କେରଳରେ ପୁଣି ବ୍ୟାପୁଛି ନିପାହ ଭାଇରସ, ୩୦୦ରୁ ଅଧିକ ସଂକ୍ରମିତ

ତିରୁଅନନ୍ତପୁମ ୫।୭: ଦେଶର ଦକ୍ଷିଣ ରାଜ୍ୟ କେରଳରେ ପୁଣି ନିପାହ ଭାଇରସ ସଂକ୍ରମଣ ହେଉଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ ୨ ଜଣଙ୍କ ଠାରେ ନିପାହ ଭାଇରସ ସଂକ୍ରମଣର ସମ୍ଭାବିତ ଲକ୍ଷଣ ଦେଖାଯିବା ପରେ ଶୁକ୍ରବାର ୩ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି। କେରଳରେ ନିପାହ ଭାଇରସର ୨ଟି ମାମଲା ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସେଠାରେ ଜାତୀୟ ସଂଯୁକ୍ତ ପ୍ରକୋପ ପ୍ରତିକ୍ରିୟା ଦଳ( ଏନଜେଓଆରଟି) ମୁତୟନ ନିମନ୍ତେ ବିଚାର କରୁଛି। ଏହି ଦଳ ସାର୍ବଜନିକ ସ୍ୱାସ୍ଥ୍ୟ ଉପାୟଗୁଡିକୁ ଲାଗୁ କରିବାରେ କେରଳ ସରକାରଙ୍କୁ ସହାୟତା କରିବ। ସୂତ୍ର ଅନୁସାରେ ଇଣ୍ଟିଗ୍ରେଟେଡ ଡିଜିଜ ସର୍ଭିଲାନ୍ସ ପ୍ରୋଗ୍ରାମ (ଆଇଡିଏସପି)ର କେନ୍ଦ୍ରୀୟ ନିରୀକ୍ଷଣ ୟୁନିଟି ଏନସିଡିସି ଏବେ ରାଜ୍ୟ ୟୁନିଟ୍ ସହିତ ସମ୍ପର୍କରେ ରହିଛି ଓ ପରିସ୍ଥିତି ଉପରେ ସକ୍ରିୟ ନଜର ରଖିଛି। ଏହା ଛଡା ବିଭିନ୍ନ ନିୟନ୍ତ୍ରଣ ଗିତିବିଦ୍ଧିର ସମନ୍ୱୟ ନିମନ୍ତେ ରାଜ୍ୟ ନିୟନ୍ତ୍ରଣ କକ୍ଷକୁ ସକ୍ରିୟା କରାଯାଇଛି। ଏକ ସୂତ୍ର ଅନୁସାରେ ଚିହ୍ନଟ ହୋଇଥିବା ମାମଲା ମହାମାରୀ ବିଜ୍ଞାନ ଦୃଷ୍ଟିରୁ ଜଣେ ଜଣଙ୍କ ସହିତ ସମ୍ପର୍କିତ ନୁହନ୍ତି। ତେବେ ସେମାନଙ୍କ ଲକ୍ଷଣ ଓ ସାମାଜିକ ସମ୍ପର୍କ ଯାଞ୍ଚ କରାଯାଉଛି। ଏଥିରେ ଏ ପର୍ଯ୍ୟନ୍ତ ୩ ଜିଲ୍ଲା ପଲ୍ଲକଡ଼, ମଲ୍ଲପୁରମ ଓ କୋଝିକୋଡରେ ୩୦୦ରୁ ଅଧିକ ସମ୍ପର୍କ ଠାବ କରାଯାଇଛି। ଏଣୁ କେରଳର ସବୁଠୁ ପ୍ରଭାବିତ ଜିଲ୍ଲାମାନଙ୍କର ବିଭିନ୍ନ କ୍ଷେତ୍ର

କେରଳରେ ପୁଣି ବ୍ୟାପୁଛି ନିପାହ ଭାଇରସ, ୩୦୦ରୁ ଅଧିକ ସଂକ୍ରମିତ

ତିରୁଅନନ୍ତପୁମ ୫।୭: ଦେଶର ଦକ୍ଷିଣ ରାଜ୍ୟ କେରଳରେ ପୁଣି ନିପାହ ଭାଇରସ ସଂକ୍ରମଣ ହେଉଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ ୨ ଜଣଙ୍କ ଠାରେ ନିପାହ ଭାଇରସ ସଂକ୍ରମଣର ସମ୍ଭାବିତ ଲକ୍ଷଣ ଦେଖାଯିବା ପରେ ଶୁକ୍ରବାର ୩ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି। କେରଳରେ ନିପାହ ଭାଇରସର ୨ଟି ମାମଲା ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସେଠାରେ ଜାତୀୟ ସଂଯୁକ୍ତ ପ୍ରକୋପ ପ୍ରତିକ୍ରିୟା ଦଳ( ଏନଜେଓଆରଟି) ମୁତୟନ ନିମନ୍ତେ ବିଚାର କରୁଛି। 

ଏହି ଦଳ ସାର୍ବଜନିକ ସ୍ୱାସ୍ଥ୍ୟ ଉପାୟଗୁଡିକୁ ଲାଗୁ କରିବାରେ କେରଳ ସରକାରଙ୍କୁ ସହାୟତା କରିବ। ସୂତ୍ର ଅନୁସାରେ ଇଣ୍ଟିଗ୍ରେଟେଡ ଡିଜିଜ ସର୍ଭିଲାନ୍ସ ପ୍ରୋଗ୍ରାମ (ଆଇଡିଏସପି)ର କେନ୍ଦ୍ରୀୟ ନିରୀକ୍ଷଣ ୟୁନିଟି ଏନସିଡିସି ଏବେ ରାଜ୍ୟ ୟୁନିଟ୍ ସହିତ ସମ୍ପର୍କରେ ରହିଛି ଓ ପରିସ୍ଥିତି ଉପରେ ସକ୍ରିୟ ନଜର ରଖିଛି। ଏହା ଛଡା ବିଭିନ୍ନ ନିୟନ୍ତ୍ରଣ ଗିତିବିଦ୍ଧିର ସମନ୍ୱୟ ନିମନ୍ତେ ରାଜ୍ୟ ନିୟନ୍ତ୍ରଣ କକ୍ଷକୁ ସକ୍ରିୟା କରାଯାଇଛି। 

ଏକ ସୂତ୍ର ଅନୁସାରେ ଚିହ୍ନଟ ହୋଇଥିବା ମାମଲା ମହାମାରୀ ବିଜ୍ଞାନ ଦୃଷ୍ଟିରୁ ଜଣେ ଜଣଙ୍କ ସହିତ ସମ୍ପର୍କିତ ନୁହନ୍ତି। ତେବେ ସେମାନଙ୍କ ଲକ୍ଷଣ ଓ ସାମାଜିକ ସମ୍ପର୍କ ଯାଞ୍ଚ କରାଯାଉଛି। ଏଥିରେ ଏ ପର୍ଯ୍ୟନ୍ତ ୩ ଜିଲ୍ଲା ପଲ୍ଲକଡ଼, ମଲ୍ଲପୁରମ ଓ କୋଝିକୋଡରେ ୩୦୦ରୁ ଅଧିକ ସମ୍ପର୍କ ଠାବ କରାଯାଇଛି। ଏଣୁ କେରଳର ସବୁଠୁ ପ୍ରଭାବିତ ଜିଲ୍ଲାମାନଙ୍କର ବିଭିନ୍ନ କ୍ଷେତ୍ରରେ ୨୬ ସ୍ୱତନ୍ତ୍ର ଟିମ୍ ମୁତୟନ କରାଯାଇଛି। ଏମାନେ କଣ୍ଟାକ୍ଟ ଟ୍ରେସିଂ, ଲକ୍ଷଣ ଉପରେ ନଜର ରଖିବା ଓ ଲୋକଙ୍କୁ ସଚେତନ କରିବା ଦିଗରେ କାମ କରୁଛନ୍ତି। 

ସେହିପରି ରୋଗୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଚିହ୍ନଟ ନିମନ୍ତେ ପୋଲିସ ସହାୟତା ନିଆଯାଇଛି। ଏହା ଛଡା ଜିଲ୍ଲା କଲେକ୍ଟରଙ୍କୁ କଣ୍ଟେନମେଣ୍ଟ ଜୋନ ତିଆରି କରିବାକୁ କୁହାଯାଇଛି। ସେହିପରି ଅଧିକାରୀଙ୍କୁ ଏହା ବି ନିର୍ଦ୍ଦେଶ ଦିଆଯାଇଛି ଯେ ନିକଟ ସପ୍ତାହମାନଙ୍କରେ କୌଣସି ଅପ୍ରାକୃତିକ ଓ ଅପୁଷ୍ଟ ମୃତ୍ୟୁ ହୋଇଛି କି ଏହା ଯାଞ୍ଚ କରନ୍ତୁ। ଏହା ପୂର୍ବରୁ ଗତ ମେ ମାସରେ କେରଳରେ ନିପାହ ମାମଲା ରିପୋର୍ଟ କରାଯାଇଥିଲା। ମେ ୮ ତାରିଖ ଦିନ କେରଳ ମଲ୍ଲପୁରମ ଜିଲ୍ଲାରେ ଜନୈକା ୪୨ ବର୍ଷ ବୟଷ୍କା ମହିଳାଙ୍କ ଠାରେ ନିପାହ ଭାଇରସ ସଂକ୍ରମଣ ପୁଷ୍ଟି ହୋଇଥିଲା ଓ ତାଙ୍କୁ ଭେଣ୍ଟିଲେଟରରେରଖା ଯାଇଥିଲା।