କେବେ ସରିବ କଟକ ଚଣ୍ଡି ମନ୍ଦିର ପୁନଃ ନିର୍ମାଣ କାମ? ମନ୍ଥର ଗତିରେ ଚାଲିଛି କଟକର ଆରାଧ୍ୟ ଦେବୀଙ୍କ ମନ୍ଦିର କାମ
କନକ ବ୍ୟୁରୋ: ୨ ବର୍ଷ ହେଲା ସରୁନି କଟକ ଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣ । ଏନେଇ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି। କାମ ଆରମ୍ଭ ଦିନରୁ ଏବେ ସୁଦ୍ଧା ଯେତିକି ସରିବା କଥା, ସେତିକି ହୋଇନି। ପୂର୍ବ ସରକାର ସମୟରୁ କାମ ଯେମିତି ଚାଲିଥିଲା ଏବେ ବି ସେମିତି ମନ୍ଥର ଗତିରେ ଚାଲିଛି । ବିଳମ୍ୱ ହେଲେ ହାଇକୋର୍ଟ ଯିବାକୁ ଚେତାବନୀ ଦେଇଛି ମନ୍ଦିର ସୁରକ୍ଷା କମିଟି । କେବେ ସରିବ କଟକ ଚଣ୍ଡୀ ମନ୍ଦିରର ପୁନଃନିର୍ମାଣ ତଥା ସୌନ୍ଦର୍ଯ୍ୟକରଣ? ଏନେଇ କଟକ ବାସିନ୍ଦାଙ୍କ ମନରେ ଅନେକ ପ୍ରଶ୍ନ । ଏପ୍ରିଲ ୨୦୨୨ରେ ତତ୍କାଳୀନ ୫ଟି ସଚିବ ଭି.କେ ପାଣ୍ଡିଆନ ମନ୍ଦିର ଯାଇ ଏହାର ଉନ୍ନତି ଲାଗି ଘୋଷଣା କରିଥିଲେ। କାମ ଆରମ୍ଭ ହେଲା, କିନ୍ତୁ ଧିମା ଚାଲିଛି । ନୂଆ ସରକାର ଆସିବା ପରେ ବି ସେହି ଏକା ଅବସ୍ଥା । ୨୦୨୫ ଅଗଷ୍ଟ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରହିଛି । କିନ୍ତୁ ବିଳମ୍ବ ହେଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି କହିଛି । କଟକ ଚଣ୍ଡୀ ମନ୍ଦିରର ବଡ଼ ଅଗଣା ଓ ଭକ୍ତଙ୍କ ସୁବିଧା ପାଇଁ ଯୋଜନା ରହିଛି । ହେଲେ ଏବେ ସୁଦ୍ଧା ଯେତିକି ସରିବା କଥା ସରିନାହିଁ । ଖୋଣ୍ଡାଲାଇଟ୍ ପଥରରେ ସମ୍ପୂର୍ଣ୍ଣ ମନ୍ଦିର ପୁନଃନିର୍ମାଣ ହେଉଛି । ସୁନ୍ଦର କାରୁକାର୍ଯ୍ୟ, ପାର୍ଶ୍ଵ ଦେବଦେବୀ, ଶୌଚାଳୟ, ପାର୍କିଂ, ବିବାହ ମଣ୍ଡପ ସହ ପୂଜକଙ୍କ ପାଇଁ ସ୍ଵତନ୍ତ୍ର ପ୍ରକୋଷ୍ଠ ରହିବ । ପୂଜକମାନେ ମନ୍ଦିର ଭିତରେ ରହିଲେ ନୀତିକାନ୍ତି
କନକ ବ୍ୟୁରୋ: ୨ ବର୍ଷ ହେଲା ସରୁନି କଟକ ଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣ । ଏନେଇ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି। କାମ ଆରମ୍ଭ ଦିନରୁ ଏବେ ସୁଦ୍ଧା ଯେତିକି ସରିବା କଥା, ସେତିକି ହୋଇନି। ପୂର୍ବ ସରକାର ସମୟରୁ କାମ ଯେମିତି ଚାଲିଥିଲା ଏବେ ବି ସେମିତି ମନ୍ଥର ଗତିରେ ଚାଲିଛି । ବିଳମ୍ୱ ହେଲେ ହାଇକୋର୍ଟ ଯିବାକୁ ଚେତାବନୀ ଦେଇଛି ମନ୍ଦିର ସୁରକ୍ଷା କମିଟି ।
କେବେ ସରିବ କଟକ ଚଣ୍ଡୀ ମନ୍ଦିରର ପୁନଃନିର୍ମାଣ ତଥା ସୌନ୍ଦର୍ଯ୍ୟକରଣ? ଏନେଇ କଟକ ବାସିନ୍ଦାଙ୍କ ମନରେ ଅନେକ ପ୍ରଶ୍ନ । ଏପ୍ରିଲ ୨୦୨୨ରେ ତତ୍କାଳୀନ ୫ଟି ସଚିବ ଭି.କେ ପାଣ୍ଡିଆନ ମନ୍ଦିର ଯାଇ ଏହାର ଉନ୍ନତି ଲାଗି ଘୋଷଣା କରିଥିଲେ। କାମ ଆରମ୍ଭ ହେଲା, କିନ୍ତୁ ଧିମା ଚାଲିଛି । ନୂଆ ସରକାର ଆସିବା ପରେ ବି ସେହି ଏକା ଅବସ୍ଥା । ୨୦୨୫ ଅଗଷ୍ଟ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରହିଛି । କିନ୍ତୁ ବିଳମ୍ବ ହେଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି କହିଛି ।
କଟକ ଚଣ୍ଡୀ ମନ୍ଦିରର ବଡ଼ ଅଗଣା ଓ ଭକ୍ତଙ୍କ ସୁବିଧା ପାଇଁ ଯୋଜନା ରହିଛି । ହେଲେ ଏବେ ସୁଦ୍ଧା ଯେତିକି ସରିବା କଥା ସରିନାହିଁ । ଖୋଣ୍ଡାଲାଇଟ୍ ପଥରରେ ସମ୍ପୂର୍ଣ୍ଣ ମନ୍ଦିର ପୁନଃନିର୍ମାଣ ହେଉଛି । ସୁନ୍ଦର କାରୁକାର୍ଯ୍ୟ, ପାର୍ଶ୍ଵ ଦେବଦେବୀ, ଶୌଚାଳୟ, ପାର୍କିଂ, ବିବାହ ମଣ୍ଡପ ସହ ପୂଜକଙ୍କ ପାଇଁ ସ୍ଵତନ୍ତ୍ର ପ୍ରକୋଷ୍ଠ ରହିବ । ପୂଜକମାନେ ମନ୍ଦିର ଭିତରେ ରହିଲେ ନୀତିକାନ୍ତିରେ ଆଉ ବିଳମ୍ବ ହେବ ନାହିଁ କୁହାଯାଉଛି । ଧାର୍ଯ୍ୟ ସମୟରେ କାମ ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ଲାଗି ରହିଛି ।