କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଆଜି ସକାଳେ ନାଭି ମୁମ୍ବାଇ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି।

କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇର ଏକ କେମିକାଲ ଫ୍ୟାକ୍ଟ୍ରିରେ ବଡ ଧରଣର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳି ଚାଲିଛି ରସାୟନରେ ଭର୍ତ୍ତି ଥିବା ଫ୍ୟାକ୍ଟ୍ରି। ଏତେ ଜୋରରେ ନିଆଁ ଲାଗିଛି ଯେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଛି।

ଆଜି ସକାଳେ ନାଭି ମୁମ୍ବାଇ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଖବର ଲେଖା ହେବା ସୁଦ୍ଧା କୌଣସି ମୃତାହତଙ୍କ ସୂଚନା ମିଳିପାରି ନଥିଲା। କେଉଁ କାରଣରୁ ନିଆଁ ଲାଗିଲା ତାହା ମଧ୍ୟ ଅସ୍ପଷ୍ଟ ରହିଛି।

ଅଗ୍ନିକାଣ୍ଡ ସମୟରେ ଫ୍ୟାକ୍ଟ୍ରିରେ କେତେ କର୍ମଚାରୀ ଥିଲେ ଜଣାପଡି ନାହିଁ।  କ୍ଷୟକ୍ଷତିର ଆକଳ କରାଯାଇ ନାହିଁ।