କେମିତି ବଢାଇବେ ପିଲାଙ୍କ ସୋସିଆଲ ସ୍କିଲ୍‌: ଆପଣାନ୍ତୁ ଏହି ଟିପ୍ସ

ପିଲାଙ୍କ ସମ୍ପୂର୍ଣ୍ଣ ବିକାଶ ନିମନ୍ତେ ସୋସିଆଲ ସ୍କିଲ୍‌ ମଧ୍ୟ ବଢ଼ାଇବାକୁ ହୋଇଥାଏ। ପିଲାମାନେ ଯଦି ଏହି କ୍ଷେତ୍ରରେ ଦୁର୍ବଳ ରହିଥାନ୍ତି ତେବେ ମାତାପିତା ଏଥିପ୍ରତି ଦୃଷ୍ଟିଦେବା ଜରୁରୀ। ପିଲାଙ୍କୁ ଶେୟାରିଂ ଗୁଣ ଶିଖାନ୍ତୁ। ଫଳରେ ପିଲାମାନେ ସମସ୍ତଙ୍କ ସହ ମିଳିମିଶି ଚଳିପାରିବେ। ପିଲାବେଳରୁ ଏହି ଗୁଣ ଶିଖିଥିଲେ ବଡ଼ ହେବା ପରେ ତା’ର ପ୍ରଭାବ ପଡ଼ିଥାଏ। ପ୍ରତି କ୍ଷେତ୍ରରେ ସେମାନେ ସମସ୍ତଙ୍କ ସହ ମିଶି ସବୁକାମ କରିବାକୁ ପସନ୍ଦ କରିବେ। ଫଳରେ ସେମାନଙ୍କ ସୋସିଆଲ୍‌ ସ୍କିଲ ବହୁତ […] The post କେମିତି ବଢାଇବେ ପିଲାଙ୍କ ସୋସିଆଲ ସ୍କିଲ୍‌: ଆପଣାନ୍ତୁ ଏହି ଟିପ୍ସ appeared first on Dharitri Odia News.

କେମିତି ବଢାଇବେ ପିଲାଙ୍କ ସୋସିଆଲ ସ୍କିଲ୍‌: ଆପଣାନ୍ତୁ ଏହି ଟିପ୍ସ

ପିଲାଙ୍କ ସମ୍ପୂର୍ଣ୍ଣ ବିକାଶ ନିମନ୍ତେ ସୋସିଆଲ ସ୍କିଲ୍‌ ମଧ୍ୟ ବଢ଼ାଇବାକୁ ହୋଇଥାଏ। ପିଲାମାନେ ଯଦି ଏହି କ୍ଷେତ୍ରରେ ଦୁର୍ବଳ ରହିଥାନ୍ତି ତେବେ ମାତାପିତା ଏଥିପ୍ରତି ଦୃଷ୍ଟିଦେବା ଜରୁରୀ।

ପିଲାଙ୍କୁ ଶେୟାରିଂ ଗୁଣ ଶିଖାନ୍ତୁ। ଫଳରେ ପିଲାମାନେ ସମସ୍ତଙ୍କ ସହ ମିଳିମିଶି ଚଳିପାରିବେ। ପିଲାବେଳରୁ ଏହି ଗୁଣ ଶିଖିଥିଲେ ବଡ଼ ହେବା ପରେ ତା’ର ପ୍ରଭାବ ପଡ଼ିଥାଏ। ପ୍ରତି କ୍ଷେତ୍ରରେ ସେମାନେ ସମସ୍ତଙ୍କ ସହ ମିଶି ସବୁକାମ କରିବାକୁ ପସନ୍ଦ କରିବେ। ଫଳରେ ସେମାନଙ୍କ ସୋସିଆଲ୍‌ ସ୍କିଲ ବହୁତ ଭଲ ହୋଇପାରିବ।
କେତେଜଣ ପିଲା ନିଜ ଖେଳନା କାହାକୁ ଦେଇ ନ ଥାନ୍ତି। ବରଂ ଅନ୍ୟମାନଙ୍କ ଖେଳନାରେ ଖେଳିବାକୁ ପସନ୍ଦ କରନ୍ତି। ପିଲାଙ୍କର ଏହି ଗୁଣକୁ ବଦଳାଇବାକୁ କୁହନ୍ତୁ। ସମସ୍ତଙ୍କ ଖେଳନାରେ ସମସ୍ତେ ଖେଳିବା ଦରକାର ବୋଲି ବୁଝାନ୍ତୁ। ଏହା ଫଳରେ ସେମାନେ ଉଦାର ହୃଦୟର ହୋଇପାରିବେ ଓ ଏକାଠି ରହିବା ଶିଖିପାରିବେ।
ନୈତିକତା ଉପରେ ଆଧାରିତ ବିଭିନ୍ନ ପ୍ରକାର ଗପ ଶୁଣାନ୍ତୁ। ଏହି ମାଧ୍ୟମରେ ଉତ୍ତମ ଚରିତ୍ରର ବ୍ୟକ୍ତି ସମାଜରେ କିଭଳି ପ୍ରଶଂସିତ ହୋଇପାରନ୍ତି ପିଲାଙ୍କୁ ବୁଝାନ୍ତୁ। ଫଳରେ ଏହାର ପ୍ରଭାବରେ ସେମାନେ ନିଜକୁ ସାମାଜିକ କାର୍ଯ୍ୟକ୍ରମରେ ସାମିଲ କରିପାରିବେ ଓ ଅନ୍ୟର ଉପକାର ଚିନ୍ତା କରିପାରିବେ।
ନମ୍ରତା ଏକ ଭଲ ଗୁଣ। ଏଭଳି ଗୁଣ ସମ୍ପର୍କରେ ପିଲାଙ୍କୁ ଶିଖାନ୍ତୁ। ଏହା ସେମାନଙ୍କ ବ୍ୟକ୍ତିତ୍ୱ ବୃଦ୍ଧି କରିପାରିବ। ଫଳରେ ସମାଜର ବିଭିନ୍ନ କ୍ଷେତ୍ରରେ ସେମାନେ ଭଲ କାମ କରିବାର ପ୍ରୟାସ କରିବେ। ଏସବୁ ଦ୍ୱାରା ସେମାନଙ୍କ ସୋସିଆଲ ସ୍କିଲ୍‌ ବହୁତ ଭଲ ହୋଇପାରିବ।

 

The post କେମିତି ବଢାଇବେ ପିଲାଙ୍କ ସୋସିଆଲ ସ୍କିଲ୍‌: ଆପଣାନ୍ତୁ ଏହି ଟିପ୍ସ appeared first on Dharitri Odia News.