କିଛି ସ୍ପଷ୍ଟ ହୋଇ ପାରିନି। ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ମହେଲା ଜୟବର୍ଦ୍ଧନେ ମଧ୍ୟ ବୁମରା କେବେ ପ୍ରତିଯୋଗିତାମୂଳକ କ୍ରିକେଟ୍‌କୁ ଫେରିବେ ତାର ସ୍ପଷ୍ଟ ଉତ୍ତର ଦେଇ ନାହାନ୍ତି। ଜୟବର୍ଦ୍ଧନେ କହିଛନ୍ତି, ଏହି ଦ୍ରୁତ ବୋଲରଙ୍କ ଅନୁପସ୍ଥିତି ଆଇପିଏଲ୍ ୨୦୨୫ରେ ତାଙ୍କ ଦଳ ପାଇଁ ବହୁତ ଚ୍ୟାଲେଞ୍ଜିଂ ରହିବ। ଆହତ କାରଣରୁ ବୁମରା  ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ କିଛି ମ୍ୟାଚ୍ ଖେଳି ପାରିବେ ନାହିଁ। କାରଣ ବୁମରା ଏବେ ବି ବେଙ୍ଗାଲୁରୁରେ ଭାରତୀୟ କ୍ରିକେଟ୍ ବୋର୍ଡର ସେଣ୍ଟର ଅଫ ଏକ୍ସିଲେନ୍ସରେ ପୁନଃଥଇଥାନ ପ୍ରକ୍ରିୟା ଦେଇ ଗତି କରୁଛନ୍ତି।ଜୟବର୍ଦ୍ଧନେ ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଯଶପ୍ରୀତ ବୁମରା  ଏନସିଏରେ ଅଛନ୍ତି। ବୁମରା କେବେ ଫେରିବେ ଆମକୁ ଏନସିଏର ଉତ୍ତରକୁ ଅପେକ୍ଷା କରିବାକୁ ପଡ଼ିବ। ସଂପ୍ରତି ବୁମରା ଫିଟନେସ୍ ଉପରେ ପ୍ରଗତି କରୁଛନ୍ତି। ସବୁ କିଛି ଠିକ୍‌ ଠାକ୍ ଚାଲିଛି। ତାଙ୍କର ନ ଖେଳିବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ। କାରଣ ସେ ଦୁନିଆର ସର୍ବଶ୍ରେଷ୍ଠ ବୋଲର। ଜାନୁଆରୀରେ ଅଷ୍ଟ୍ରେଲିଆ ବି

କେବେ ଫେରିବେ ଯଶପ୍ରୀତ ବୁମରା ? ଉତ୍ତର ରଖିଲେ ହେଡ୍ କୋଚ୍ ମହେଲା ଜୟବର୍ଦ୍ଧନେ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି ବିଶ୍ଵର ସବୁଠୁ ବଡ଼ ଟି-୨୦ କ୍ରିକେଟ୍ ଲିଗ୍ ଆଇପିଏଲ୍। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏସବୁ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚିନ୍ତାର କାରଣ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା। ବିଶ୍ଵର ଏହି ଏକ ନମ୍ବର ବୋଲର କେବେ ଦଳକୁ ଫେରିବେ କିଛି ସ୍ପଷ୍ଟ ହୋଇ ପାରିନି। ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ମହେଲା ଜୟବର୍ଦ୍ଧନେ ମଧ୍ୟ ବୁମରା କେବେ ପ୍ରତିଯୋଗିତାମୂଳକ କ୍ରିକେଟ୍‌କୁ ଫେରିବେ ତାର ସ୍ପଷ୍ଟ ଉତ୍ତର ଦେଇ ନାହାନ୍ତି। 

ଜୟବର୍ଦ୍ଧନେ କହିଛନ୍ତି, ଏହି ଦ୍ରୁତ ବୋଲରଙ୍କ ଅନୁପସ୍ଥିତି ଆଇପିଏଲ୍ ୨୦୨୫ରେ ତାଙ୍କ ଦଳ ପାଇଁ ବହୁତ ଚ୍ୟାଲେଞ୍ଜିଂ ରହିବ। ଆହତ କାରଣରୁ ବୁମରା  ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ କିଛି ମ୍ୟାଚ୍ ଖେଳି ପାରିବେ ନାହିଁ। କାରଣ ବୁମରା ଏବେ ବି ବେଙ୍ଗାଲୁରୁରେ ଭାରତୀୟ କ୍ରିକେଟ୍ ବୋର୍ଡର ସେଣ୍ଟର ଅଫ ଏକ୍ସିଲେନ୍ସରେ ପୁନଃଥଇଥାନ ପ୍ରକ୍ରିୟା ଦେଇ ଗତି କରୁଛନ୍ତି।

ଜୟବର୍ଦ୍ଧନେ ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଯଶପ୍ରୀତ ବୁମରା  ଏନସିଏରେ ଅଛନ୍ତି। ବୁମରା କେବେ ଫେରିବେ ଆମକୁ ଏନସିଏର ଉତ୍ତରକୁ ଅପେକ୍ଷା କରିବାକୁ ପଡ଼ିବ। ସଂପ୍ରତି ବୁମରା ଫିଟନେସ୍ ଉପରେ ପ୍ରଗତି କରୁଛନ୍ତି। ସବୁ କିଛି ଠିକ୍‌ ଠାକ୍ ଚାଲିଛି। ତାଙ୍କର ନ ଖେଳିବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ। କାରଣ ସେ ଦୁନିଆର ସର୍ବଶ୍ରେଷ୍ଠ ବୋଲର। ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟରେ ବୁମରାଙ୍କୁ ଆଘାତ ଲାଗିଥିଲା।ଫଳରେ ସେ ଦ୍ଵିତୀୟ ଇନିଂସରେ ବୋଲିଂ କରି ପାରି ନ ଥିଲେ। ଉକ୍ତ ଟେଷ୍ଟ ସିରିଜ୍‌କୁ ଅଷ୍ଟ୍ରେଲିଆ ୩-୧ରେ ଜିତି ନେଇଥିଲା। 

Also read: ଆଇପିଏଲ୍ ୨୦୨୫ କାଉଣ୍ଟଡାଉନ୍, ମୁମ୍ୱାଇ ଇଣ୍ଡିଆନ୍ସ ଘୋଷଣା କଲା ନୂଆ କ୍ୟାପଟେନ୍

ବୁମରାଙ୍କ ପ୍ରତ୍ୟାବର୍ତ୍ତନର ଅନିଶ୍ଚିତା ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଡ୍ରେସିଂ ରୁମରେ ୩୦ ବର୍ଷୀୟ ଏହି ଅନୁଭବୀ ଖେଳାଳିଙ୍କ ଉପସ୍ଥିତି ସେମାନଙ୍କୁ ବେଶ ସହାୟକ ହେବ। ଏପ୍ରିଲ ପ୍ରଥମ ସପ୍ତାହରେ ବୁମରା ଦଳ ସହ ଯୋଗ ଦେବେ ବୋଲି ଆଶା କରାଯାଉଛି। ସେ ଦଳ ସହିତ ନିଜର ପୁନଃଥଇଥାନ ପ୍ରକ୍ରିୟା ଜାରି ରଖି ପାରିବେ।