କେମିତି ହେଲା ୨ ଛାତ୍ରୀଙ୍କ ମୃତ୍ୟୁ? ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ୨ ସପ୍ତମ ଶ୍ରେଣୀ ଛାତ୍ରୀ ଙ୍କ ଝୁଲନନ୍ତା ମୃତ ଦେହ ଉଦ୍ଧାର ଘଟଣା କୁ ୧୦ ଦିନ ବିତି ଯାଇଛି । ତେବେ ଏ ଯାଏଁ ମୃତ୍ୟୁ ର କାରଣ ଖୋଜି ପାଉନି ପୁଲିସ । ମୃତ ଛାତ୍ରୀ ଙ୍କ ଦେହ ରେ କ୍ଷତ ଚିହ୍ନ ସହ ଗୋଡ ହାତ ଭାଙ୍ଗି ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ହେଁ ପୁଲିସ ଏହାକୁ ଏକ ଆତ୍ମହତ୍ୟା ଦର୍ଶାଇ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରା ଯାଉ ଥିବା ଜଣା ପଡିଛି ।  ଆମ୍ବ ଡାଳରୁ ଉଦ୍ଧାର ହେଲା ୨ଜଣ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ ଦେହ ।  ୧୦ ଦିନ ପରେ ବି ରହସ୍ୟ ଉପରୁ ଉଠୁନି ପରଦା । ୮ ତାରିଖ ଶନିବାର ପୂର୍ବାହ୍ନରେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ବିଲିଗୁଡା ଜଂଗଲରୁ ୨ଜଣ  ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ଘଟଣା ସାରା ଜିଲ୍ଲାରେ ଚାଂଚଲ୍ୟ ଖେଳାଇ ଦେଇ ଥିଲା । ସ୍କୁଲ ସାରି ଆଉ ଘରକୁ ଫେରି ନ ଥିଲେ ଏମଭି ୭୨ ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲର ମନ୍ଦିରା ସୋଢି ଏବଂ ଜ୍ୟୋତି ହାଲଦାର । ଗୋଟିଏ ଡାଳରେ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଦେଖି ହତବାକ ହୋଇ ପଡି ଥିଲେ ଅଂଚଳବାସୀ । ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ଝିଅ ସହ ଦୁଷ୍କର୍ମ ହୋଇଛି ।  କାହିଁକି ଚାପ ପକାଉଛି ପୁଲିସ? ୧୦ ଦିନ ପରେ ହତ୍ୟା ମାମଲା ରୁଜୁ ବିଲିଗୁଡା ଜଂଗଲରୁ ମୃତ ଦେହ ଉଦ୍ଧାର ପରେ ଏମଭି ୭୯ ଥାନାରୁ ମୋଟୁ ଥାନାକୁ ମାମଲା ସ୍ଥାନାନ୍ତରିତ ହୋଇ ଥିଲା । ତେବେ ୨ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ଘଟଣାକୁ ୧

କେମିତି ହେଲା ୨ ଛାତ୍ରୀଙ୍କ ମୃତ୍ୟୁ? ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ୨ ସପ୍ତମ ଶ୍ରେଣୀ ଛାତ୍ରୀ ଙ୍କ ଝୁଲନନ୍ତା ମୃତ ଦେହ ଉଦ୍ଧାର ଘଟଣା କୁ ୧୦ ଦିନ ବିତି ଯାଇଛି । ତେବେ ଏ ଯାଏଁ ମୃତ୍ୟୁ ର କାରଣ ଖୋଜି ପାଉନି ପୁଲିସ । ମୃତ ଛାତ୍ରୀ ଙ୍କ ଦେହ ରେ କ୍ଷତ ଚିହ୍ନ ସହ ଗୋଡ ହାତ ଭାଙ୍ଗି ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ହେଁ ପୁଲିସ ଏହାକୁ ଏକ ଆତ୍ମହତ୍ୟା ଦର୍ଶାଇ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରା ଯାଉ ଥିବା ଜଣା ପଡିଛି । 

ଆମ୍ବ ଡାଳରୁ ଉଦ୍ଧାର ହେଲା ୨ଜଣ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ ଦେହ ।  ୧୦ ଦିନ ପରେ ବି ରହସ୍ୟ ଉପରୁ ଉଠୁନି ପରଦା । ୮ ତାରିଖ ଶନିବାର ପୂର୍ବାହ୍ନରେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ବିଲିଗୁଡା ଜଂଗଲରୁ ୨ଜଣ  ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ଘଟଣା ସାରା ଜିଲ୍ଲାରେ ଚାଂଚଲ୍ୟ ଖେଳାଇ ଦେଇ ଥିଲା । ସ୍କୁଲ ସାରି ଆଉ ଘରକୁ ଫେରି ନ ଥିଲେ ଏମଭି ୭୨ ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲର ମନ୍ଦିରା ସୋଢି ଏବଂ ଜ୍ୟୋତି ହାଲଦାର । ଗୋଟିଏ ଡାଳରେ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଦେଖି ହତବାକ ହୋଇ ପଡି ଥିଲେ ଅଂଚଳବାସୀ । ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ଝିଅ ସହ ଦୁଷ୍କର୍ମ ହୋଇଛି । 

କାହିଁକି ଚାପ ପକାଉଛି ପୁଲିସ? 
୧୦ ଦିନ ପରେ ହତ୍ୟା ମାମଲା ରୁଜୁ 
ବିଲିଗୁଡା ଜଂଗଲରୁ ମୃତ ଦେହ ଉଦ୍ଧାର ପରେ ଏମଭି ୭୯ ଥାନାରୁ ମୋଟୁ ଥାନାକୁ ମାମଲା ସ୍ଥାନାନ୍ତରିତ ହୋଇ ଥିଲା । ତେବେ ୨ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ଘଟଣାକୁ ୧୦ ଦିନ ବିତିଥିଲେ ହେଁ ପୁଲିସର କାର୍ୟ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ରାଜନୈତି ଦଳ ଓ ସଙ୍ଗଠନ ।  ରାଜନୈତିକ ଦଳ ନେତାଙ୍କ ଗାଁକୁ ଲମ୍ବା ଲାଇନ ଲାଗିଛି । ବିଭିନ୍ନ ସଙ୍ଗଠନର ହସ୍ତକ୍ଷେପ ପରେ ହତ୍ୟା ମାମଲା ରୁଜୁ କରି କିଛି ପିଲାଙ୍କୁ ପଚରା ଉଚରା କରି ଥିବା ଜଣା ପଡିଛି ।
ପୂର୍ବରୁ ମଲାକାନଗିରି ଜିଲ୍ଲାର ବିଭିନ୍ନ ଆବାସିକ ସ୍କୁଲରୁ ଛାତ୍ର ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।  କିନ୍ତୁ ରହସ୍ୟ ଉନ୍ମୋଚନ ହୋଇପାରିନାହିଁ । ପ୍ରଶ୍ନ ଉଠୁଛି, 

-ଦୁଇ ଛାତ୍ରୀଙ୍କ ମୃତ୍ୟୁ ପଛର ରହସ୍ୟ କ'ଣ?
-ମୃତ୍ୟୁ ପୂର୍ବରୁ କ'ଣ ଘଟିଥିଲା?
-କେବେ ରହସ୍ୟ ଉନ୍ମୋଚନ କରିବ ପୁଲିସ?