କେମିତି ଚାଲିଛି କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ? ଅଚାନକ ଗସ୍ତ କରି ସ୍ଥିତି ପରଖିଲେ ମନ୍ତ୍ରୀ

ଭୁବନେଶ୍ବର ୧୮/୭: କେମିତି ଚାଲିଛି କ୍ୟାପିଟାଲ ହସ୍‌ପିଟାଲର ଆହାର କେନ୍ଦ୍ର ? ଅଚାନକ ଗସ୍ତ କରି ସ୍ଥିତି ପରଖିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆହାର କେନ୍ଦ୍ରରେ ନିଜେ ଟୋକନ କାଟି ଖାଇବା ସହ ସେଠାରେ ଖାଉଥିବା ଲୋକଙ୍କ ସହିତ ଆଲୋଚନା କରିଛନ୍ତି । କେବଳ ସେତିକି ନୁହେଁ ଆହାର କେନ୍ଦ୍ରରେ ସଫା ସୁତୁରା ସହ ସୁସ୍ଥ ବାତାବରଣ ରଖିବା,ସେବା ଓ ଶ୍ରଦ୍ଧାରେ ଖାଦ୍ୟ ପରିବେଷଣ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।ଆହାର କେନ୍ଦ୍ରର ଡଷ୍ଟବିନ୍, ପାନୀୟ ଜଳ କିଭଳି ରହିଛି ସେନେଇ ଯାଞ୍ଚ କରିଛନ୍ତି । ଖାଦ୍ୟ ଥାଳି ଗୁଡ଼ିକ ଠିକ ଭାବରେ ସଫା ସୁତୁରା ହେଉଚି ନା ନାହିଁ ସେ ସଂପର୍କରେ ଆହାର କେନ୍ଦ୍ରର କର୍ମଚାରୀଙ୍କୁ ପଚାରି ବୁଝିଛନ୍ତି ମନ୍ତ୍ରୀ । ସେପଟେ ଆହାର କେନ୍ଦ୍ରରେ ଭାତ, ଡାଲମା, ଖଟା ସହ ଆଉ କିଛି ଅଧିକ ଖାଦ୍ୟ ଦେବାକୁ ଅନୁରୋଧ କରିଛନ୍ତି ଲୋକେ । 

କେମିତି ଚାଲିଛି କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ? ଅଚାନକ ଗସ୍ତ କରି ସ୍ଥିତି ପରଖିଲେ ମନ୍ତ୍ରୀ

ଭୁବନେଶ୍ବର /୭: କେମିତି ଚାଲିଛି କ୍ୟାପିଟାଲ ହସ୍‌ପିଟାଲର ଆହାର କେନ୍ଦ୍ର ? ଅଚାନକ ଗସ୍ତ କରି ସ୍ଥିତି ପରଖିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆହାର କେନ୍ଦ୍ରରେ ନିଜେ ଟୋକନ କାଟି ଖାଇବା ସହ ସେଠାରେ ଖାଉଥିବା ଲୋକଙ୍କ ସହିତ ଆଲୋଚନା କରିଛନ୍ତି । କେବଳ ସେତିକି ନୁହେଁ ଆହାର କେନ୍ଦ୍ରରେ ସଫା ସୁତୁରା ସହ ସୁସ୍ଥ ବାତାବରଣ ରଖିବା,ସେବା ଓ ଶ୍ରଦ୍ଧାରେ ଖାଦ୍ୟ ପରିବେଷଣ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

ଆହାର କେନ୍ଦ୍ରର ଡଷ୍ଟବିନ୍, ପାନୀୟ ଜଳ କିଭଳି ରହିଛି ସେନେଇ ଯାଞ୍ଚ କରିଛନ୍ତି । ଖାଦ୍ୟ ଥାଳି ଗୁଡ଼ିକ ଠିକ ଭାବରେ ସଫା ସୁତୁରା ହେଉଚି ନା ନାହିଁ ସେ ସଂପର୍କରେ ଆହାର କେନ୍ଦ୍ରର କର୍ମଚାରୀଙ୍କୁ ପଚାରି ବୁଝିଛନ୍ତି ମନ୍ତ୍ରୀ । ସେପଟେ ଆହାର କେନ୍ଦ୍ରରେ ଭାତ, ଡାଲମା, ଖଟା ସହ ଆଉ କିଛି ଅଧିକ ଖାଦ୍ୟ ଦେବାକୁ ଅନୁରୋଧ କରିଛନ୍ତି ଲୋକେ ।